ଝିଅ ଉପରେ ଚଢ଼ିଗଲା ବାପାଙ୍କ ଅଟୋ

ଛେଣ୍ଡିପଦା,୧୪ା୧୦(ସ୍ବ.ପ୍ର.): ବାପା ଚଳାଉଥିଲେ ଡାଲା ଅଟୋ। ପାଖରେ ବସିଥିଲେ ୮ ବର୍ଷର ଝିଅ। ହେଲେ ହମ୍ପ୍‌ସ୍‌ ନିକଟରେ ବାପା ବ୍ରେକ୍‌ ମାରିବାରୁ ଗାଡ଼ିରୁ ରାସ୍ତା ଉପରକୁ ଗଳିପଡ଼ିଥିଲେ ଝିଅ। ଏହି ସମୟରେ ଗାଡ଼ିଟି ତାଙ୍କ ଉପରେ ଚଢ଼ିଯାଇଥିଲା। ଗୁରୁତର ଅବସ୍ଥାରେ ଝିଅଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଗୁରୁବାର ଘଟିଛି ଏହି ଦୁର୍ଘଟଣା।
ସୂଚନା ଅନୁଯାୟୀ, ଛେଣ୍ତିପଦା ଥାନା କୁମ୍ଭାରସାହି ବିଦ୍ୟାଳୟରେ ପଢ଼ୁଥିବା ଝିଅ ରୋଜାଲିନ ସାହୁ (୮)ଙ୍କୁ ବାପା କୁମ୍ଭାରସାହିର ସୁନୀଲ ସାହୁ ଆଣିବାକୁ ଯାଇଥିଲେ। ସ୍କୁଲରୁ ଝିଅଙ୍କୁ ଆଣି ନିଜ ଡାଲା ଅଟୋରେ ବସାଇ ସୁନୀଲ ଥାନା ଛକ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ପୂର୍ତ୍ତବିଭାଗ ଡାକ ବଙ୍ଗଳାଠାରେ ଦିଆଯାଉଥିବା ଅନ୍ନପ୍ରସାଦ ଖାଇବାକୁ ଯାଇଥିଲେ। ସେଠାରୁ ରୋଜାଲିନଙ୍କୁ ଧରି ସୁନୀଲ ଗାଡ଼ିରେ ଘରକୁ ଫେରୁଥିବା ବେଳେ ସ୍କୁଲ ନିକଟରେ ହମ୍ପ୍‌ସ୍‌ ଦେଖି ବ୍ରେକ୍‌ ମାରିଥିଲେ। ଏହି ସମୟରେ ଆଗରେ ବସିଥିବା ରୋଜାଲିନ ଅଟୋରୁ ଗଳି ପଡିବାରୁ ଗାଡ଼ିଟି ତାଙ୍କ ପେଟ ଉପରେ ଚଢି ଯାଇଥିଲା। ଗୁରୁତର ଅବସ୍ଥାରେ ରୋଜାଲିନଙ୍କୁ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମାଠ ବେହେରା ରାଇସ ମିଲ ସିଲ୍‌: ଜିଲାପାଳଙ୍କ ଆଦେଶ ଅବମାନନା ଅଭିଯୋଗ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ମଙ୍ଗଳବାର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ…

ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା ଦେଖି ଭିଜିଲାନ୍ସ ଚକିତ: ୨୦ରୁ ଅଧିକରୁ ପ୍ଲଟ୍‌ ସହ ଘରୁ ମିଳିଲା…

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ପ୍ରତିଷ୍ଠାନ(ଏଷ୍ଟାବ୍ଲିଶମେଣ୍ଟ) ଅଧିକାରୀ ତଥା କାର୍ଯ୍ୟାଳୟ ଅଧିକ୍ଷକ ଧନୁର୍ଦ୍ଧର ବିଶ୍ୱାଳଙ୍କ ନାମରେ ଆୟ ବର୍ହିଭୂତ…

ବଢିଲା ରବି ଧାନ ସଂଗ୍ରହ ଅବଧି: ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୩୦।୬: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା…

ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମାତୃ-ଶିଶୁ ବିଭାଗର ଲିଫ୍ଟ ଅଚଳ, ଆସୁନି ପାଣି

ପଦ୍ମପୁର,୨୯ା୬(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡର ଏକମାତ୍ର ଭରସାଯୋଗ୍ୟ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାଗ୍ରସ୍ତ କିମ୍ବା ଗୁରୁତର ରୋଗୀଙ୍କୁ…

ବାଣପୁରରେ ଭିଡ଼ ହିଂସା: ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ୨ ଗିରଫ, ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ

ଖୋର୍ଦ୍ଧା, ୩୦।୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବାଲିଅନ୍ତା ଓ ରାୟଗଡ଼ାର ଇନ୍ଦିରାଗୁଡ଼ା ପରେ ଏବେ ବାଣପୁରରେ ଭିଡ଼ ହିଂସାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

ହୃଦୟବିଦାରକ ଦୃଶ୍ୟ! ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ଗର୍ଭବତୀଙ୍କ ମୃତଦେହ, ଶିଶୁ ବି..

ଗୁଡ଼ାରୀ,୩୦।୬(ପ୍ରମୋଦ କୁମାର ପତି ): ଗୁଡ଼ାରୀ ବ୍ଲକ କର୍ଲାଘାଟି ଗ୍ରାମପଞ୍ଚାୟତର ପେଟାଖାଲ ଗ୍ରାମରୁ ସ୍ବାସ୍ଥ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଆସିଛି । ଗର୍ଭବତୀ ସେବତୀ ନାରେଙ୍ଗାକାଙ୍କ ମୃତ୍ୟୁ ହେବା…

ଲୋମହର୍ଷଣକାରୀ ହତ୍ୟା, ଲୁଟ୍ ଘଟଣା: ହତ୍ୟାକାରୀଙ୍କ ଗାଡି ଦୁର୍ଘଟଣା, ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ…

ସୁନ୍ଦରଗଡ଼, ୩୦।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲାରେ ଘଟିଥିବା ଏକ ଲୋମହର୍ଷଣକାରୀ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ଏନେଇ ମଙ୍ଗଳବାର ସୁନ୍ଦରଗଡ଼…

‘ମୋଦିଙ୍କୁ ଫୋନ କର, ସେ ଉଠି ସାରିଥିବେ’,ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହା ଶୁଣି ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri