ସମନ୍ବୟ ଅଭାବରୁ ୨ ଆସନ ହାତରୁ ଖସିଥିଲା

ଖୋର୍ଦ୍ଧା ଅଫିସ,୨୪।୭: ସମନ୍ବୟ ଅଭାବରୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଭୁବନେଶ୍ୱର ଏମ୍‌ପି ଏବଂ ଜଟଣୀ ବିଧାୟକ ଆସନ ହରାଇବାକୁ ପଡ଼ିଥିଲା। ଏଭଳି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ତଥା ଭୁବନେଶ୍ୱର ଏମ୍‌ପି ଆସନରୁ ଲଢ଼ି ପରାଜିତ ହୋଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକ ମଧ୍ୟ ଏହି ସମାନ କଥା କହିଛନ୍ତି। ଶୁକ୍ରବାର ଖୋର୍ଦ୍ଧା ଜିଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଦଳୀୟ ସାଙ୍ଗଠନିକ ବୈଠକରେ ଉକ୍ତ ନେତାଦ୍ୱୟ ଏଭଳି ମତ ରଖିଛନ୍ତି। ଏହାକୁ ପରୋକ୍ଷରେ ପୂର୍ବତନ ମନ୍ତ୍ରୀ ତଥା ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ସ୍ବୀକାର କରିଛନ୍ତି। ଖୋର୍ଦ୍ଧା ଜିଲା ହେଉଛି ବିଜେଡିର ଅଭେଦ୍ୟ ଦୁର୍ଗ। କେବଳ ଭୁବନେଶ୍ୱର ଏମ୍‌ପି ଏବଂ ଜଟଣୀ ବିଧାନସଭା ଆସନକୁ ବାଦ୍‌ ଦେଲେ ଅନ୍ୟ ବିଧାନସଭା ଆସନରେ ବିପୁଳ ଭୋଟରେ ଦଳ ବିଜୟ ଲାଭ କରିଥିଲା ବୋଲି ମିଶ୍ର ଗଣମାଧ୍ୟମକୁ କହିଛନ୍ତି।
ସାଙ୍ଗଠନିକ ବୈଠକରେ ଜିଲା ସଭାପତି ବିଭୂତି ବଳବନ୍ତରାୟ ଅଧ୍ୟକ୍ଷତା କରିଥିଲେ। ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର ଓ ବିଞ୍ଝାରପୁର ବିଧାୟିକା ତଥା ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ ଯୋଗଦେଇଥିଲେ। ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜୟଦେବ ବିଧାୟକ ଅରବିନ୍ଦ ଢାଲିି, ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଲାଇ ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବାସନ୍ତି ମହାପାତ୍ର, ଜିଲା ମୋର୍ଚ୍ଚା ସଭାନେତ୍ରୀ ଗୀତା ପାଟ୍ଟଶାଣୀ, ଛାତ୍ର ବିଜେଡି ସଭାପତି ବିଶ୍ୱଦୀପ ପ୍ରଧାନ, ଯୁବ ବିଜେଡି ସଭାପତି ରାଜେଶ ପରିଡାଙ୍କ ସମେତ ସମସ୍ତ ବ୍ଲକ, ସହରାଞ୍ଚଳ ଓ ଜୋନସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲାର ସାଙ୍ଗଠନିକ ବିକାଶ ଉପରେ ଆଲୋଚନା ହୋଇଥିଲା। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ଏହି ଦୁଇ ନିର୍ବାଚନରେ ବିପୁଳ ଭୋଟରେ ବିଜୟଲାଭ ସହ ତୃଣମୂଳ ସ୍ତରରେ ବିଜେଡିକୁ ମଜବୁତ କରିବା ଲାଗି ଉଭୟ ପର୍ଯ୍ୟବେକ୍ଷକ ଆହ୍ବାନ ଦେଇଥିଲେ। ଚିଲିକା ବିଧାୟକ କହିଥିଲେ, ଗତ ପଞ୍ଚାୟତ ନିବର୍ର୍ାଚନରେ ୩୦ଟି ଜିଲାପରିଷଦ ଜୋନ ମଧ୍ୟରୁ ଦଳ ୨୦ଟି ଜିତିଥିଲା। ଚଳିତ ବର୍ଷ ୨୫ଟି ଆସନ ସମେତ ସମସ୍ତ ବ୍ଲକରେ ବିଜୟ ଲାଗି ସେ ଗୁୁରୁତ୍ୱ ଦେଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳ ପକ୍ଷରୁ ଭୁବନେଶ୍ୱର ଏମ୍‌ପି ଆସନକୁ ବିଶେଷ ଗୁରୁତ୍ୱ ଦିଆଗଲା ନାହିଁ। ଫଳରେ ଏହି ଆସନ ହରାଇବାକୁ ପଡ଼ିଲା। ସେହିପରି ଜଟଣୀ ବିଧାନସଭା ଆସନ ମଧ୍ୟ ହାତରୁ ଖସିଗଲା ବୋଲି ଜଗଦ୍ଦେବ କହିଥିଲେ। ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଏମ୍‌ପି ସିଟ୍‌ରୁ ହାରିବାକୁ ନେଇ ପରୋକ୍ଷରେ ନିର୍ବାଚନ ପରିଚାଳନାଗତ ତ୍ରୁଟିକୁ ଦର୍ଶାଇଥିଲେ। ତେବେ ଆଗକୁ ସମସ୍ତଙ୍କ ସହଯୋଗରେ ଏହି ସିଟ୍‌ରେ ପୁଣି ବିଜେଡି ଜିତିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିଧାୟକ ମିଶ୍ର କହିଥିଲେ, ପର୍ଯ୍ୟବେକ୍ଷକ ଦାୟିତ୍ୱ ପରେ ଏହା ମୋର ଖୋର୍ଦ୍ଧା ଜିଲାକୁ ପ୍ରଥମ ଗସ୍ତ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ତେଣୁ ଏହି ବୈଠକରେ ରଣନୀତି ପ୍ରସ୍ତୁତି, ସାଙ୍ଗଠନିକ ଦକ୍ଷତା, ଦଳକୁ ସୁଦଢ଼ କରିବା ନିମନ୍ତେ ଆଲୋଚନା ହୋଇଛି। ଆଗକୁ ବିଭିନ୍ନ ଯୋଜନା ରହିଛି। ଆଗାମୀ ଦିନରେ ସହରାଞ୍ଚଳ, ବ୍ଲକ ଓ ପଞ୍ଚାୟତ ସ୍ତରରେ ବିଭିନ୍ନ କମିଟି ଗଠନ କରାଯିବ। ଦଳକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଲାଗି ରୂପରେଖ ପ୍ରସ୍ତୁତ ହେବ।
ପୋଷ୍ଟର ମରାକୁ ନେଇ କନ୍ଦଳ
ବୈଠକ ବେଳେ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ପୋଷ୍ଟର ମରାକୁ କେନ୍ଦ୍ରକରି ବିଜେଡିରେ ଫାଟ ସୃଷ୍ଟି ହୋଇଛି। ପୋଷ୍ଟରରେ ଦୁଇ ପର୍ଯ୍ୟବେକ୍ଷକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଖୋର୍ଦ୍ଧା ବିଧାୟକ, ବିଜେଡି ଜିଲା ସଭାପତିଙ୍କ ଫଟୋ ରହିଥିଲା। ମାତ୍ର ଚିଲିକା ଓ ବେଗୁନିଆ ବିଧାୟକଙ୍କ ଫଟୋ ନ ଥିଲା। ଏହାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିରୋଧ କରିଥିଲେ। ପୋଷ୍ଟର ସୌଜନ୍ୟ ବିଜୁ ଜନତା ଦଳ, ଖୋର୍ଦ୍ଧା ଲେଖାଥିବାବେଳେ କାହିଁକି ଆମ ଫଟୋ ସ୍ଥାନ ଦିଆଯାଇନାହିଁ ବୋଲି ପଚାରି ସେ କର୍ମୀଙ୍କ ଉପରେ ବର୍ଷିଥିଲେ। ଅନ୍ୟପକ୍ଷରେ ଏକଥା ଜାଣି ନ ଥିବା କହି ଏହି ପ୍ରସଙ୍ଗକୁ ପର୍ଯ୍ୟବେକ୍ଷକ ବିଧାୟକ ମିଶ୍ର ଏଡ଼ାଇ ଯାଇଛନ୍ତି।
ବେଗୁନିଆ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
ବୈଠକରେ ବେଗୁନିଆ ଓ ବୋଲଗଡ ବ୍ଲକର କର୍ମକର୍ତ୍ତା ଉପସ୍ଥିତ ଥିବାବେଳେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଅନୁପସ୍ଥିତ ଥିଲେ। ଏହାକୁ ନେଇ ସାଧାରଣରେ ନାନା ଚର୍ଚ୍ଚା ଚାଲିଥିଲା। ଏପରି କି, ବିଜେଡିରେ ଫାଟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳିଥିଲା। ଅନ୍ୟପକ୍ଷରେ ବେଗୁନିଆ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବା କହି ପର୍ଯ୍ୟବେକ୍ଷକ ମିଶ୍ର ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।
ଅଧାରୁ ଉଠିଗଲେ ଅରବିନ୍ଦ ଓ ପ୍ରଶାନ୍ତ
ଜରୁରୀ କାମ ଥିବା କହି ପ୍ରଥମେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପରେ ଜୟଦେବ ବିଧାୟକ ଅରବିନ୍ଦ ଢାଲିି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ। ଫଳରେ ବୈଠକକୁ ଗୁରୁତ୍ୱ ଦିଆଯାଇ ନ ଥିବା ଏକପ୍ରକାର ସ୍ପଷ୍ଟ ହୋଇଥିଲା। ଏହି ଘଟଣା ବିଜେଡିରେ କିପରି ସମନ୍ବୟ ରହିଛି ତାହାକୁ ପଦାରେ ପକାଇଥିଲା।
ବୁଝାମଣା ଅଭାବରୁ କନ୍ଦଳ
ଦୀର୍ଘଦିନ ଧରି ଖୋର୍ଦ୍ଧା ଜିଲା ବିଜେଡିରେ କନ୍ଦଳ ଲାଗି ରହିଛି। ଜିଲାରେ ଦଳୀୟ କର୍ମୀ ଓ ବିଧାୟକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ନ ଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ଏ ନେଇ ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ପଚାରିବାରେ କହିଛନ୍ତି, ଦଳରେ କୌଣସି କନ୍ଦଳ ନାହିଁ। ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

ଅଶ୍ଳେଷା ନକ୍ଷତ୍ରରେ ଗୁରୁ ବୃହସ୍ପତିଙ୍କ ପ୍ରବେଶ: ୬ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଧନବର୍ଷା ଯୋଗ! ଘରକୁ ଆସିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଗଣନା ଅନୁସାରେ ଦେବଗୁରୁ ବୃହସ୍ପତି ଆସନ୍ତା ଅକ୍ଟୋବର ୮ ତାରିଖ ସନ୍ଧ୍ୟା ୭ଟା ୦୩ ମିନିଟରେ ଅଶ୍ଳେଷା ନକ୍ଷତ୍ରର ଚତୁର୍ଥ ପଦରେ ପ୍ରବେଶ କରିବେ।…

ରାଜନୀତିରେ ହଇଚଇ! ଯୁବକଙ୍କୁ ରାସ୍ତାରେ ଚାପୁଡ଼ା ମାରିଲେ ମନ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀର PWD ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

BJP ଟିକେଟ ଅଫର କରିଥିଲେ ଜ୍ଞାନେଶ କୁମାର! ଦାବିକୁ ନେଇ ରାଜନୀତିରେ ହଇଚଇ, ରାହୁଲ କହିଲେ…

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)ର ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?