ଏଇ ଭାରତରେ

ବାଇକ୍‌ ଚଢ଼ୁଛି ଗୁଆଗଛ। ଆଶ୍ଚର୍ଯ୍ୟ ଲାଗୁଥିତ୍ଲେ ବି ଏହା ସତ। ଏମିତିକା ବାଇକ୍‌ ନିର୍ମାଣ କରିଛନ୍ତି କର୍ନାଟକର କୃଷକ ଗଣପତି ଭଟ୍ଟ। ମାଙ୍ଗାଲୁରର କୋମେଲ ଗଁାର ଚାଷୀ ଗଣପତି ତାଙ୍କ ବନ୍ଧୁ ଶର୍‌ଭିନ ମାବିନଙ୍କ ସହଯୋଗରେ ଏହି ବାଇକ୍‌ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ‘ଆରେକା ବାଇକ୍‌’। ଏକ ଲିଟର ପେଟ୍ରୋଲରେ ଏହା ଏକାଥରକେ ୯୦ଟି ଗୁଆଗଛ ଚଢ଼ିପାରୁଛି। ଏହାଯୋଗୁ ଶ୍ରମ ଖର୍ଚ୍ଚ ୨୦% କମିଯାଉଛି। ଗଣପତିଙ୍କ ବୟସ ୫୧। ସେ କୃଷି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୧ରୁ ୧୪ ଏକର ଜମିରେ ଗୁଆ ଓ ନଡ଼ିଆ ଚାଷ କରୁଛନ୍ତି। ଗଛ ଚଢ଼ି ଗୁଆ ଓ ନଡ଼ିଆ ପାରିବା ଲାଗି ଜଣେ ଶ୍ରମିକ ଦିନକୁ ୨୦୦୦ ଟଙ୍କା ନେଉଥିବାରୁ ଶ୍ରମ ବାବଦରେ ଖର୍ଚ୍ଚ କମାଇବା ଲାଗି ସେ ଏଭଳି ବାଇକ୍‌ ନିର୍ମାଣ କରିବାକୁ ଆରମ୍ଭ କରି ଏବେ ସଫଳତା ପାଇଛନ୍ତି। ଏହି ବାଇକ୍‌ ୮୪ ମିଟର ଗଛକୁ ୩୦ ସେକେଣ୍ଡରେ ଚଢ଼ୁଛି। ଏହା ମଧ୍ୟ କୀଟନାଶକ ସ୍ପ୍ରେ କରିବାକୁ ସକ୍ଷମ। ବାଇକ୍‌ର ଓଜନ ୨୮ କେ.ଜି, କିନ୍ତୁ ଏହା ୮୦ କେଜି ଓଜନର ଲୋକଙ୍କୁ ନେଇ ଗଛ ଚଢ଼ିପାରୁଛି। ଏହାର ମୂଲ୍ୟ ଏବେ ୫୯,୦୦୦ ଟଙ୍କା ରଖାଯାଇଛି ଓ ୧ ବର୍ଷର ଓ୍ବାରେଣ୍ଟି ଦେଉଛନ୍ତି ଗଣପତି। ଏବେ ସୁଦ୍ଧା ସେ ୭୦୦ ବାଇକ୍‌ ଚାଷୀଙ୍କୁ ଉପତ୍ାଦନ ଖର୍ଚ୍ଚରେ ବିକ୍ରି କରିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri