Posted inଖେଳ

ଖେଳରତ୍ନ ପୁରସ୍କାର ପାଇବାରେ ପ୍ରଥମ ମହିଳା ହକି ଖେଳାଳି: କାନ୍ଦ ରୋକିପାରି ନ ଥିଲେ ରାଣୀ

ନୂଆଦିଲ୍ଲୀ, ୨୭।୮(ପି.ଟି.)- ଚଳିତ ବର୍ଷ ରାଣୀ ରାମପାଲଙ୍କ ସମେତ ୫ ଖେଳାଳି ଦେଶର ସର୍ବୋଚ୍ଚ ରାଜୀବଗାନ୍ଧୀ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଥମ ମହିଳା ହକି ଖେଳାଳିଭାବେ ରାଣୀ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ଏହି ଖବର ଶୁଣିବାପରେ ଭାବାବେଗକୁ ରୋକି ନ ପାରି କାନ୍ଦି ପକାଇଥିଲେ ଭାରତୀୟ ହକି ଅଧିନାୟିକା। ରାଣୀଙ୍କ ସମେତ କ୍ରିକେଟର ରୋହିତ ଶର୍ମା, ରେସଲର ଭିନେଶ ଫୋଗତ, ଟେବୁଲ ଟେନିସ ତାରକା ମାନିକା ବାତ୍ରା ଓ ପାରାଅଲିମ୍ପିଆନ ଥାଙ୍ଗାଭେଲୁ ମାରିୟାପ୍ପାନ ଖେଳରନତ୍ ପୁରସ୍କାର ପାଇବେ।
ଜଣେ ମହିଳା ହକି ଖେଳାଳି ଖେଳରନତ୍ ପୁରସ୍କାର ପାଇବ ବୋଲି କେବେ ଭାବିପାରି ନ ଥିଲେ ୨୫ ବର୍ଷୀୟା ରାଣୀ। ୫ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇଥିବାରୁ ଭାବପ୍ରବଣ ହୋଇ ପଡ଼ିଥିଲେ। ”ସତକହିବାକୁ ଗଲେ ଜଣେ ମହିଳା ଖେଳାଳିଭାବେ ମୁଁ କେବେ ଖେଳରତ୍ନ ପୁରସ୍କାର ପାଇବି ବୋଲି ଭାବି ନ ଥିଲି। ଖେଳାଳିଙ୍କ ନାମ ଘୋଷଣା ହେବାପରେ ମୁଁ କାନ୍ଦ ରୋକିପାରି ନ ଥିଲି। ଏହି ଶୁଭଖବର ପ୍ରଥମେ ମୁଁ ବାପାଙ୍କୁ ଫୋନ୍‌ କରି ଜଣାଇଥିଲି। ସେତେବେଳ ପର୍ଯ୍ୟନ୍ତ ମୁଁ କାନ୍ଦୁଥିଲି। ମୋ ସହିତ କିଛି ଖରାପ ହୋଇଛି ବୋଲି ଭାବି ବାପା ବ୍ୟସ୍ତ ହୋଇ ପଡ଼ିଲେ। କାରଣ ଖେଳରତ୍ନ ପୁରସ୍କାରର ଗୁରୁତ୍ୱକୁ ସେମାନେ ବୁଝି ନ ଥିଲେ। ମୁଁ ବୁଝାଇବାପରେ ବାପା ବହୁତ ଖୁସିହେଲେ ଏବଂ ଭାବପ୍ରବଣ ହୋଇପଡ଼ିଲେ“ ବୋଲି ରାଣୀ ଏକ ସାକ୍ଷାତକାରରେ କହିଛନ୍ତି। ଭାରତୀୟ ହକି ଇତିହାସରେ ରାଣୀଙ୍କ କ୍ୟାରିୟର ଅତ୍ୟନ୍ତ ଚମକପ୍ରଦ। ସେ ଅତି ଦରିଦ୍ର ପରିବାରରୁ ଆସିଥିଲେ। ତାଙ୍କ ବାପା ଜଣେ ଟଣାଗାଡ଼ି ଚାଳକ ଥିଲେ। ସେଠାରୁ ଆସି ଆଜି ରାଣୀ ଭାରତୀୟ ମହିଳା ହକିରେ ଆଦର୍ଶ ପାଲଟି ଯାଇଛନ୍ତି। ହରିୟାଣା ଶାହବାଦର ରାଣୀ ମାତ୍ର ୧୫ ବର୍ଷରେ ସର୍ବକନିଷ୍ଠ ଖେଳାଳିଭାବେ ଜାତୀୟ ଦଳରେ ସ୍ଥାନ ପାଇଥିଲେ।
କଠିନ ପରିଶ୍ରମ, ତ୍ୟାଗ ଏବଂ ପ୍ରତିଶ୍ରୁତିବଦ୍ଧତା ପାଇଁ ଏହି ପୁରସ୍କାର ତାଙ୍କୁ ମିଳିଛି ବୋଲି ଅନୁଭବ କରୁଛନ୍ତି ରାଣୀ। ଅଲିମ୍ପିକ୍ସରେ ପଦକ ହାସଲ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ। ଆମେ ଅଧିକ ପରିଶ୍ରମ କରି ଦଳଗତଭାବେ ଆସନ୍ତାବର୍ଷ ଟୋକିଓରେ ସଫଳ ହେବାକୁ ଚେଷ୍ଟା କରିବୁ ବୋଲି ରାଣୀ କହିଛନ୍ତି। କୋଭିଡ-୧୯ ସଂକ୍ରମଣ ପାଇଁ ଅଲିମ୍ପିକ୍ସ ୧ ବର୍ଷ ଘୁଞ୍ଚି ଯାଇଛି। ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିଜ ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି ଏହି ତାରକା ଷ୍ଟ୍ରାଇକର। ”ଖେଳରନତ୍ ପୁରସ୍କାର ଉତ୍ସାହ ଆଣିଛି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଏହା ପ୍ରେରଣା ଦେବ। ଗତ କିଛିବର୍ଷ ଧରି ଭାରତୀୟ ମହିଳା ହକି ଏହାର ହକ୍‌ ପାଇବାରେ ସକ୍ଷମ ହୋଇଛି। ବ୍ୟକ୍ତିଗତଭାବେ ଏହା ମୋତେ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଛି“ ବୋଲି ରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗରେ ମୁଣ୍ଡରୁ ଟୋପି ଓହ୍ଲାଇ ଫୋପାଡି ଦେଇଥିଲେ ରାହୁଲ ଦ୍ରାଭିଡ: ଜାଣନ୍ତୁ କାହିଁକି

କଲମ୍ବୋ,୪।୭: ଶ୍ରୀଲଙ୍କା ଗସ୍ତ ପାଇଁ ରାହୁଲ ଦ୍ରାବିଡଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି। ଦ୍ରାଭିଡ ଜଣେ ଶାନ୍ତ ବ୍ୟକ୍ତି ଏବଂ ତାଙ୍କ...

ବିରାଟ କୋହଲିଙ୍କ ମା’ ରାଜି ହୋଇଥିଲେ ଏହି ସୁନ୍ଦରୀ ଅନୁଷ୍କାଙ୍କ ବଦଳରେ ହୋଇଥାନ୍ତେ ତାଙ୍କ ସ୍ତ୍ରୀ

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସୁଖୀ ଦାମ୍ପତ୍ତ୍ୟ ଜୀବନ ବିତାଉଛନ୍ତି। ହେଲେ ଏକ ସମୟ ଥିଲା,...

ସ୍ବର୍ଣ୍ଣ ପଦକରେ ଜୟନ୍ତୀଙ୍କ ହ୍ୟାଟ୍ରିକ

ଭୁବନେଶ୍ୱର, ୨୭।୩(କ୍ରୀଡ଼ା ପ୍ରତିନିଧି)- ବେଙ୍ଗାଲୁରୁଠାରେ ଚାଲିଥିବା ୧୯ତମ ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ହାସଲରେ ହ୍ୟାଟ୍ରିକ କରିଛନ୍ତି ଓଡ଼ିଶା ସ୍ପ୍ରିଣ୍ଟର ଜୟନ୍ତୀ ବେହେରା।...

ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୧୦: ଆଇପିଏଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଉଚିତ ନା ତାଙ୍କୁ ବାଦ୍‌ ଦିଆଯିବା ଦରକାର, ସେ...

ଧୋନୀ, ସିଏସ୍‌କେ ଫ୍ୟାନଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨୪।୧୧: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦୀର୍ଘ ଦିନର କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଇପିଏଲର ଆଗାମୀ ୩ ସିଜନ ପାଇଁ ରିଟେନ କରିଛି। ଧୋନୀଙ୍କ...

ବର୍ଡର-ଗାଭାସ୍କର ଟ୍ରଫି: ଅନ୍ତିମ ଟେଷ୍ଟରେ ଟିମ୍‌ ଇଣ୍ଡିଆରେ ଖେଳାଳି ପରିବର୍ତ୍ତନ

ଅହମଦାବାଦ,୮ା୩: ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମାର୍ଚ୍ଚ ୯ରେ ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଟିମ୍‌ ଇଣ୍ଡିଆର...

ଭାରତୀୟଙ୍କୁ ହେୟ ମନେ କରିବା ଉଚିତ ନୁହେଁ : ଅଷ୍ଟ୍ରେଲିଆନ କୋଚ୍‌

ବ୍ରିସବେନ,୧୯।୧: ଚଳିତ ବର୍ଡର-ଗାଭାସ୍କର ସିରିଜ୍‌ରୁ ଗୋଟେ ଶିକ୍ଷା ପାଇଛୁ। ଭାରତୀୟ ଖେଳାଳିଙ୍କୁ କଦାପି ହେୟ ମନେ କରିବା ଉଚିତ ନୁହେଁ। ଭାରତଠାରୁ ୪ ମ୍ୟାଚ୍‌ ବିଶିଷ୍ଟ...

ପଏଣ୍ଟ ବାଣ୍ଟିଲେ ଚେଲସି-ଆର୍ସେନଲ

ଲଣ୍ଡନ,୨୨।୧- ଆର୍ସେନାଲ ଷ୍ଟାଇକର ହେକ୍ଟର ବେଲରିନଙ୍କ ଗୋଲଙ୍କ ଯୋଗୁ ଷ୍ଟାମଫର୍ଡ ବ୍ରିଜଠାରେ ଖେଳାଯାଇଥିବା ଚେଲସି ବିପକ୍ଷ ମ୍ୟାଚ୍‌କୁ ଆର୍ସେନଲ ୨-୨ ଗୋଲରେ ବରାବର ରଖିବାକୁ ସକ୍ଷମ...

Advertisement
Archives

Model This Week