ଟୋକିଓ,୨୪।୭ (ପି.ଟି.): କୋଭିଡ୍-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା ଷ୍ଟାଡିୟମରେ ଅଲିମ୍ପିକ୍ସର ୩୨ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍ଘାଟନ ହୋଇଛି। ସ୍ଥାନୀୟ ଜାପାନ ନ୍ୟାଶନାଲ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ବିଶ୍ୱର ଏହି ସର୍ବଶ୍ରେଷ୍ଠ କ୍ରୀଡ଼ା ଉତ୍ସବ କିନ୍ତୁ ଅନ୍ୟ ସଂସ୍କରଣଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସାବ୍ୟସ୍ତ ହୋଇଛି। ପ୍ରଥମ ଥର ପାଇଁ ବିନା ଦର୍ଶକରେ ଆରମ୍ଭ ହୋଇଛି ଏହି ଅଲିମ୍ପିକ୍ସ। ୧୨୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅଯୁଗ୍ମ ସଂଖ୍ୟା ବର୍ଷରେ ଅଲିମ୍ପିକ୍ସ ଆୟୋଜନ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଜାପାନର ଭବ୍ୟ କଳା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା। ଜାପାନ ସମ୍ରାଟ ନାରୁହିତୋ ଅଲିମ୍ପିକ୍ସ ଆରମ୍ଭ ହେଲା ବୋଲି ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଜିଲ୍ ବାଇଡେନ ଓ ଅନ୍ୟ ବିଶ୍ୱସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା, ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ନୋବେଲ ଶାନ୍ତି ପୁରସ୍କାର ଜିତିଥିତ୍ବା ବାଂଲାଦେଶର ମହମ୍ମଦ ୟୁନୁସଙ୍କୁ ମଧ୍ୟ ସ୍ବତନ୍ତ୍ର ଅଲିମ୍ପିକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ଅଲିମ୍ପିକ କଲଡ୍ରନ୍ରେ ଜ୍ୟୋତି ପ୍ରଜ୍ୱଳନ କରି ଔପଚାରିକ ଭାବେ ଏହି କ୍ରୀଡ଼ାର ଶୁଭାରମ୍ଭ କରିଥିଲେ।
ସାଧାରଣତଃ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ମୁଖ୍ୟ ଆକର୍ଷଣ ହୋଇଥାଏ। କିନ୍ତୁ ଏଥର କରୋନା କାରଣରୁ କେବଳ ୧୦୦୦ ଜଣ ଖେଳାଳି ଓ ଅଧିକାରୀ ଏହି ଉତ୍ସବରେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ୩୫୦ କୋଟି ଲୋକ ଟିଭି, ସ୍ମାର୍ଟ ଫୋନ୍, ଲାପ୍ଟପ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ରେ ଏହି ଉତ୍ସବ ଦେଖିଛନ୍ତି ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅନୁମାନ କରିଛି। ୧୮୯୬ରେ ଅନୁଷ୍ଠିତ ପ୍ରଥମ ଅଲିମ୍ପିକ୍ସରେ ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଦେଖିବାକୁ ମିଳିଥିଲା। ଏଥର ମାର୍ଚ୍ଚପାଷ୍ଟରେ ୨୧ ନମ୍ବରରେ ଭାରତୀୟ ଦଳ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲା। ଖେଳାଳି ଓ ଅଧିକାରୀଙ୍କୁ ମିଶାଇ ୨୫ ଜଣିଆ ଭାରତୀୟ ମାର୍ଚ୍ଚପାଷ୍ଟରେ ଅଂଶଗ୍ରହଣ କରିଥିଲେ। ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ମହିଳା ବକ୍ସିଂ ଲିଜେଣ୍ଡ ମେରିକମ୍ ଭାରତୀୟ ପରେଡର ନେତୃତ୍ୱ ନେଇଥିଲେ। ଏହି ଦୁଇ ଖେଳାଳି ତ୍ରିରଙ୍ଗା ହାତରେ ଧରି ଆଗକୁ ବଢିଥିଲେ। ପରେଡରେ ଶୁଟିଂ, ବ୍ୟାଡ୍ମିଣ୍ଟନ, ଆର୍ଚେରୀ ଓ ହକି ଖେଳାଳିମାନେ ଭାଗ ନେଇ ନ ଥିଲେ। ଏକମାତ୍ର ହକି ଖେଳାଳିଭାବେ ମନପ୍ରୀତ ଏଥିରେ ଭାଗ ନେଇଥିଲେ। ଅନ୍ୟପଟେ ମେରିକମ୍ଙ୍କ ସହିତ ଅନ୍ୟ ବକ୍ସରମାନେ ମାର୍ଚ୍ଚପାଷ୍ଟରେ ଭାଗ ନେଇଥିଲେ। କାଉଣ୍ଟ ଡାଉନ୍ ଜିରୋରେ ପହଞ୍ଚିବା ପରେ ଆତସବାଜିରେ ଷ୍ଟାଡିୟମ ଝଲସି ଉଠିଥିଲା। ରଙ୍ଗାରଙ୍ଗ ଆଲୋକ ଓ ଆତସବାଜିରେ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ବେଶ୍ ରୋମାଞ୍ଚ ଦେଖିବାକୁ ମିଳିଥିଲା। ଜାପାନ ସଙ୍ଗୀତ ଓ ଭିଡିଓ ଗେମ୍ର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଦର୍ଶକଙ୍କ ଅନୁପସ୍ଥିତି ଏକ ଅଜବ ପ୍ରକାର ନୀରବତା ସୃଷ୍ଟି କରିଥିଲା ଓ ଏହା ସହଜରେ ବାରିହୋଇ ପଡ଼ିଥିଲା। ମାର୍ଚ୍ଚପାଷ୍ଟରେ ପୁରାତନ ଅଲିମ୍ପିକ୍ସର ଘର କୁହାଯାଉଥିବା ଗ୍ରୀସ୍ ଦଳ ପ୍ରଥମେ ଷ୍ଟାଡିୟମରେ ପ୍ରବେଶ କରିଥିଲା ଓ ଶେଷରେ ଜାପାନ ଦଳ ଏଣ୍ଟ୍ରି କରିଥିଲା। ଜାପାନର ପ୍ରସିଦ୍ଧ ଗାୟକ ମିସିଆ ଜାତୀୟ ସଙ୍ଗୀତ ଗାନ କରିଥିଲେ।
ଜେମୋଟ୍ରିକ୍ ଶେପ୍ ଅଙ୍କାଯିବାର ଏକ ଭିଡିଓରୁ ଶୋ’ ଆରମ୍ଭ ହୋଇଥିଲା। ପଡିଆର କେନ୍ଦ୍ରରେ ଜଣେ ମହିଳା ଆଥ୍ଲେଟ ରହିଥିଲେ ଓ ତାଙ୍କ ହାତ ମାଟିରେ ରହିଥିଲା। ତେବେ ଯେତେବେଳେ ସେ ଉଠିଥିଲେ ତାଙ୍କ ଛାଇ ଷ୍ଟାଡିୟମ ସାରା ପାଖୁଡା ପରି ମେଲି ହୋଇଯାଇଥିଲା। ୮ଜଣ ପିଲା ଜାପାନ ପତାକା ଧରି ଷ୍ଟାଡିୟମ ଭିତରେ ପ୍ରବେଶ କରିଥିଲେ।
ଏଥର ଅଲିମ୍ପିକ୍ସରେ ଶରଣାର୍ଥୀ ଦଳ ସମେତ ୨୦୫ଟି ଦେଶର ମୋଟ୍ ୧୧, ୨୮୩ ଆଥ୍ଲେଟ ଅଂଶଗ୍ରହଣ କରିଛନ୍ତି। ୩୩ଟି କ୍ରୀଡ଼ାରେ ମୋଟ ୩୩୯ ସ୍ବର୍ଣ୍ଣ ପଦକ ପାଇଁ ଆଥ୍ଲେଟମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଉଦ୍ଘାଟନୀ ଉତ୍ସବ ଚାଲିଥିବା ବେଳେ ଷ୍ଟାଡିୟମ ବାହାରେ ଅଲିମ୍ପିକ୍ସ ଆୟୋଜନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପ୍ରଥମେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏଥର ଅଲିମ୍ପିକ୍ସରେ ଭାରତର ୧୨୪ଜଣ ଆଥ୍ଲେଟ ଅଂଶଗ୍ରହଣ କରିଛନ୍ତି। ଏଥିରେ ୬୯ ପୁରୁଷ ଓ ୫୫ ମହିଳା ସାମିଲ ରହିଛନ୍ତି। ୮୫ଟି ପଦକ ପାଇଁ ଭାରତୀୟ ଖେଳାଳିମାନେ ମୁକାବିଲାରେ ଅବତୀର୍ଣ୍ଣ ହେବେ।
ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…
ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…
ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ
ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…
ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ
ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍ର ପ୍ରଥମ ମ୍ୟାଚ୍ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍ଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ରେ…
ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ
ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…
ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ
ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…
ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…
ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍…
କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ
ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…
‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…
ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

