ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ ଦୀର୍ଘ ବାଟ ଭାସିଯିବା ପରେ ବି ପାଣି ସହ ସଂଗ୍ରାମ କରି ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ସୁଖଦ ଘଟଣା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଯାଜପୁର ଜିଲା ପଳାଖଣ୍ଡ ଗ୍ରାମର ୮୦ ବର୍ଷୀୟା ବୃଦ୍ଧା କେଶି ଦଳେଇ ନିତ୍ୟକର୍ମ ସାରିବା ପାଇଁ ନିକଟସ୍ଥ ନଦୀକୂଳକୁ ଯାଇଥିଲେ। ତେବେ ଶୌଚ ହେଉଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ଗୋଡ଼ ଖସିଯାଇଥିଲା। ସେହି ସମୟରେ ବ୍ରାହ୍ମଣୀନଦୀରେ ପ୍ରବଳ ସ୍ରୋତ ଥିବାରୁ ବୃଦ୍ଧା ଜଣକ ନିଜକୁ ସମ୍ଭାଳି ନ ପାରି ପାଣିରେ ଭାସିଯାଇଥିଲେ। ବୟସାଧିକ୍ୟ ସତ୍ତ୍ୱେ ସେ ଭାସୁଥିବା ଅବସ୍ଥାରେ ଜୀବନ ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ। ଭାସି ଭାସି ସେ ଯାଜପୁର ସୀମା ପାର ହୋଇ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀକୂଳରେ ଆସି ଲାଗିଥିଲେ। ସ୍ଥାନୀୟ ବାଲିପାଟଣା ଗ୍ରାମର କିଛି ଯୁବକ ବୃଦ୍ଧା ଜଣଙ୍କୁ ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ। ସେମାନେ ବିନା ବିଳମ୍ବରେ ତୁରନ୍ତ ନଦୀ ଭିତରକୁ ଡେଇଁ ବୃଦ୍ଧାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବୃଦ୍ଧାଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ସଙ୍ଗେ ସଙ୍ଗେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ଦଳ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଚିକିତ୍ସା ପରେ ବୃଦ୍ଧା କେଶି ଦଳେଇ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ବାଲିପାଟଣା ଗ୍ରାମବାସୀଙ୍କ ସମୟୋଚିତ ପଦକ୍ଷେପ ଓ ସାହସିକତା ଯୋଗୁ ଆଜି ଜଣେ ବୃଦ୍ଧାଙ୍କ ଜୀବନ ବଞ୍ଚିଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର…

ପଡ଼ିଆରେ କ୍ରିକେଟ୍‌ ଖେଳୁଥିଲେ ଏଆର୍‌ଆଇ, ହଠାତ୍‌ ଛାତିରେ ହେଲା ଯନ୍ତ୍ରଣା, ଆଉ ତା’ ପରେ…

ଗୁଣପୁର,୨୭ା୯(ସଙ୍କେତ ପାତ୍ର): ରାୟଗଡ଼ାରେ କ୍ରିକେଟ ଖେଳୁଥିବା ସମୟରେ ହଠାତ୍‌ ଛାତି ଯନ୍ତ୍ରଣା ହେବା ପରେ ଅଚେତ ହୋଇପଡ଼ି ଗୁଣପୁରରେ କାର୍ଯ୍ୟରତ ଏଆର୍‌ଆଇ ପି. ରାଜେଶଙ୍କ ଅକାଳ ବିୟୋଗ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?