ଶୁଭଲଗ୍ନର ପର୍ବ ଅକ୍ଷୟତୃତୀୟା

ନଗେନ୍ଦ୍ର ନାଥ ପଟ୍ଟନାୟକ

ଅକ୍ଷୟତୃତୀୟା ମହାପର୍ବ କେବଳ ସନାତନ ଧର୍ମ ପରମ୍ପରାରେ ନୁହେଁ ଜୈନ ପରମ୍ପରାରେ ମଧ୍ୟ ବିଶେଷ ମହତ୍ତ୍ୱ ବହନ କରେ। ଉଭୟ ଲୌକିକ ଓ ଅଲୌକିକ ଦୁଇଟି ଦୃଷ୍ଟିରୁ ଏହା ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଏହା ଏକ ସାର୍ବଜନୀନ ଲୋକପର୍ବ, ମାଙ୍ଗଳିକ ତଥା ପବିତ୍ର ଦିବସ। କୌଣସି ଶୁଭଲଗ୍ନ ବିନା ବିବାହ ଏବଂ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ ଏହି ପାବନ ତିଥିରେ। ବିଭିନ୍ନ ସାଂସ୍କୃତିକ ଓ ମାଙ୍ଗଳିକ ଢାଞ୍ଚାରେ ସୃଷ୍ଟ ଅକ୍ଷୟତୃତୀୟା ପର୍ବରେ ହିନ୍ଦୁ ଜୈନ ଧର୍ମ, ସଂସ୍କୃତି ପରମ୍ପରାର ଅଲୌକିକ ସମନ୍ବୟ। ମାର୍ଗ ଯେତେ ଭିନ୍ନଭିନ୍ନ ହେଉ ପଛେ ଏହି ମହାପର୍ବ ପ୍ରତି ସବୁ ଜାତି, ବର୍ଗ, ଧର୍ମ ସମ୍ପ୍ରଦାୟର ସମାଦର ଭାବ ଅଭିନ୍ନତାରେ ଏକତାର ଦିବ୍ୟ ସନ୍ଦେଶ ପ୍ରଦାନ କରିଥାଏ। ତେବେ ଏବେକାର କରୋନା ମହାସଙ୍କଟ ଓ ମହାମାରୀ କାଳରେ ସଂଯମ ଓ ତପର ଅକ୍ଷୟ ପରମ୍ପରା ଅନୁରୂପ ଜନଗଣଙ୍କ ଜୀବନଶୈଳୀ ନୂତନ ଭାବେ ଆପଣାଇବାର ଆବଶ୍ୟକତା ରହିଛି। ଅକ୍ଷୟତୃତୀୟା ବିଶେଷକରି କୃଷକ ଓ କୁମ୍ଭକାରଙ୍କ ଲାଗି ଏକ ପାବନ ପବିତ୍ର ଦିନ। ପୁଣି ଶିଳ୍ପୀକୁଳ ତଥା ବିଶ୍ୱକର୍ମାମାନଙ୍କ ନିମନ୍ତେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଦିବସ। ପ୍ରାଚୀନ କାଳରୁ ଗଡ଼ିଆସୁଥିବା ଏହି ପରମ୍ପରା ଅନୁଯାୟୀ କେବଳ ଏହି ପାବନ ଅକ୍ଷୟତୃତୀୟା ଦିନ ସେ କାଳର ରାଜା ମହାରାଜାମାନେ ସେମାନଙ୍କ ଶାସିତ ରାଜ୍ୟରେ ବସବାସ କରୁଥିବା ବିଶିଷ୍ଟ କୃଷକମାନଙ୍କୁ ଆମନ୍ତ୍ରିତ କରୁଥିଲେ ରାଜଦରବାରକୁ। ଚାଷଜମିରେ ରୋପିବା ପାଇଁ ସ୍ବତନ୍ତ୍ର ପ୍ରକାର ଚାରା ମଞ୍ଜି ବି ଉପହାର ଦେଉଥିଲେ ସେମାନଙ୍କୁ। ଏହି ମଞ୍ଜିକୁ ପୋତୁଥିବା ଅଥବା ଚାରା ରୋପୁଥିବା କୃଷକର ଧନଭଣ୍ଡାର କେବେ ଖାଲି ହେବ ନାହିଁ ବୋଲି ଲୋକଙ୍କ ମନରେ ବଦ୍ଧମୂଳ ଧାରଣା ଥିଲା। ଗୋଟିଏ ପଟେ ଏହା ହେଉଛି ଲୌକିକ ଦୃଷ୍ଟିଭଙ୍ଗୀ, ଅନ୍ୟପଟେ ଅଲୌକିକ ଦୃଷ୍ଟିକୋଣରୁ ଅକ୍ଷୟତୃତୀୟା ପର୍ବର ସମ୍ପର୍କ ଯୋଡ଼ି ହୋଇଯାଇଛି ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର ଭଗବାନ ଋଷଭଙ୍କ ସହିତ। ତପସ୍ୟା ଆମ ସଂସ୍କୃତିର ମୂଳତତ୍ତ୍ୱ, ଆଧାରଶୀଳା। କୁହାଯାଏ ସଂସାରର ଯେତେ ସବୁ ସମସ୍ୟା ମୁଣ୍ଡଟେକୁଛି ତପସ୍ୟା ହେଉଛି ସେ ସବୁର ଫଳପ୍ରସୂ ସମାଧାନ। ସମ୍ଭବତଃ ଏଥିପାଇଁ ଲୋକେ ବିଶେଷ ପ୍ରକାରର ତପସ୍ୟା ଆଚରନ୍ତି। ତପସ୍ୟା ବଳରେ ଉଭୟ ଆଧ୍ୟାତ୍ମକ ଓ ଭୌତିକ ସମ୍ପଦ ହାସଲ କରିବାକୁ ଚେଷ୍ଟିତ ହୁଅନ୍ତି। ଜୈନ ଧର୍ମ ପରମ୍ପରା ଅନୁଯାୟୀ ବର୍ଷେକାଳ ତପସ୍ୟା କରୁଥିବା ସାଧକ ଏହି ପବିତ୍ର ଦିବସରୁ ତପସ୍ୟା ଆରମ୍ଭ କରି ସେଇ ଏକା ଦିନରେ ହିଁ ଅନ୍ତ ଘଟାଇଥାନ୍ତି। ଏହା ସଂସାରକୁ ମୁକ୍ତିର ସ୍ମିତହାସ୍ୟ, ଶରୀରକୁ ତପିତ ତଥା ଆତ୍ମାସ୍ଥ କରିବାର ଅନନ୍ୟ ସୁଯୋଗ ଦେଇଥାଏ।
ଅକ୍ଷୟତୃତୀୟା ତପ, ତ୍ୟାଗ-ତିତିକ୍ଷା ଓ ସଂଯମର ପ୍ରତୀକାତ୍ମକ ପର୍ବ। ଭଗବାନ ଋଷଭଦେବଙ୍କ ଯୁଗରୁ ତଥା ତାଙ୍କ କୁଛ୍ରତପ ସାଧନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ। ସେବେଠାରୁ ଏହି ପରମ୍ପରା ପୁରୁଷ ପୁରୁଷ ଧରି ଗଡ଼ିଆସୁଛି । ଏହା ହେଉଛି ଋଷଭଙ୍କ ସୁଦୀର୍ଘ ତପସ୍ୟା ସମାପନର ଦିନ। ଆଦିଦେବଙ୍କ ସ୍ମୃତିରେ ଜୈନ ଧର୍ମର ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଅସଂଖ୍ୟ ଜୈନ-ସାଧୁ ଓ ସାଧ୍ୱୀ ନିର୍ଜଳା ଉପବାସ ଓ ବ୍ରତ ପାଳନ କରିଥାନ୍ତି। ଶ୍ରାନ୍ତିନାଥ ଜୈନ ମନ୍ଦିରରେ ଭଗବାନ ଋଷଭଙ୍କ ଉପବାସ ଭାଙ୍ଗିବାର ଆଦିସ୍ଥଳ। ସେଇଠି ଭଗବାନଙ୍କ ପରମ୍ପରା ଅନୁଯାୟୀ ଯାବତୀୟ ରୀତିନୀତିର ଆୟୋଜନ କରାଯାଇଥାଏ। ସମଗ୍ର ଦେଶର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟକ ତପସ୍ବୀ ସାଧୁସନ୍ଥ ଶ୍ରଦ୍ଧାଳୁ ବିଶେଷକରି ଜୈନ ଧର୍ମାବଲମ୍ବୀ ସେଠାରେ ରୁଣ୍ଡ ହୋଇଥାନ୍ତି। ତପସାଧନା ନିମନ୍ତେ କରୁଥିବା ନିର୍ଜଳା ଉପବାସକୁ ଭଙ୍ଗ କରନ୍ତି। ସଭ୍ୟତା ଓ ସଂସ୍କୃତିର ବିକାଶଯାତ୍ରାର ନାମ ହେଉଛି ଭଗବାନ ଋଷଭ। ସେ ସମ୍ରାଟରୁ ସନ୍ନ୍ୟାସୀ ହୋଇଥିଲେ ଏବଂ ତାଙ୍କ ପ୍ରତି ଜନତାଙ୍କ ପ୍ରଗାଢ଼ ଭକ୍ତି ଓ ଆଦର ସମ୍ମାନ ଥିଲା। ସେଥିପାଇଁ ଭଗବାନ ଋଷଭଙ୍କ ଭିକ୍ଷାରେ ଯେ ଆହାରର ଆବଶ୍ୟକତା ରହିଛି ଏକଥା ତାଙ୍କ ପ୍ରଜାଜନମାନଙ୍କ ଜ୍ଞାତସାରରେ ମଧ୍ୟ ନ ଥିଲା। ଭଗବାନ ପ୍ରତିଦିନ ବିଶୁଦ୍ଧ ଆହାରକୁ ନେଇ ଗବେଷଣା, ଅନ୍ବେଷଣ ଏବଂ ଅନୁଧ୍ୟାନ କରୁଥିଲେ। ସେଥିଲାଗି ସେ ଘରକୁ ଘର ବୁଲୁଥିଲେ। ମାତ୍ର ତମସା ଅନ୍ଧାର ଅଜ୍ଞାନତାର ଆବରଣରେ ଆଚ୍ଛାଦିତ କୌଣସି ବ୍ୟକ୍ତି ତାଙ୍କୁ ଭୋଜନ ବା ଆଧାର ଦାନ କରୁ ନ ଥିଲେ। ଲୋକେ ତାଙ୍କୁ ସମ୍ମାନ ଆଦର ସହିତ ହାତୀ, ଘୋଡ଼ା, ରଥ ରତ୍ନାଭୂଷଣ ରତ୍ନଖଚିତ ପାଦୁକା ଗ୍ରହଣ କରିବାକୁ ପ୍ରାର୍ଥନା କରୁଥିଲେ। ସେପଟେ କିନ୍ତୁ ଆହାର ବିନା ଭଗବାନ ଋଷଭ ତପସ୍ୟାର ବାରମାସ ଅବଧି ଅନାୟାସରେ ଶେଷ କରିଥିଲେ।
ତପସ୍ୟା ଆତ୍ମଶୋଧନର ଏକ ମହାନ୍‌ ପ୍ରକ୍ରିୟା। ଏହାଦ୍ୱାରା ଜନ୍ମ ଜନ୍ମାନ୍ତରର କର୍ମ ଆଚରଣର ଅନ୍ତ ଘଟିଥାଏ। କରୋନା ମହାସଙ୍କଟ ସମୟରେ ଏହି ମହାପର୍ବର ପ୍ରାସଙ୍ଗିକତା ବେଶ୍‌ ଅଧିକ। ଏହି ତପସ୍ୟା ସାଧନାରୁ ଜୀବନ ବିକାଶର ଶିକ୍ଷା ଆମ ଚରିତ୍ର ଆଚରଣରେ ପ୍ରତିଫଳିତ ହୋଇଯାଇଥାଏ। ଆମ ଭିତରେ ଅହଂତ୍ୱ ନୁହେଁ, ନିର୍ଦ୍ଦୋଷ ଶିଶୁସୁଲଭ ଭାବ ଜାଗ୍ରତ ହେବା ନିହାତି ଆବଶ୍ୟକ। ଏହା ଆତ୍ମା-ଉନ୍ମେଷର ଏକ ପ୍ରେରଣାସ୍ରୋତ। ଅକ୍ଷୟତୃତୀୟାର ପାବନ ପବିତ୍ର ପର୍ବ ନିଶ୍ଚିତ ରୂପେ ଧର୍ମାରାଧନା, ତ୍ୟାଗ-ତିତିକ୍ଷା, ତପସ୍ୟା ଇତ୍ୟାଦି ଦ୍ୱାରା ପରିପୁଷ୍ଟ ଅକ୍ଷୟ ପୁଣ୍ୟକୁ ଶତଗୁଣ କରିଥାଏ । ଅଧ୍ୟାତ୍ମର ଏହି ନିରବଚ୍ଛିନ୍ନ ଧାରା ସଦାସର୍ବଦା ପ୍ରବହମାନ। ଏହାଦ୍ୱାରା କେବଳ ମାନବିକତା ହିଁ କିଛି ବର୍ଷ ପର୍ଯ୍ୟନ୍ତ ନୁହେଁ, ପିଢ଼ିପିଢ଼ି ଧରି ଉତ୍ସ ହୋଇ ରହିଥାଏ। ଯାହା କିଛି ଆମେ ପ୍ରାପ୍ତ କରିଛେ ତାକୁ ଅକ୍ଷୁଣ୍ଣ ରଖି ଏହି ଅକ୍ଷୟ ଭଣ୍ଡାରକୁ ବହୁଗୁଣିତ କରିବା ଲାଗି ଆମେ ସଭିଏ ଦୃଢ ସଂକଳ୍ପବଦ୍ଧ ହେବା ବାଞ୍ଛନୀୟ। ଆମ ସଂସ୍କୃତି ଗ୍ରହଣୀୟ ଉତ୍ତମ ସଂସ୍କାର ଆଧାରିତ ତଥା ପ୍ରଗାଢ଼ ତପସ୍ୟାଭିତ୍ତିକ ହେବା ନିହାତି ଆବଶ୍ୟକ।
ବୈଶାଖ ଶୁକ୍ଲ ପକ୍ଷ ତୃତୀୟାରେ ରେଣୁକା ଗର୍ଭରୁ ଭଗବାନ ବିଷ୍ଣୁ ପରଶୁରାମ ରୂପେ ଅବତରି ଥିଲେ ବୋଲି ଭବିଷ୍ୟ ପୁରାଣ ଓ ସ୍କନ୍ଦ ପୁରାଣରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି । ଏହି ପବିତ୍ର ଦିବସଟି ଦକ୍ଷିଣ ଭାରତରେ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ। ଖାଲି ସେତିକି ନୁହେଁ, ଅକ୍ଷୟତୃତୀୟା ଦିନ ନିଜର ଉତ୍ତମ ଆଚରଣ ଓ ସଦ୍‌ଗୁଣ ଦ୍ୱାରା ଅନ୍ୟମାନଙ୍କର ଆଶୀର୍ବାଦ ନେଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଅଖଣ୍ଡ ବିଶ୍ୱାସ ରହିଛି। ଏହା ବ୍ୟତୀତ ଏହି ପବିତ୍ର ଦିବସରେ ସୁନାଅଳଙ୍କାର କ୍ରୟ କରିବା ଅତ୍ୟନ୍ତ ଶୁଭଙ୍କର ବୋଲି କୁହାଯାଏ। ସୁତରାଂ ଏହି ପାବନ ତିଥିରେ ଗୃହ ପ୍ରବେଶ, ପଦଭାର ଗ୍ରହଣ, ଯାନ ଖରିଦ କରିବା, ଭୂମି ପୂଜନ ଆଦି ଶୁଭକାର୍ଯ୍ୟ ସମ୍ପାଦନ କରିବା ଅତ୍ୟନ୍ତ ଲାଭଦାୟକ ଓ ପୁଣ୍ୟଦାୟୀ। ସର୍ବୋପରି ବୃନ୍ଦାବନସ୍ଥିତ ବାଙ୍କବିହାରୀଙ୍କ ଶ୍ରୀଚରଣ ଦର୍ଶନ ଏବଂ ପ୍ରମୁଖ ତୀର୍ଥସ୍ଥଳୀ ବଦ୍ରୀନାଥ ମଧ୍ୟ ଏହି ଅକ୍ଷୟତୃତୀୟା ଦିନ ଉନ୍ମୁକ୍ତ ହୋଇଥାଏ ।
୯୯୯-୩, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର,
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?