Posted inଖେଳ

ହାସିମୋତୋ ଟୋକିଓ ଅଲିମ୍ପିକ ସଭାପତି

ଟୋକିଓ, ୧୯ା୨ (ଏପି)-ସିକୋ ହାସିିମୋତୋ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୭ଟି ଅଲିମ୍ପିକ୍ସରେ ଭାଗ ନେଇଛନ୍ତି। ତନ୍ମଧ୍ୟରେ ୪ଟି ଶୀତକାଳୀନ ଅଲିମ୍ପିକ୍ସ ଏବଂ ୩ଟି ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ ରହିଛି। ଜାପାନରେ ରାଜନୀତି ହେଉ ଅବା କୌଣସି ପରିଚାଳନା ପରିଷଦରେ କ୍ୱଚିତ ମହିଳା କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳିଥାଏ। ପୁରୁଷ ପ୍ରଧାନ କାର୍ଯ୍ୟନିର୍ବାହୀ ବୋର୍ଡର ଏକ ବୈଠକରେ ୫୬ ବର୍ଷୀୟା ହାସିମୋତୋଙ୍କୁ ଟୋକିଓ ଅଲିମ୍ପିକ ଆୟୋଜକ କମିଟି ସଭାପତି ଭାବେ ମନୋନୀତ କରାଯାଇଛି। ହାସିମୋତୋଙ୍କୁ ୮୩ ବର୍ଷୀୟ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିରୋ ମୋରିଙ୍କ ସ୍ଥାନରେ ନିଯୁକ୍ତି ମିଳିଛି। ଲିଙ୍ଗବାଦୀ ଟପ୍ପଣୀ ଦେଇ ବିବାଦୀୟ ହେବା ପରେ ମୋରି ଗତ ସପ୍ତାହରେ ଅଲିମ୍ପିକ ଆୟୋଜକ କମିଟି ସଭାପତି ପଦବୀରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ମହିଳାମାନେ କମ୍‌ କାର୍ଯ୍ୟକରି ଅଧିକ କଥା କହିଥାନ୍ତି। ହାସିମୋତୋ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ କ୍ୟାବିନେଟ୍‌ରେ ଅଲିମ୍ପିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ବିଭାଗ ଦାୟିତ୍ୱରେ ଥିଲେ। ହାସିମୋତୋ ତିନୋଟି ଗ୍ରୀଷ୍ଣକାଳୀନ ଅଲିମ୍ପିକ୍ସ (୮୮, ୯୨ ଓ ୯୬)ରେ ସାଇକ୍ଲିଂ ଏବଂ ଚାରୋଟି ଶୀତକାଳୀନ ଅଲିମ୍ପିକ୍ସ (୮୪, ୮୮, ୯୨ ଓ ୯୪)ରେ ସ୍ପିଡ୍‌ସ୍କେଟିଂ ଇଭେଣ୍ଟରେ ଭାଗ ନେଇଥିଲେ। ସେ ଏକମାତ୍ର ବ୍ରୋଞ୍ଜ ପଦକ ୧୯୯୨ରେ ୧,୫୦୦ ମିଟର ସ୍ପିଡ୍‌ ସ୍କେଟିଂରେ ଜିତିଥିଲେ। ହାସିମୋତୋ ବିଭିନ୍ନମତେ ଅଲିମ୍ପିକ୍ସ ସହିତ ସଂଶ୍ଲିଷ୍ଟ। ୧୯୬୪ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବର ମାତ୍ର ୫ଦିନ ପୂର୍ବରୁ ସେ ଉତ୍ତରାଞ୍ଚଳ ଜାପାନ ହୋକାଇଦୋରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାମ ସିକୋ ‘ସିକା’ ଶବ୍ଦରୁ ଆସିଛି। ‘ସିକା’ର ଇଂଲିଶ ଅନୁବାଦ ହେଉଛି ଅଲିମ୍ପିକ ଜ୍ୟୋତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁନା ଦର ବୃଦ୍ଧିରୁ ‘ଫିଫା ଟ୍ରଫି’ ମୂଲ୍ୟ ୨ ଗୁଣରୁ ଅଧିକ

ନୂଆଦିଲ୍ଲୀ,୨୬।୬(ପି.ଟି.): ବିଶ୍ୱ ବଜାରରେ ସୁନା ଦରର ପ୍ରବଳ ବୃଦ୍ଧି ଯୋଗୁ ଫିଫା ବିଶ୍ୱକପ୍‌ ଟ୍ରଫିର ଧାତବ ବଜାର ମୂଲ୍ୟରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଆର୍ଥିକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ମେସି, ରୋନାଲ୍ଡୋଙ୍କ କ୍ଲବରେ ସାମିଲ ହେଲେ ଏହି ମହାନ ଗୋଲକିପର, ଜାଣନ୍ତୁ…

ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍‌ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍‌ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ…

କାନାଡ଼ାକୁ ହରାଇ ଗ୍ରୁପ୍‌-ବି’ ଶୀଷର୍ର୍ରେ ସୁଇଜରଲାଣ୍ଡ

ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍‌-ବି’ ଟପ୍ପର…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri