Posted inଖେଳ

ଦୂତୀଙ୍କୁ ସ୍ବର୍ଣ୍ଣ, ଅମିୟ ବ୍ରୋଞ୍ଜ୍‌

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି): କରୋନା ମହାମାରୀ ଜନିତ ଦୀର୍ଘ ଦିନର ବ୍ରେକ୍‌ ପରେ ଭାରତୀୟ ଆଥଲେଟ୍‌ମାନେ ପ୍ରଥମଥରପାଇଁ ଗୁରୁବାର ଟ୍ରାକ୍‌କୁ ଓହ୍ଲାଇଛନ୍ତି। ପଞ୍ଜାବର ପଟିଆଲାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ ଏବଂ ଅମିୟ ମଲିକ ବ୍ରୋଞ୍ଜ ପଦକ ପାଇଛନ୍ତି। ମହିଳା ୧୦୦ ମିଟର ଫାଇନାଲରେ ଦୂତୀ ୧୧.୫୧ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। କର୍ନାଟକର ଧନେଶ୍ୱରୀ ଏ.ଟି. ୧୧.୮୬ ସେକେଣ୍ଡ ସହିତ ରୌପ୍ୟ ଏବଂ ମହାରାଷ୍ଟ୍ରର ଡିଣ୍ଡ୍ରା ଡୁଡଲି ଭାଲ୍ଲାଡା ୧୧.୯୭ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ଦୂତୀ ୧୧.୨୨ ସେକେଣ୍ଡ ଟାଇମିଂ ସହିତ ଜାତୀୟ ରେକର୍ଡର ଅଧିକାରୀଣି ଅଛନ୍ତି। ସେହିପରି ପୁରୁଷ ୧୦୦ ମିଟର ରେସ୍‌ରେ ଓଡ଼ିଶାର ଅମିୟ ୧୦.୮୯ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହାରାଷ୍ଟ୍ରର କ୍ରିଷ୍ଣା କୁମାର ସତୀଶ ୧୦.୬୮ ଓ କେରଳର ମହମ୍ମଦ ଅନାସ ୟାହିୟା ୧୦.୮୯ ସେକେଣ୍ଡ ସହିତ ପ୍ରଥମ ଦୁଇସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ଅମୀୟ ୧୦.୨୬ ସେକେଣ୍ଡ ଟାଇମିଂ ସହିତ ଜାତୀୟ ରେକର୍ଡର ଅଧିକାରୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ମେସି, ରୋନାଲ୍ଡୋଙ୍କ କ୍ଲବରେ ସାମିଲ ହେଲେ ଏହି ମହାନ ଗୋଲକିପର, ଜାଣନ୍ତୁ…

ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍‌ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍‌ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ…

କାନାଡ଼ାକୁ ହରାଇ ଗ୍ରୁପ୍‌-ବି’ ଶୀଷର୍ର୍ରେ ସୁଇଜରଲାଣ୍ଡ

ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍‌-ବି’ ଟପ୍ପର…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri