ଭାରତର ବିକାଶ ହାର -୪.୫% ରହିବ

ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୧୯-୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଏହାର ୨୦୨୦ ଜୁନ୍‌ ଅପ୍‌ଡେଟ୍‌ରେ ବୈଶ୍ୱିକ ଅଭିବୃଦ୍ଧି -୪.୯% ରହିବା ସହ ଏଚ୍‌୧ ସମ୍ପର୍କିତ ଅର୍ଥନୈତିକ ଗତିବିଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି। ସେହିପରି ଭାରତର ଅର୍ଥନୀତି ମଧ୍ୟ ଘୋର ପ୍ରଭାବିତ ହେବ। ଦେଶର ଅଭିବୃଦ୍ଧି ହାର -୪.୫% ରହିବ ବୋଲି ଅନୁମାନ କରାଯାଇଛି। ୨୦୨୦ ଜୁନ୍‌ ୧୦ରେ ଅର୍ଗାନାଇଜେଶନ ଫର୍‌ ଇକୋନୋମିକ୍‌ ଡେଭେଲପ୍‌ମେଣ୍ଟ (ଓଇସିଡି) ପକ୍ଷରୁ ଦୁଇଟି ସମ୍ଭାବ୍ୟ ସ୍ଥିତି ଯଥା- ଏକକ ପ୍ରଭାବ ଓ ଦ୍ୱୈତ ପ୍ରଭାବ ସମ୍ପର୍କରେ ଆକଳନ କରାଯାଇଛି। ୨୦୨୦-୨୧ରେ ଭାରତର ବିକାଶ ହାର ଏକକ ପ୍ରଭାବରେ ତଳକୁ ଖସି -୩.୭% ଓ ଦ୍ୱିତୀୟ ପ୍ରଭାବରେ -୭.୩% ରହିବ। କରୋନା ସଂକ୍ରମଣ ଯୋଗୁ ଦେଶର ଅର୍ଥନୀତିକୁ ଯେଉଁ ବିପୁଳ କ୍ଷତି ସହିବାକୁ ପଡ଼ିଛି ସେଥିରୁ ମୁକୁଳି ଏହାକୁ ଟ୍ରାକ୍‌କୁ ଫେରାଇ ଆଣିବାକୁ ହେଲେ ବ୍ୟାପକ ସଂସ୍କାର ଜରୁରୀ ବୋଲି ଆର୍‌ବିଆଇ ଉକ୍ତ ରିପୋର୍ଟରେ କହିଛି।
୧୦% ବଢ଼ିଛି ନଗଦ କାରବାର
ମୁମ୍ବାଇ,୨୬ା୮: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ଲକ୍‌ଡାଉନ୍‌ ସମୟରେ ଭାରତରେ ନଗଦ ଆର୍ଥିକ କାରବାର ୧୦% ବୃଦ୍ଧି ପାଇଛି। ବିମୁଦ୍ରୀକରଣ ପୂର୍ବରୁ ମୁଦ୍ରା-ମୋଟ ଘରୋଇ ଉତ୍ପାଦ (ଜିଡିପି) ଅନୁପାତ ୧୨% ଥିଲା। ୨୦୧୯-୨୦ ଆର୍ଥିକ ବର୍ଷର ଏହି ପୂର୍ବାବସ୍ଥା ସ୍ତର ଆଡ଼କୁ ଏବେ ନଗଦ କାରବାର ଗତିଶୀଳ ହୋଇଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରେ କୁହାଯାଇଛି। ମଙ୍ଗଳବାର ପ୍ରକାଶିତ କେନ୍ଦ୍ରୀୟ ବ୍ୟାଙ୍କର ୨୦୧୯-୨୦ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ୨୧,୧୦,୮୯୨ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ ନୋଟ ସର୍କୁଲେଶନରେ ଥିଲା। ୨୦୨୦ ମାର୍ଚ୍ଚରେ ଏହା ୨୪,୨୦,୯୭୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାର୍ଚ୍ଚ ୨୫ରୁ ଏହି ନଗଦ କାରବାର ୨୬.୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ପୂର୍ବାପେକ୍ଷା ୧୦% ଅଧିକ। ଏହି ସମୟ ମଧ୍ୟରେ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ଦୁଇବର୍ଷରେ ସର୍ବନିମ୍ନ ସ୍ତରକୁ ଖସିଛି। ନୋଟ୍‌ ସର୍କୁଲେଶନ ଓ ଚାହିଦା ସହ କେନ୍ଦ୍ରୀୟ ବ୍ୟାଙ୍କର ଆୟ ବୃଦ୍ଧି ପାଇଛି। କରୋନା ମହାମାରୀ ସମୟରେ ଡିଜିଟାଲ ଟ୍ରାଞ୍ଜାକ୍ସନ ହ୍ରାସ ପାଇଥିବାରୁ କ୍ୟାଶ୍‌ ଡିମାଣ୍ଡ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ରୁଚିକୁ ଦେଖି ସେବା

ଜଗନ୍ନାଥ ଧାମ ପୁରୀ ହୋଟେଲ ଶିଳ୍ପ ପାଇଁ ବେଶ୍‌ ପରିଚିତ। ଏହି ସଂସ୍କୃତି ଓ ଐତିହ୍ୟସମ୍ପନ୍ନ ସହରରେ ୧୯୮୦ ଦଶକରେ ସ୍ବର୍ଗତ ଲଡୁଗୋପାଳ ପାତ୍ର ହୋଟେଲ...

ଚିନ୍ତା ବଢାଉଛି ବେକାରୀ

ମୁମ୍ବାଇ,୧୪-୧: ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ନିଯୁକ୍ତି ଉପରେ ପଡୁଛି। ଫଳରେ କମ୍ପାନିଗୁଡିକ ଅଧିକ ନିଯୁକ୍ତି ସପକ୍ଷରେ ନାହାନ୍ତି। ଏଥିଯୋଗୁ ୨୦୧୮-୧୯ ଆର୍ଥତ୍କ ବର୍ଷ...

ନିଯୁକ୍ତି ସଙ୍କଟ: ନୂଆ ସରକାରଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧୩।୫: ଆଉ କେଇଟା ଦିନ ପରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ମହାକୁମ୍ଭ ଶେଷ ହୋଇଯିବ। ମେ ୨୩ରେ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ନୂଆ...

ଭୁବନେଶ୍ୱରରେ ମେଟା କ୍ରିଏଟର ମିଟ୍‌ଅପ୍‌

ଭୁବନେଶ୍ୱର,୧୯।୯: ଦେଶର ପ୍ରମୁଖ ସୋସିଆଲ ମିଡିଆ ଫେସ୍‌ବୁକ (ମେଟା)ର ବ୍ୟବହାରକୁ ସଫଳ ଭାବେ ଉପଯୋଗ କରି ଓଡ଼ିଶାର କ୍ରିଏଟରମାନେ ଜଣେ ଜଣେ ସଫଳ ଉଦ୍ୟୋଗୀ (ଷ୍ଟାର୍ଟଅପ)...

୯୦,୩୯୫ କୋଟି ଋଣ ପ୍ରଦାନର ସମ୍ଭାବନା

ଭୁବନେଶ୍ୱର,୨୮-୧: ବର୍ଷ ୨୦୨୦-୨୧ ଲାଗି ରାଜ୍ୟର ଅଗ୍ରାଧିକାର କ୍ଷେତ୍ରଗୁଡିକୁ ପ୍ରାୟ ୯୦,୩୯୫ କୋଟି ଟଙ୍କାର ଋଣ ଯୋଗାଣ ନେଇ ସମ୍ଭାବନା ରହିଛି। ବ୍ୟାଙ୍କଗୁଡିକ ଏ ଦିଗରେ...

ପ୍ରଭାବିତ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୧୫।୩: ସୋମବାର ଏବଂ ମଙ୍ଗଳବାର ୨ ଦିନ ସାରା ଦେଶରେ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇପାରେ। ୟୁନାଇଟେଡ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ପକ୍ଷରୁ ଦେଶବ୍ୟାପୀ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୦-୧୦:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଚଳିତ ମାସ ୧୪ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ବ୍ୟାଙ୍କଗୁଡିକରେ ସ୍ଥିତିକୁ ତଥା ଅନ୍ୟ ପ୍ରସଙ୍ଗଗୁଡିକୁ ସେ ସମୀକ୍ଷା କରିବା କାର୍ଯ୍ୟକ୍ରମ...

ସର୍ବାଧିକ ବିଲିୟନେୟାର: ଭାରତ ବିଶ୍ୱରେ ୩ୟ

ନୂଆଦିଲ୍ଲୀ: ସବୁଠାରୁ ବେଶି ଅତିଧନୀ ବସବାସ କରୁଥିବା ଦେଶଗୁଡିକୁ ନେଇ ଫୋର୍ବସ ପକ୍ଷରୁ ବୁଧବାର ଏକ ତାଲିକା ପ୍ରକାଶ ପାଇଛି। ବିଲିୟନେୟାରଙ୍କ କଥା ବିଚାରକୁ ନେଲେ...

Advertisement
Archives

Model This Week