ଜନସାଧାରଣଙ୍କ ସହ ରହୁନି ସୁସମ୍ପର୍କ

ବଅଁରପାଳ,୧୯ା୨(ଡି.ଏନ.ଏ.)

ଜନସାଧାରଣଙ୍କ ପ୍ରତି ଉତ୍ତମ ବ୍ୟବହାର ହିଁ ପୋଲିସକୁ ଲୋକଙ୍କ ପୋଲିସ କରିଦେବ। ଭୟମୁକ୍ତ ହୋଇ ସେମାନେ ଥାନା ସହ ସମ୍ପର୍କ ରକ୍ଷାକରିବେ। ଏହା ଅପରାଧ ହ୍ରାସ ଦିଗରେ ସହାୟକ ହେବ ଓ ଆଇନଶୃଙ୍ଖଳା ବିଗାଡ଼ିବାକୁ ଦେବନାହିଁ। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବାରମ୍ବାର ଏ ନେଇ ଥାନାଗୁଡ଼ିକୁ ସଚେତନ କରାଯାଉଛି। ଅଞ୍ଚଳବାସୀଙ୍କ ନିକଟତର ହେବାକୁ ପରାମର୍ଶ ଦିଆଯାଉଛି। ଏ ଦିଗରେ ବିଭିନ୍ନ ଥାନା ପକ୍ଷରୁ ଗଠନ କରାଯାଇଥିବା ‘ଆମ ପୋଲିସ ସମିତି’ ବେଶ୍‌ ନିର୍ଣ୍ଣାୟକ ଭୂମିକା ନେଉଥିଲା। ହେଲେ ଆନ୍ତରିକତା ଅଭାବରୁ ଏହି ସମିତି ଅନେକ ଥାନା ଅଞ୍ଚଳରେ ପୂର୍ବପରି କାର୍ଯ୍ୟକ୍ଷମ ନାହିଁ। ଫଳରେ ଲୋକଙ୍କଠାରୁ ପୋଲିସ ଦୂରେଇ ଯାଉଥିବା ବେଳେ ଅପରାଧ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଅନୁଗୋଳ ଜିଲା ନାଲ୍‌କୋ ଥାନା ଏହାର ଏକ ଉଦାହରଣ।
୨୦୧୩ରେ ନାଲ୍‌କୋ ଥାନା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ଷମ ହୋଇଥିଲା। ସାଧାରଣ ଜନତା ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ ଉଦ୍ଦେଶ୍ୟରେ କୁଲାଡ଼, ଗିରାଙ୍ଗ, କୁରୁଡୋଲ, କାଣ୍ଡସର, କନ୍ୟାବେଡ଼ା, ବଳରାମପ୍ରସାଦ, ନାଲ୍‌କୋ ହଟିଙ୍ଗ ଆଦି ଅଞ୍ଚଳରେ ୭ଟି ବିଟ୍‌ ଗଠନ କରାଯାଇଥିଲା। ପ୍ରତି ବିଟ୍‌ରେ ସ୍ବତନ୍ତ୍ର ଭାବେ ଜଣେ ଲେଖାଏ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ସେମାନଙ୍କୁ ପାଟ୍ରୋଲିଂ ପାଇଁ ୭ଟି ବାଇକ୍‌ ପ୍ରଦାନ କରାଯାଇଥିଲା। ବିଟ୍‌ ଅଧିକାରୀମାନେ ଉକ୍ତ ବାଇକ୍‌ରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରୁଥିଲେ। ବରିଷ୍ଠ ନାଗରିକମାନେ ଯେପରି ଅସୁରକ୍ଷିତ ଅନୁଭବ ନ କରିବେ ସେ ଦିଗରେ ଧ୍ୟାନ ଦେଉଥିଲେ। ଏହାଛଡ଼ା ସମିତିର ବୈଠକ ନିୟମିତ ବସୁଥିବାରୁ ପୋଲିସକୁ ଲୋକଙ୍କଠାରୁ ଭଲ ସହଯୋଗ ମିଳୁଥିଲା। ଏହାଦ୍ୱାରା ନାଲ୍‌କୋ ଥାନା ଅଞ୍ଚଳରେ ଅପରାଧ ହ୍ରାସ ପାଇବାରେ ଲାଗିଥିଲା। କିନ୍ତୁ ପାଖାପାଖି ଦେଢ଼ବର୍ଷ ହେଲା ସମିତି କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଥାନା କିମ୍ବା କୌଣସି ଗ୍ରାମରେ ବୈଠକ ଡକାଯାଉ ନାହିଁ। ଏପରି କି ଗଠନ କରାଯାଇଥିବା ବିଟ୍‌ଗୁଡ଼ିକରେ ଜଣେ ହେଲେ ଅଧିକାରୀ ନାହାନ୍ତି। ପାଟ୍ରୋଲିଂ ପାଇଁ ପ୍ରଦାନ କରାଯାଇଥିବା ୭ ବାଇକ୍‌ ମଧ୍ୟରୁ ୪ଟି ବିଟ୍‌ରେ ନାହିଁ। ଫଳରେ ସ୍ଥାନୀୟ ଅଞ୍ଚଳରେ ଆପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଚୋରି, ଡକାୟତି, ଚିନ୍‌ତାଇ ଓ ଲୁଟ୍‌ ସହ ନିଶାଦ୍ରବ୍ୟର ଅବାଧ କାରବାର ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ବିନ୍ଦୁ ବାସିନୀ ବିଶ୍ୱାଳ କହିଛନ୍ତି, ସମିତି ବୈଠକ ସମ୍ପର୍କରେ ବିଶେଷ କିଛି କହିପାରିବିନି। ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଦେଶ ଆସିଲେ କାର୍ଯ୍ୟକାରୀ ହେବ।
ସମିତିକୁ କେହି ପଚାରୁ ନାହାନ୍ତି
ଆମ ପୋଲିସ ସମିତି କାର୍ଯ୍ୟକ୍ଷମ ହେବାର ୭ ବର୍ଷ ବିତିଗଲାଣି। ପୂର୍ବରୁ ଯାହା ଯେମିତି ବୈଠକ ବସୁଥିଲା। ଏଥିରେ ସଦସ୍ୟମାନେ ସେମାନଙ୍କ ମତ ଉପସ୍ଥାପନ କରିପାରୁଥିଲେ। ପୋଲିସ ଓ ଲୋକେ ଏକାଠି ବସୁଥିବାରୁ ଆଇନଶୃଙ୍ଖଳା ଉପରେ ଏହାର ଭଲ ପ୍ରଭାବ ପଡ଼ୁଥିଲା। କିନ୍ତୁ ଦେଢ଼ବର୍ଷ ହେଲା ସମିତିକୁ କେହି ପଚାରୁନାହାନ୍ତି। ଏହା ଯେପରି ସ୍ଥାଣୁ ପାଲଟିଯାଇଛି।
-ରାଜୀବ ଜେନା, ସଦସ୍ୟ, କୁଲାଡ
ପାଟ୍ରୋଲିଂ କଥା ପାସୋରି ଦେଲେଣି
ନାଲ୍‌କୋ ଅଞ୍ଚଳବାସୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା ଦିଗରେ ଥାନା ପକ୍ଷରୁ ଆଉ ଗୁରୁତ୍ୱ ଦିଆଯାଉ ନାହିଁ। ଏପରି କି ପାଟ୍ରୋଲିଂ କଥା ମଧ୍ୟ ପୋଲିସ ମନରୁ ପାସୋରି ଦେଲାଣି। ଏହି କାରଣରୁ ଏଠାରେ ଆଇନଶୃଙ୍ଖଳା ବିଗିଡ଼ି ଗଲାଣି। ଦୈନିକ ଚୋରା ଗଞ୍ଜେଇ, ମଦ, ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ଜିଲା ଏସ୍‌ପି ଏ ଦିଗରେ ତୁରନ୍ତ ଧ୍ୟାନ ଦିଅନ୍ତୁ।
-ଶ୍ରୀକାନ୍ତ ଗଡ଼ନାୟକ, ଆଇନଜୀବୀ, ଗିରାଙ୍ଗ
କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି
ଅନୁଗୋଳ ଜିଲାରେ ଆମ ପୋଲିସ ସମିତି ପ୍ରଥମେ ନାଲ୍‌କୋ ଥାନା ପକ୍ଷରୁ ଗଠନ କରାଯାଇଥିଲା। ଏହା ସେତେବେଳେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିଲା। ସମିତିର ସଦସ୍ୟମାନେ ପୋଲିସକୁ ଆବଶ୍ୟକ ସହଯୋଗ କରିବାରେ ଖୁସି ପାଉଥିଲେ। ସମୟ ଗଡ଼ିବା ସହ ପୋଲିସ ଧୀରେ ଧୀରେ ଲୋକଙ୍କଠାରୁ ଦୂରେଇ ଯିବାରେ ଲାଗିଛି। କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।
-ପ୍ରମୋଦ କୁମାର ସିଂହ, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri