Posted inଖେଳ

ଖେଳରତ୍ନ ପୁରସ୍କାର ପାଇବାରେ ପ୍ରଥମ ମହିଳା ହକି ଖେଳାଳି: କାନ୍ଦ ରୋକିପାରି ନ ଥିଲେ ରାଣୀ

ନୂଆଦିଲ୍ଲୀ, ୨୭।୮(ପି.ଟି.)- ଚଳିତ ବର୍ଷ ରାଣୀ ରାମପାଲଙ୍କ ସମେତ ୫ ଖେଳାଳି ଦେଶର ସର୍ବୋଚ୍ଚ ରାଜୀବଗାନ୍ଧୀ ଖେଳରତ୍ନ କ୍ରୀଡ଼ା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ପ୍ରଥମ ମହିଳା ହକି ଖେଳାଳିଭାବେ ରାଣୀ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି। ଏହି ଖବର ଶୁଣିବାପରେ ଭାବାବେଗକୁ ରୋକି ନ ପାରି କାନ୍ଦି ପକାଇଥିଲେ ଭାରତୀୟ ହକି ଅଧିନାୟିକା। ରାଣୀଙ୍କ ସମେତ କ୍ରିକେଟର ରୋହିତ ଶର୍ମା, ରେସଲର ଭିନେଶ ଫୋଗତ, ଟେବୁଲ ଟେନିସ ତାରକା ମାନିକା ବାତ୍ରା ଓ ପାରାଅଲିମ୍ପିଆନ ଥାଙ୍ଗାଭେଲୁ ମାରିୟାପ୍ପାନ ଖେଳରନତ୍ ପୁରସ୍କାର ପାଇବେ।
ଜଣେ ମହିଳା ହକି ଖେଳାଳି ଖେଳରନତ୍ ପୁରସ୍କାର ପାଇବ ବୋଲି କେବେ ଭାବିପାରି ନ ଥିଲେ ୨୫ ବର୍ଷୀୟା ରାଣୀ। ୫ ଜଣଙ୍କ ମଧ୍ୟରେ ସେ ସ୍ଥାନ ପାଇଥିବାରୁ ଭାବପ୍ରବଣ ହୋଇ ପଡ଼ିଥିଲେ। ”ସତକହିବାକୁ ଗଲେ ଜଣେ ମହିଳା ଖେଳାଳିଭାବେ ମୁଁ କେବେ ଖେଳରତ୍ନ ପୁରସ୍କାର ପାଇବି ବୋଲି ଭାବି ନ ଥିଲି। ଖେଳାଳିଙ୍କ ନାମ ଘୋଷଣା ହେବାପରେ ମୁଁ କାନ୍ଦ ରୋକିପାରି ନ ଥିଲି। ଏହି ଶୁଭଖବର ପ୍ରଥମେ ମୁଁ ବାପାଙ୍କୁ ଫୋନ୍‌ କରି ଜଣାଇଥିଲି। ସେତେବେଳ ପର୍ଯ୍ୟନ୍ତ ମୁଁ କାନ୍ଦୁଥିଲି। ମୋ ସହିତ କିଛି ଖରାପ ହୋଇଛି ବୋଲି ଭାବି ବାପା ବ୍ୟସ୍ତ ହୋଇ ପଡ଼ିଲେ। କାରଣ ଖେଳରତ୍ନ ପୁରସ୍କାରର ଗୁରୁତ୍ୱକୁ ସେମାନେ ବୁଝି ନ ଥିଲେ। ମୁଁ ବୁଝାଇବାପରେ ବାପା ବହୁତ ଖୁସିହେଲେ ଏବଂ ଭାବପ୍ରବଣ ହୋଇପଡ଼ିଲେ“ ବୋଲି ରାଣୀ ଏକ ସାକ୍ଷାତକାରରେ କହିଛନ୍ତି। ଭାରତୀୟ ହକି ଇତିହାସରେ ରାଣୀଙ୍କ କ୍ୟାରିୟର ଅତ୍ୟନ୍ତ ଚମକପ୍ରଦ। ସେ ଅତି ଦରିଦ୍ର ପରିବାରରୁ ଆସିଥିଲେ। ତାଙ୍କ ବାପା ଜଣେ ଟଣାଗାଡ଼ି ଚାଳକ ଥିଲେ। ସେଠାରୁ ଆସି ଆଜି ରାଣୀ ଭାରତୀୟ ମହିଳା ହକିରେ ଆଦର୍ଶ ପାଲଟି ଯାଇଛନ୍ତି। ହରିୟାଣା ଶାହବାଦର ରାଣୀ ମାତ୍ର ୧୫ ବର୍ଷରେ ସର୍ବକନିଷ୍ଠ ଖେଳାଳିଭାବେ ଜାତୀୟ ଦଳରେ ସ୍ଥାନ ପାଇଥିଲେ।
କଠିନ ପରିଶ୍ରମ, ତ୍ୟାଗ ଏବଂ ପ୍ରତିଶ୍ରୁତିବଦ୍ଧତା ପାଇଁ ଏହି ପୁରସ୍କାର ତାଙ୍କୁ ମିଳିଛି ବୋଲି ଅନୁଭବ କରୁଛନ୍ତି ରାଣୀ। ଅଲିମ୍ପିକ୍ସରେ ପଦକ ହାସଲ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ। ଆମେ ଅଧିକ ପରିଶ୍ରମ କରି ଦଳଗତଭାବେ ଆସନ୍ତାବର୍ଷ ଟୋକିଓରେ ସଫଳ ହେବାକୁ ଚେଷ୍ଟା କରିବୁ ବୋଲି ରାଣୀ କହିଛନ୍ତି। କୋଭିଡ-୧୯ ସଂକ୍ରମଣ ପାଇଁ ଅଲିମ୍ପିକ୍ସ ୧ ବର୍ଷ ଘୁଞ୍ଚି ଯାଇଛି। ନିଜ ଜୀବନକୁ ପାଣି ଛଡ଼ାଇ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିବା କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିଜ ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି ଏହି ତାରକା ଷ୍ଟ୍ରାଇକର। ”ଖେଳରନତ୍ ପୁରସ୍କାର ଉତ୍ସାହ ଆଣିଛି। ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ ପାଇଁ ଏହା ପ୍ରେରଣା ଦେବ। ଗତ କିଛିବର୍ଷ ଧରି ଭାରତୀୟ ମହିଳା ହକି ଏହାର ହକ୍‌ ପାଇବାରେ ସକ୍ଷମ ହୋଇଛି। ବ୍ୟକ୍ତିଗତଭାବେ ଏହା ମୋତେ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଛି“ ବୋଲି ରାଣୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୋଷୀ ସାବ୍ୟସ୍ତ ହେବା ପରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, କଟିଯିବ…

କଲମ୍ବୋ,୧୭।୬: ଶ୍ରୀଲଙ୍କାରେ ଚାଲିଥିବା ତ୍ରିଦେଶୀୟ (ଟ୍ରାଇ) ସିରିଜ ଦରମ୍ୟାନ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଇଣ୍ଡିଆ ‘ଏ’ ପକ୍ଷରୁ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ବୈଭବ…

ଅଧା ରହିଗଲା ବିଜୟର ଖୁସି! ସିରାଜ, ତିଳକଙ୍କ ସମେତ ୩ କ୍ରିକେଟରଙ୍କୁ ଲିଗାଲ ନୋଟିସ୍‌, ବଢ଼ିଲା… 

ହାଇଦ୍ରାବାଦ,୧୭।୬: ଶ୍ରୀଲଙ୍କାରେ ଖେଳାଯାଉଥିବା ତ୍ରିଦେଶୀୟ ସିରିଜ୍‌ର ଫାଇନାଲ୍‌ରେ ପ୍ରବେଶ କରି ଭାରତୀୟ ଏ-ଦଳ (India A) ଉତ୍ସବ ମନାଉଥିବା ବେଳେ ଅଧିନାୟକ ତିଲକ ବର୍ମାଙ୍କୁ ଏକ ବଡ଼…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

ଆଉ ଖେଳିପାରିବେନି ବୈଭବ ସୂର୍ଯ୍ୟବଂଶୀ? ଶ୍ରୀଲଙ୍କା ଖେଳାଳିଙ୍କ ସହ ଝଗଡ଼ା ପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବାର ସମ୍ଭାବନା! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ,୧୬।୬: ଆୟରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଶ୍ରୀଲଙ୍କାରେ ଖେଳୁଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଶିରୋନାମାରେ ସ୍ଥାନ ପାଇଛନ୍ତି। ପୂର୍ବରୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଦୃଷ୍ଟି…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri