ସୋଭିଏଟ୍‌ର ପତନ ଓ ଗୋର୍ବାଚେଭ୍‌

ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍‌ କ୍ରାନ୍ତି ଓ ଜାର୍‌ ନିକୋଲାସ୍‌ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍‌ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍‌ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି ରହିଥିବା ରାଜ୍ୟଗୁଡ଼ିକୁ ସେ ଏକଜୁଟ କରିଥିଲେ। ପରେ ଅଫିସିଆଲି ସୋଭିଏଟ୍‌ ସଂଘ ସ୍ଥାପନ ହୋଇଥିଲା। ତେବେ ଲୋକଙ୍କୁ ନିଜ ଇଚ୍ଛାରେ ବଞ୍ଚିବା ସ୍ବାଧୀନତା ମିଳିପାରି ନ ଥିଲା। ରୁଷିଆରେ ଏକଚ୍ଛତ୍ରବାଦ ଶାସନର ସୂତ୍ରଧର ଥିଲେ ଯୋଶେଫ୍‌ ଷ୍ଟାଲିନ୍‌। ଦେଶର ସମସ୍ତ ନିଷ୍ପତ୍ତି କମ୍ୟୁନିଷ୍ଟ ପାର୍ଟି ହିଁ ନେଉଥିଲା। ୧୯୮୫ରେ ମିଖାଇଲ୍‌ ଗୋର୍ବାଚେଭ୍‌ ୟୁନିୟନ ଅଫ୍‌ ସୋଭିଏଟ୍‌ ସ୍ପେଶାଲିଷ୍ଟ୍‌ ରିପବ୍ଲିକ୍ସ (ୟୁଏସ୍‌ଏସ୍‌ଆର୍‌)ର ରାଷ୍ଟ୍ରପତି ହୋଇଥିଲେ। ସେହି ସମୟରେ ରୁଷିଆ ଗମ୍ଭୀର ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଥିଲା। ଲୋକଙ୍କୁ ସ୍ବାଧୀନତା ଦେବା ଏବଂ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଗୋର୍ବାଚେଭ୍‌ ଅନେକ ପଦକ୍ଷେପ ନେଇଥିଲେ। ସେ ପେରେସ୍ତ୍ରୋଇକା (ପୁନର୍ଗଠନ) ଏବଂ ଗ୍ଲାସ୍‌ନୋଷ୍ଟ (ମୁକ୍ତ ଅର୍ଥନୀତି ଓ ରାଜନୀତି) ନୀତି ଆଣିଥିଲେ। ଷ୍ଟାଲିନଙ୍କ ଏକଚ୍ଛତ୍ରବାଦୀ ଶାସନ ଦେଖିଥିବା ଲୋକଙ୍କ ପାଇଁ ଏହା ବେଶ୍‌ ନୂଆ ଥିଲା। ଧୀରେଧୀରେ ସୋଭିଏଟ୍‌ବାସୀ ମନଖୋଲି ବଞ୍ଚିବା ଶିଖିବା ସହ, ବିଭିନ୍ନ କାରବାର, ସମ୍ପତ୍ତି କ୍ରୟବିକ୍ରୟ ଆଦି କରିପାରିଥିଲେ। ୧୯୯୦ରେ ପ୍ରଥମ କରି ମ୍ୟାକ୍‌ଡୋନାଲ୍ଡ ଷ୍ଟୋର ଖୋଲିଥିଲା। ପରେ ଆମେରିକାର ଅନେକ କମ୍ପାନୀ ରୁଷିଆ ମାର୍କେଟରେ ଏହାର ଶାଖା ଖୋଲିଥିଲେ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ କମିବାରେ ଲାଗିଲା ଏବଂ ଲୋକେ ସେମାନଙ୍କ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଇଲେ।
ଏପରି ନୀତିକୁ ତାଙ୍କ କମ୍ୟୁନିଷ୍ଟ ଦଳ ବିରୋଧ କରିଥିଲା। ଏପରି ପଲିସି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା କୁହାଯାଇଥିଲା। ହେଲେ ସ୍ବାଧୀନତାର ସ୍ବାଦ ଚାଖି ସାରିଥିବା ବିଭିନ୍ନ ରାଜ୍ୟ ସୋଭିଏଟ୍‌ ସଂଘର କମ୍ୟୁନିଷ୍ଟ ଶାସନରୁ ଅଲଗା ହେବାକୁ ଚାହିଁଲେ। ବାଲିଷ୍ଟିକ୍‌ ରାଜ୍ୟ ଏଷ୍ଟୋନିଆ, ଲିଥୁଆନିଆ, ଲାଟ୍‌ଭିଆ ଆଦିରେ ଯୁବବର୍ଗ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏପରିକି ୧୯୯୧ ସେପ୍ଟେମ୍ବରରେ ଏହି ୩ ରାଜ୍ୟ ନିଜକୁ ସ୍ବାଧୀନ ଦେଶ ଘୋଷଣା କରିଦେଇଥିଲେ। ଧୀରେ ଧୀରେ ଆଜରବାଇଜାନ୍‌, ଜର୍ଜିଆ, ଆର୍ମେନିଆ, ୟୁକ୍ରେନ୍‌, ମାଲ୍‌ଡୋଭାରେ ବି ସ୍ବାଧୀନତା ଦାବିରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଲା। କ୍ରମେ ଗୋଟିଏ ପରେ ଗୋଟିଏ ରାଜ୍ୟ ନିଜକୁ ସ୍ବାଧୀନ ଘୋଷଣା କରିବାରେ ଲାଗିଲେ। ସୋଭିଏଟ୍‌ ସଂଘର ବିଲୟକୁ ରୋକିବା ପାଇଁ ଗୋର୍ବାଚେଭ୍‌ ବହୁ ଉଦ୍ୟମ କରିଥିଲେ ହେଁ ଏଥିରେ ସଫଳ ହୋଇପାରି ନ ଥିଲେ। ଶେଷରେ ସୋଭିଏଟ୍‌ ୟୁନିୟନ୍‌ ଭାଙ୍ଗି ରୁଷିଆ, ୟୁକ୍ରେନ୍‌, ଜର୍ଜିଆ, ବେଲାରୁଷ, ମାଲଡୋଭା, ଆର୍ମେନିଆ, ଆଜରବାଇଜାନ୍‌, କାଜାଖସ୍ତାନ, କିର୍ଗିଜସ୍ତାନ, ଉଜ୍‌ବେକିସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ, ଲିଥିୁଆନିଆ, ଲାଟ୍‌ଭିଆ, ଏଷ୍ଟୋନିଆ ଆଦି ଦେଶ ସ୍ବାଧୀନ ହୋଇଥିଲା। ୧୯୯୧ ଡିସେମ୍ବର ୨୫ରେ ଗୋର୍ବାଚେଭ୍‌ କ୍ରେମ୍‌ଲିନ୍‌ରୁ ସୋଭିଏଟ୍‌ ପତାକା ବଦଳାଇ ସେଠାରେ ରୁଷିଆର ନ୍ୟାଶନାଲ ଫ୍ଲାଗ୍‌ ଲଗାଇଥିଲେ। ସେତେବେଳେ ବର୍ତ୍ତମାନର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ୩୯ ବର୍ଷ ହୋଇଥିଲା। ସେ କେଜିଏଫ୍‌ରେ ଗୋଇନ୍ଦା ଏଜେଣ୍ଟ ଥିଲେ। ସୋଭିଏଟ୍‌ ସଂଘର ପତନ ପୁଟିନ୍‌ଙ୍କୁ ଉଚିତ ଲାଗି ନ ଥିଲା। ପୂର୍ବଜମାନେ ବହୁକଷ୍ଟରେ ଯାହା ବନାଇଥିଲେ, ତାହା ନଷ୍ଟ ହୋଇଗଲା ବୋଲି ସେତେବେଳେ ପୁଟିନ୍‌ କହିଥିଲେ।

ଶୀତଳଯୁଦ୍ଧର ଶେଷ

୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବା ପରେ ଆଫଗାନିସ୍ତାନ ସଙ୍କଟ ଏବଂ ଅନ୍ୟ ପ୍ରସଙ୍ଗକୁ ନେଇ ଦୁଇ ବିଶ୍ୱଶକ୍ତି ଆମେରିକା ଓ ସୋଭିଏଟ୍‌ ସଂଘ ମଧ୍ୟରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ମିଖାଇଲ ଗୋର୍ବାଚେଭ୍‌ ସୋଭିଏଟ୍‌ ରାଷ୍ଟ୍ରପତି ଥିବାବେଳେ ଏହା ଅଧିକ ଘନେଇବାରେ ଲାଗିଲା। ସେହି ସମୟରେ ଗୋର୍ବାଚେଭ୍‌ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ନିକଟତର ହୋଇ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରିଥିଲେ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ଏବଂ ମାର୍ଗରେଟ୍‌ ଥାଚରଙ୍କ ସହ ସେ ଏକାଧିକ ଥର ଆଲୋଚନା କରିଥିଲେ। ଗୋର୍ବାଚେଭ୍‌ ଆମେରିକା ସହ ଅଣୁଅସ୍ତ୍ର ଚୁକ୍ତି ମଧ୍ୟ କରିଥିଲେ। ପରେ ଶୀତଳ ଯୁଦ୍ଧ ଶେଷ କରିବା ପାଇଁ ସେ ପରିସ୍ଥିତି ସୃଷ୍ଟି କରିଥିଲେ। ସୋଭିଏଟ ସଂଘ ବିଲୟ ହେବା ପରେ କୋଲ୍ଡ ଓ୍ବାର ଶେଷ ହୋଇଯାଇଥିଲା। କାରଣ ପୂରା ବିଶ୍ୱ ଏକଧ୍ରୁବୀୟ ହେବା ସହ ଆମେରିକା ଏକମାତ୍ର ସୁପରପାଓ୍ବାର ଦେଶ ହୋଇ ରହିଥିଲା। ସୋଭିଏଟ୍‌ ସଂଘରୁ ଅଲଗା ହେବା ପରେ ରୁଷିଆକୁ ଛିଡ଼ା ହେବା ପାଇଁ ଅନେକ ବର୍ଷ ଲାଗିଯାଇଥିଲା। ଭ୍ଲାଡିମିର ପୁଟିନ୍‌ଙ୍କ ଶାସନରେ ରୁଷିଆ ପୁଣି ଏକ ମହାଶକ୍ତି ହୋଇ ଉଭା ହେଲା। ଫଳରେ ଏବେ ପୁଣି ଆମେରିକା ଓ ରୁଷିଆକୁ ନେଇ ବିଶ୍ୱ ଦୁଇଭାଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ନାବାଳକ, ଲୁହରେ ଭିଜୁଛି ଗାଁ

ଡେରାବିଶ,୨୭ା୯(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ବିଲିଆ ଗ୍ରାମରେ ରବିବାର ସକାଳେ ଏକ ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?