ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ ପ୍ରଥମ ଥର ହାଇଡ୍ରୋଜେନକୁ ବ୍ୟବହାର କରାଯାଇଛି। ଟୋକିଓ ଗେମ୍ସ ପାଇଁ ଏଥର ଦୁଇଟି କଲ୍ଡ୍ରନ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ଗୋଟିଏ ଟୋକିଓସ୍ଥିତ ନ୍ୟାଶନାଲ ଷ୍ଟାଡିୟମ ଏବଂ ଅନ୍ୟଟି ଟୋକିଓ ସମୁଦ୍ର ଉପକୂଳବର୍ତ୍ତୀ ଓ୍ବାଟରଫ୍ରଣ୍ଟରେ ଶୋଭାପାଉଛି। ପୂର୍ବରୁ ସାଧାରଣତଃ ଅଲିମ୍ପିକ କଲଡ୍ରନ ପ୍ରଜ୍ଜ୍ୱଳନରେ ପ୍ରୋପେନ୍, ମାଗ୍ନେସିୟମ, ଗନ୍ପାଉଡର, ରେସିନ ଏବଂ ୧୯୨୮ ଆମଷ୍ଟରଡାମ୍ ଗେମ୍ସରେ ବ୍ୟବହୃତ ପ୍ରଥମ ଆଧୁନିକ କଲଡ୍ରନ୍ରେ ଅଲିଭ ତେଲ ବ୍ୟବହାର କରାଯାଇ ଆସୁଥିଲା। ଏହାର ୮ବର୍ଷ ପରେ ବର୍ଲିନଠାରେ ଟର୍ଚ୍ଚ ରିଲେ ପ୍ରଚଳନ ହୋଇଥିଲା। ପ୍ରୋପେନ୍ ଭଳି ହାଇଡ୍ରୋଜେନ୍ରୁ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇ ନ ଥାଏ। ଟୋକିଓ କଲ୍ଡ୍ରନ ପାଇଁ ଫୁକୁଶିମାସ୍ଥିତ ଏକ କାରଖାନା ହାଇଡ୍ରୋଜେନ୍ ଯୋଗାଇ ଦେଉଛି। ଟର୍ଚ୍ଚ ରିଲେ ସମୟରେ କିନ୍ତୁ ଉଭୟ ପ୍ରୋପେନ୍ ଓ ହାଇଡ୍ରୋଜେନ ବ୍ୟବହାର କରାଯାଇଥିଲା। ସ୍ବଳ୍ପ ପରିମାଣ କାର୍ବନ ନିର୍ଗତ ହୋଇପାରୁଥିବା ଭଳି ଟର୍ଚ୍ଚ ବ୍ୟବହାର ପାଇଁ ୨୦୧୨ରେ ଲଣ୍ଡନ ଗେମ୍ସର ଆୟୋଜକଙ୍କ ପକ୍ଷରୁ ଏକ ଯୋଜନା ଚାଲିଥିଲା, ମାତ୍ର ଠିକଣା ସମୟରେ ଏହାର ଡିଜାଇନ୍ ପ୍ରସ୍ତୁତ ହୋଇ ପାରି ନ ଥିଲା। ଶେଷରେ ସେମାନେ ପ୍ରୋପେନ୍ ଓ ବୁଟାନେର ମିଶ୍ରଣକୁ ବ୍ୟବହାର କରିଥିଲେ। ରିଓରେ ୨୦୧୬ରେ ବ୍ରାଜିଲ ଅଫିସିଆଲମାନେ ଜାଳେଣିର ଆବଶ୍ୟକତାକୁ ହ୍ରାସ କରିବାକୁ ଯାଇ କଲ୍ଡ୍ରନର ଆକାରକୁ ଛୋଟ କରିଥିଲେ। କାନାଡାର ଓକି ସାଟୋ ନାମକ ସ୍ଥପତି ଟୋକିଓ କଲ୍ଡ୍ରନର ଡିଜାଇନ କରିଛନ୍ତି।

ଧୋନୀଙ୍କ ଗୋଟିଏ ଉପଦେଶକୁ ମନେ ପକାଇଲେ କୋହଲି
କେପଟାଉନ୍,୧୦।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଏକ ଖବରଦାତା ସମ୍ମିଳନୀ କରିଥିଲେ।...

ଟସ୍ ଜିତିବା ପରେ ବି ନିରାଶ ହେଲା ଇଂଲଣ୍ଡ
ଲଡର୍ସ, ୧୨।୮: ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରେ ସମ୍ପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଛି...

ସୁମାକରଙ୍କ ରେକର୍ଡ ସମକକ୍ଷ ହେଲେ ହାମିଲଟନ
ନର୍ବର୍ଗ (ଜର୍ମାନୀ),୧୨ା୧୦:ମର୍ସିଡିଜ୍ର ଲୁଇସ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଇଫେଲ୍ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍ ଜିତିଛନ୍ତି। ଏହାଦ୍ୱାରା ଫର୍ମୁଲା ଓ୍ବାନ୍ରେ ସବୁଠାରୁ...

ଶୀର୍ଷ ସ୍ଥାନ ହରାଇଲେ ବୁମରା
ଦୁବାଇ,୧୨।୨- ଭାରତୀୟ ପେସର ଯଶପ୍ରୀତ ବୁମରା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଯୋଗୁ ତାଙ୍କୁ ଆଇସିସି ଦିନିକିଆ ବୋଲରଙ୍କ ର଼୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନ...

ଫାଇନାଲ୍ ହାରିବା ପରେ ଏମିତି କହିଲେ କୋହଲି
ସାଉଥାମ୍ପଟନ୍,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲରେ ଭାରତୀୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ...

ବିଶ୍ୱକପ ପାଇଁ ପ୍ରସ୍ତୁତ ଧର୍ମଶାଳା ଷ୍ଟାଡିୟମ
ଶିମଲା,୨୭।୭: ୨୦୨୩ ବିଶ୍ୱକପ ୫ ଅକ୍ଟୋବରରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଅହମ୍ମଦାବାଦରେ ଇଂଲଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଭାରତର ୧୦ଟି ସହରରେ...

ଏହି ଗେମ୍ ଖେଳିବାକୁ ପସନ୍ଦ କରନ୍ତି ମୟଙ୍କ ଅଗ୍ରଓ୍ବାଲ
ବାଲାଂଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିଥିବା ମୟଙ୍କ ଅଗ୍ରଓ୍ବାଲ ନିଜ ଜୀବନର ଅନେକ ରହସ୍ୟ ଖୋଲିଛନ୍ତି। ସେ କହିଛନ୍ତି,କ୍ରିକେଟ ଖେଳିସାରିବା...

ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ:ପ୍ରମୋଦଙ୍କୁ ୨ ରୌପ୍ୟ ପଦକ
ଭୁବନେଶ୍ୱର, ୨୨।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍ଠାରେ ଶନିବାର ଶେଷ ହୋଇଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ୨ଟି ରୌପ୍ୟ ପଦକ ପାଇଛନ୍ତି। ସିଙ୍ଗଲ୍ସ...