‘ଅର୍ଣ୍ଣବ’ କ୍ଷୟକ୍ଷତି ଆକଳନ କଲା କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି…

ଛତ୍ରପୁର,୪ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସ୍ଥଳୀୟ ଅନୁଧ୍ୟାନ କରିଛି ୮ ଜଣିଆ ଅନ୍ତଃମନ୍ତ୍ରାଳୟ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ଜିଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ବିସ୍ତୃତ ଆକଳନ କରିଛନ୍ତି।

କେନ୍ଦ୍ରୀୟ ଟିମ୍‌ ପୁରୁଷୋତ୍ତମପୁର ବ୍ଲକ୍‌ର ଆଚୁଲି, ହାଣ୍ଡିଘର ଓ ହୀରାଧରବାଟି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେହିପରି ହିଞ୍ଜିଳି ବ୍ଲକ୍‌ର ଘୋଡ଼ାହାଡ଼ ପୋଲ ଓ ଜୟମଙ୍ଗଳ ଜଳସେଚନ ପ୍ରକଳ୍ପର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ଆସିକାର ଲକ୍ଷ୍ମୀ ବଜାର, ନବରତ୍ନପୁର ଓ ଉପଖଣ୍ଡ ଚିକିତ୍ସାଳୟ ସମେତ ଧରାକୋଟ ବ୍ଲକ୍‌ର ଜାହାଡ଼ା ଗ୍ରାମ ଓ ଜାନିବିଲି ଆନିକଟ ମଧ୍ୟ ପରିଦର୍ଶନ କରିଥିଲେ।

ଅନୁଧ୍ୟାନ ସମୟରେ ଚାଷଜମିରେ ବାଲିଚର ମାଡ଼ିଯିବା, ନଦୀବନ୍ଧ ଓ ଜଳସେଚନ ପ୍ରକଳ୍ପର କ୍ଷତି, ଗ୍ରାମ୍ୟ ରାସ୍ତା, ବିଦ୍ୟୁତ୍‌ ଭିତ୍ତିଭୂମି, ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଟିମ୍‌ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ଏଥିସହ ବନ୍ୟା ବିପନ୍ନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ। ଚାଷଜମିକୁ ଯାଇ ଫସଲ ନଷ୍ଟର ପରିମାଣ ଅନୁଧ୍ୟାନ କରିବା ସହ ଆବଶ୍ୟକ ନମୁନା ମଧ୍ୟ ସଂଗ୍ରହ କରିଥିଲେ।

ଏହା ପୂର୍ବରୁ ସକାଳେ ଗୋପାଳପୁର ସର୍କିଟ ହାଉସ୍‌ଠାରେ ଜିଲା ପ୍ରଶାସନ ସହ କେନ୍ଦ୍ରୀୟ ପ୍ରତିନିଧି ଦଳର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଜିଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ସମ୍ପର୍କରେ ପ୍ରତିନିଧି ଦଳକୁ ଅବଗତ କରାଇଥିଲେ। ବିଭାଗ ଅନୁଯାୟୀ କ୍ଷତିର ବିବରଣୀ ଓ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ଉପସ୍ଥାପନ କରାଯାଇଥିଲା।

ପ୍ରାଥମିକ ଆକଳନ ଅନୁଯାୟୀ, ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ କ୍ଷେତ୍ରରେ ପ୍ରାୟ ୫୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି।

ଏହି ଗସ୍ତ ସମୟରେ ରାଜସ୍ବ ଆୟୁକ୍ତ ଓ ଜିଲାପାଳଙ୍କ ସମେତ ସମ୍ପୃକ୍ତ ଅଞ୍ଚଳର ଜନପ୍ରତିନିଧି, ଅତିରିକ୍ତ ଜିଲାପାଳ, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଉପଜିଲାପାଳ, ଜିଲାସ୍ତରୀୟ ଅଧିକାରୀ, ବିଡିଓ ଓ ତହସିଲଦାରମାନେ ଉପସ୍ଥିତ ରହି କେନ୍ଦ୍ରୀୟ ଟିମ୍‌ର ଆବଶ୍ୟକ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ

ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍‌ ପରେ ଏବେ ବକ୍ସିଂ ରିଙ୍ଗ୍‌ରେ ଦୁଇ…

ସୋନପୁରରୁ ସ୍ପିଡ୍‌ ବାଇକ୍‌ରେ ଆସି ବଲାଙ୍ଗୀରରେ ଲୁଟୁଥିଲେ ସୁନା ଚେନ୍‌, ଏହି ପେସାଦାର ଲୁଟେରାଙ୍କୁ ଗିରଫ କରି…

ବଲାଙ୍ଗୀର,୪ା୧୧(ସୁନିଲ କୁମାର ମହାନ୍ତି): ନଭେମ୍ବର ୧ ତାରିଖ ରାତିରେ ସ୍କୁଟିରେ ରାସ୍ତାରେ ଆସୁଥିବା ଦମ୍ପତିଙ୍କଠାରୁ ଚେନ୍‌ ଲୁଟ୍‌ କରି ଫେରାର ମାରିଥିଲେ ଲୁଟେରା। ବଲାଙ୍ଗୀର ସହର ତାଲପାଲି…

ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍‌ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…

ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍‌ଲିମିଟେଡ୍…

‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…

ନୂଆଦିଲ୍ଲୀ,୪।୧୧: ‘ପଗଳୁ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ନିଜ ଅନ୍ଦାଜରେ ଜବାବ ରଖିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି। ସେ କହିଛନ୍ତି, “ମୁଁ ସ୍ତ୍ରୀ ପାଗଳ।…

୨୦୨୭ରେ ଏହି ୩ ରାଶିଙ୍କ ପିଛା ଛାଡିବେନି ଶନି; ସାଢ଼େ ସାତୀରେ ଛଟପଟ ହେବେ!

ବୈଦିକ ଜ୍ୟୋତିଷରେ ଶନିଙ୍କୁ ନ୍ୟାୟର ଦେବତା ଏବଂ କର୍ମଫଳଦାତା ବୋଲି ବିବେଚନା କରାଯାଇଥାଏ। କୁହାଯାଏ ଯେଉଁମାନେ ଯେପରି କର୍ମ କରନ୍ତି, ଶନି ସେମାନଙ୍କୁ ସେହି ଅନୁସାରେ ଫଳ…

ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର

ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ…

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…

ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ…

ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?