Posted inଖେଳ

ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି): କରୋନା ମହାମାରୀ ଜନିତ ଦୀର୍ଘ ଦିନର ବ୍ରେକ୍‌ ପରେ ଭାରତୀୟ ଆଥଲେଟ୍‌ମାନେ ପ୍ରଥମଥରପାଇଁ ଗୁରୁବାର ଟ୍ରାକ୍‌କୁ ଓହ୍ଲାଇଛନ୍ତି। ପଞ୍ଜାବର ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ଏବଂ ଅମିୟ ମଲିକ ବ୍ରୋଞ୍ଜ ପଦକ ପାଇଛନ୍ତି। ମହିଳା ୧୦୦ ମିଟର ଫାଇନାଲରେ ଦୂତୀ ୧୧.୫୧ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। କର୍ନାଟକର ଧନେଶ୍ୱରୀ ଏ.ଟି. ୧୧.୮୬ ସେକେଣ୍ଡ ସହିତ ରୌପ୍ୟ ଏବଂ ମହାରାଷ୍ଟ୍ରର ଡିଣ୍ଡ୍ରା ଡୁଡଲି ଭାଲ୍ଲାଡା ୧୧.୯୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ଦୂତୀ ୧୧.୨୨ ସେକେଣ୍ଡ ଟାଇମିଂ ସହିତ ଜାତୀୟ ରେକର୍ଡର ଅଧିକାରୀଣି ଅଛନ୍ତି। ସେହିପରି ପୁରୁଷ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଅମିୟ ୧୦.୮୯ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହାରାଷ୍ଟ୍ରର କ୍ରିଷ୍ଣା କୁମାର ସତୀଶ ୧୦.୬୮ ଓ କେରଳର ମହମ୍ମଦ ଅନାସ ୟାହିୟା ୧୦.୮୯ ସେକେଣ୍ଡ ସହିତ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ଅମୀୟ ୧୦.୨୬ ସେକେଣ୍ଡ ଟାଇମିଂ ସହିତ ଜାତୀୟ ରେକର୍ଡର ଅଧିକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ଡୋର୍‌ ଟ୍ରେନିଂ ଆରମ୍ଭ କଲେ କ୍ରୁନାଲ ପାଣ୍ଡ୍ୟା

ଭଦୋଦରା, ୧ା୭ (ପି.ଟି.):କୋଭିଡ୍‌-୧୯ ମହାମାରୀ ଯୋଗୁ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ରହିବା ପରେ ଭାରତ ଅଲ୍‌ରାଉଣ୍ଡର କ୍ରୁନାଲ...

ଦିଲ୍ଲୀରେ ଡିସି-ଜିଟି ମୁହାଁମୁହିଁ…

ନୂଆଦିଲ୍ଲୀ,୪।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମଙ୍ଗଳବାର...

ଅଲ୍‌ ଇଣ୍ଡିଆ ସୁପର ସିରିଜ ର଼୍ୟାଙ୍କିଙ୍ଗ ଟେନିସ

ଭୁବନେଶ୍ୱର, ୧୩ା୯ (ବିଜୟ ରଣା): ତୃତୀୟ ଗଣେଶ୍ୱର ମେମୋରିଆଲ ଆଇଟା ଓଟା ଅଲ୍‌ ଇଣ୍ଡିଆ ସୁପର ସିରିଜ ୧୨ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌...

ମହିଳା ହକି: ଆର୍ଜେଣ୍ଟିନା ସହ ଡ୍ର ରଖିଲା ଭାରତ

ବୁଏନ୍ସ ଏୟାର୍ସ, ୨ା୨ (ପି.ଟି.)- ଭାରତୀୟ ସିନିୟର ମହିଳା ହକି ଦଳ ବିଶ୍ୱର ୨ ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ ୧-୧ ଗୋଲ୍‌ରେ ଡ୍ର...

ଏଥର ବି ଜିତିପାରିଲେ ନାହିଁ ଟସ୍‌

ଆବୁଧାବି,୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରମାଗତ ଦ୍ୱତୀୟ ଥର ପାଇଁ ଟସ୍‌ ଜିତିବାରେ ବିଫଳ ହୋଇଛନ୍ତି। ବୁଧବାର ଆବୁଧାବିରେ ଖେଳାଯିବାକୁ...

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି।...

ଏକାଠି ଖେଳିପାରିବେ ନାହିଁ ଭାରତ-ପାକିସ୍ତାନ ଖେଳାଳି : ବିସିସିଆଇ

ନୂଆଦିଲ୍ଲୀ,୨୭।୧୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକ ଅବସରରେ ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଦୁଇଟି ଟି୨୦ ଅଫିସିଆଲ...

ଇଣ୍ଡିଆନ ସୁପର ଲିଗ୍‌: ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ଭାସ୍କୋ,୨୧।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ...

Advertisement
Archives

Model This Week