‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’

କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଆଇନତଃ ସୁରକ୍ଷିତ। କଥାରେ ଅଛି ପ୍ରେମ ମାନେନା ବାଧା ବନ୍ଧନ। ତେଣୁ ସମସ୍ତ ବାଧା ବନ୍ଧନକୁ ଡେଇଁ ଲିଭ୍‌ ଇନ୍‌ ରିଲେଶନଶିପରେ ରହିବାକୁ ଚାହୁଁଥିବା ସମଲିଙ୍ଗୀଙ୍କୁ ଏକାଠି ରହିବାର ଅଧିକାରକୁ ସମାଜ ସୁଯୋଗ ଦେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାର ବିଚାର କରି ସୋମବାର ଜଷ୍ଟିସ ଏସ୍‌.କେ. ମିଶ୍ର ଏବଂ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମ୍‌କୋର୍ଟଙ୍କ ବିଭିନ୍ନ ରାୟକୁ ଜର୍ତମା ପରେ ଆବେଦନକାରିଣୀଙ୍କ ସାଥୀଙ୍କୁ ପରିବାରଠାରୁ ମୁକ୍ତ କରିବା ସହ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛିନ୍ତି। ଜଣଙ୍କ ଲିଙ୍ଗଗତ ପରିଚୟ ତାଙ୍କ ସମ୍ମାନର ମୌଳିକ ଅଧିକାର ସଦୃଶ। ବ୍ୟକ୍ତିଗତ ସ୍ବାଧୀନତା ଅନ୍ୟ କାହାଦ୍ୱାରା କ୍ଷୁଣ୍ଣ ହେବା ଅନୁଚିତ, ଏପରି କି ସମସ୍ତେ ନିଜ ଇଚ୍ଛାରେ ଜୀବନଯାପନ କରିବାର ନିଷ୍ପତ୍ତି ନିଜେ ନେବା ଅଧିକାର ରହିଛି। ଏଥିରେ କେହି ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି। ଏହି କଥାକୁ ବିଚାରପତି ରଥ ସମ୍ମତି ଜଣାଇବା ସହ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବା ଜଣେ ବ୍ୟକ୍ତିର ନିଜସ୍ବ ନିଷ୍ପତ୍ତି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୧ରୁ ଆବେଦନକାରିଣୀ ଯୁବତୀଙ୍କ ସହ ଯାଜପୁର ଜିଲା ବରୀ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଦୀର୍ଘଦିନ ଧରି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକାଠି ରହୁଥିଲେ। ପରେ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିବା ପାଇଁ ୨୦୨୦ ମାର୍ଚ୍ଚ ୧୭ରେ ସେମାନେ ଭୁବନେଶ୍ୱର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ। ଏକଥା ଜାଣିବା ପରେ ବରୀ ଯୁବତୀଙ୍କ ମା’ ଓ ମାମୁ ବଳପୂର୍ବକ ତାଙ୍କୁ ଉଠାଇନେଇ ଆଉ ଜଣଙ୍କ ସହ ବିବାହ କରିବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଆବେଦନକାରିଣୀ ଯୁବତୀ ଖଣ୍ଡଗିରି ଓ ବରୀ ଥାନାରେ ଏତଲା ଦେଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରିଣୀ ଜୁଲାଇ ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ଅଦାଲତ ବରୀର ଯୁବତୀଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର କରିବାକୁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସମ୍ପୃକ୍ତା ଯୁବତୀଙ୍କୁ ଗତ ୧୭ତାରିଖରେ ଅଦାଲତଙ୍କ ନିକଟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ସେଥିରେ ବରୀର ଯୁବତୀ ଜଣକ ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହ ରହିବାକୁ ଚାହିଁଥିଲେ। ଉଭୟେ ସାବାଳିକା ହୋଇଥିବାରୁ ଆବେଦନକାରିଣୀ ଏବଂ ତାଙ୍କ ସମଲିଙ୍ଗୀ ସାଥୀ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ, ଏଥିରେ ପରିବାର ଲୋକ ସହଯୋଗ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ରାୟରେ ପ୍ରକାଶ କରିବା ସହ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓୟୁଟିଆର୍‌ର ହେବ ନବକଳେବର: ୩ ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି

ଭୁବନେଶ୍ୱର,୧୦।୫(ବ୍ୟୁରୋ): ଓଡିଶାର ବୈଷୟିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍‌)ର ନବକଳେବର ହେବ। ପୂର୍ବରୁ ଏହା କଲେଜ ଅଫ...

ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ ମିଶ୍ର

ଭୁବନେଶ୍ବର,୧।୮(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ନେଲେ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର। ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ସୋମବାର ଆନୁଷ୍ଠାନିକ...

ଜାତୀୟ ରାଜପଥରେ ଗୃହପାଳିତ ପ୍ରାଣୀଙ୍କ ଅବାଧ ବିଚରଣ

  ବାରିପଦା ଅଫିସ, ୧୨।୬ ସଡ଼କ ଦୁର୍ଘଟଣାକୁ ଏଡାଇବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ଜାତୀୟ ରାଜପଥ...

ଜିଲାପାଳଙ୍କ ଅଫିସ ଆଗରେ ସାହାରା ଜମାକାରୀଙ୍କ ସତ୍ୟାଗ୍ରହ

ଛତ୍ରପୁର,୮।୨(ଡି.ଏନ.ଏ.): ସାହାରା ଓ ଅନ୍ୟାନ୍ୟ କମ୍ପାନୀ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ଜମାଧନର ରାଶି ତୁରନ୍ତ ଫେରସ୍ତ ଦାବିରେ ବୁଧବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଗଣ...

ଠକାମିର ଶିକାର ହେଲେ ଅଭିଜିତ୍‌

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି।...

ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା...

ତାର ସଜାଡ଼ିଲା ବିଦ୍ୟୁତ୍‌ ବିଭାଗ

କଣିହାଁ, ୧୪ା୨(ଡି.ଏନ.ଏ.) – ଅନୁଗୋଳ ଜିଲା କଣିହାଁ ବ୍ଲକ ଝରାବେରଣୀ ଓ ପଟ୍ଟାଖମଣ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଉପରେ ୩୩ କେଭି...

ବାର୍‌ହା ମାଂସ ଜବତ, ଜଣେ ଗିରଫ

କେନ୍ଦୁଝର,୪।୪(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ବିଟ ବିଞ୍ଜ ବାହାଳ ଗ୍ରାମରେ ବନବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାର୍‌ହା...

Advertisement
Archives

Model This Week