ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ଚାଲିଛି ତନାଘନା

ପୁରୀ,୫ା୧: ଶ୍ରୀମନ୍ଦିର ଉପରେ ରବିବାର ଭୋର୍‌ ପ୍ରାୟ ୪ଟା ୧୦ରେ ଡ୍ରୋନ୍‌ ଉଡ଼ିଥିବାର ଦେଖିବାକୁ ମିଳିଛି। ଡ୍ରୋନ୍‌ଟି ଦୋଳମଣ୍ଡପ ସାହିରୁ ଆସି ପ୍ରଥମେ ମନ୍ଦିର ଚାରିପାଖ ଏବଂ ପରେ ମେଘନାଦ ପାଚେରି ପାଖରେ ବୁଲିଥିଲା। ଏପରିକି ମନ୍ଦିରର ଦଧିନଉତି ଉପରେ ବି ଉଡ଼ିଥିଲା।

ନୀଳଚକ୍ର ଉପରେ ଉଡ଼ିବା ସହ ଉତ୍ତରଦ୍ୱାର ଗୁମୁଟ ଦେଇ ବଡ଼ଦାଣ୍ଡରୁ କେଉଁଆଡ଼େ ଉଭାନ ହୋଇଯାଇଥିଲା। ତେବେ ଡ୍ରୋନ୍‌ କିଏ କାହିଁକି କେଉଁ ଉଦ୍ଦେଶ୍ୟରେ ଉଡ଼ାଇଛି ସେନେଇ ତଦନ୍ତ ଚାଲିଛି।  ଅନ୍ୟପକ୍ଷରେ ପୋଲିସ କଣ୍ଟ୍ରୋଲ ରୁମରୁ ଏଭଳି ଡ୍ରୋନ୍‌ ଉଡା ଯାଇ ନ ଥିବା ସ୍ପଷ୍ଟ କରିଛନ୍ତି ପୁରୀ ଏସପି।

ଏକ ଡ୍ରୋନ୍‌ ବେଳାଭୂମି ପଟୁ ଦୋଳମଣ୍ଡପ ଦେଇ ଶ୍ରୀମନ୍ଦିର ନିକଟକୁ ଆସିଥିଲା। ସିଂହଦ୍ୱାର ଗୁମୁଟ ଦେଇ ପାଖାପାଖି ୩୦ ମିନିଟ୍‌ ଧରି ଶ୍ରୀମନ୍ଦିର ଦଧିନଉତି, ନୀଳଚକ୍ର ଓ ମନ୍ଦିର ଚାରିପଟେ ଡ୍ରୋନ୍‌ ଉଡ଼ିଥିଲା। ପରେ ମେଘନାଦ ପାଚେରି କଡ଼ଦେଇ ଶ୍ରୀମନ୍ଦିର ଚାରିପାଖ ବୁଲି ଶେଷରେ ଉତ୍ତର ଦ୍ୱାର ଗୁମୁଟ ଦେଇ ଶ୍ରୀଦାଣ୍ଡ ଆଡ଼କୁ ଚାଲି ଯାଇଥିଲା। ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ କେମିତି ଜଣେ ଡ୍ରୋନ୍‌ ଉଡ଼ାଇଲା ତାକୁ ନେଇ ପ୍ରଶ୍ନ ଉଠିଛି। ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ କିଏ ଓ କାହିଁକି ଡ୍ରୋନ୍‌ ଉଡ଼ାଇଲା ତାହା ଅସ୍ପଷ୍ଟ ରହିଛି। ଏପରିକି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିରର ନୋ ଫ୍ଲାଇଙ୍ଗ ଜୋନ୍‌ ଉପରେ ଡ୍ରୋନ୍‌ ଉଡ଼ିଥିବା ଦେଖିବାକୁ ମିଳିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ବାରମ୍ବାର ଏପରି ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଲଗାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।
ଏନେଇ ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଶ୍ରୀମନ୍ଦିର ପ୍ରତି ବାହ୍ୟଶତ୍ରୁ ଆକ୍ରମଣ ନେଇ ପୂର୍ବରୁ ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାକୁ ଗୁରୁତ୍ୱର ସହକାରେ ନେଇ ଯେଭଁଭଳି ଭାବେ ସୁରକ୍ଷା ଯୋଗାଇଦେବା କଥା ସେପରି ଦିଆଯାଉ ନାହିଁ। ବେଆଇନ ଭାବେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ଉପରେ ଏସ୍‌ପିଙ୍କୁ ଭଏସ୍‌ ଅଫ କମନ୍‌ ମ୍ୟାନ୍‌ର ଆବାହକ ହେକ୍ଟର ମିଶ୍ର ଏକ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇଥିବା ବ୍ୟକ୍ତିବିଶେଷଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଏସ୍‌ପି ବିନୀତ୍‌ ଅଗ୍ରୱାଲ ସୂଚନା ଦେଇଛନ୍ତି, ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିବା ନେଇ ନଜରକୁ ଆସିଛି। ଏପରି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ପକ୍ଷରୁ ମଲ୍‌ଟି ଟିମ୍‌ ଗଠନ କରାଯାଇ ଯାଞ୍ଚ କରାଯାଉଛି। ଗୋଟିଏ ସ୍ବତନ୍ତ୍ର ଟିମ୍‌ ସିସିଟିଭି ଯାଞ୍ଚ କରୁଥିବା ବେଳେ ଆଉ ଗୋଟିଏ ଟିମ୍‌ ପୁରୀର ସମସ୍ତ ହୋଟେଲରେ ଯାଞ୍ଚ କରାଯାଉଛି। ଘଟଣାରେ ସପୃକ୍ତ ଥିବା ବ୍ୟକ୍ତିଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପୋଲିସର ପ୍ରାଥମିକତା ରହିଛି। ବ୍ୟକ୍ତିମାନେ ଚିହ୍ନଟ ହେବା ପରେ ସମସ୍ତ ସୂଚନା ପ୍ରଦାନ କରାଯିବ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ଅନେକ ଥର ଶ୍ରୀମନ୍ଦିର ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷାଗାଇଡ ଲାଇନକୁ ନ ମାନି ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଯାଇଛି।  ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଓ ଗର୍ଭଗୃହର ଫଟୋ ଭାଇରାଲ୍ ହେବା ଭଳି ଘଟଣା ସାମ୍ନାକୁ ଆସିଛି।

ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ କ୍ଷମା ମାଗିଥିଲେ। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଏଭଳି ଭିଡିଓ ଉତ୍ତୋଳନ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।  ଏହା ଶ୍ରୀମନ୍ଦିର ପୋଲିସ ଓ ସୁରକ୍ଷାକର୍ମୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ...

ରାଜ୍ୟ ପରିବହନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର,୧୪ା୧(ସିମାଞ୍ଚଳ ମିଶ୍ର): ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନା ମଙ୍ଗଳବାର ସନ୍ଧ୍ୟାରେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଗସ୍ତ କରିଛନ୍ତି। ଏହି...

ଶତୃତାକୁ କେନ୍ଦ୍ର କରି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି,୧୪ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧିନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଜାଗିଲି ନାୟକଙ୍କୁ ହ୍ଯଯା ଉଦ୍ୟମ...

ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ  

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି।...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ସ୍ବାମୀଙ୍କ ପରେ ଶାଶୁ,ଶ୍ୱଶୁର ଗଲେ ଜେଲ

ଦିଗପହଣ୍ଡି,୧୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ୍‌. ଗୋପାଳପୁର ଗ୍ରାମରେ ଗତ ଡ଼ିସେମ୍ବର ୨୪ ତାରିଖ ରାତିରେ ଜଣେ ନବବଧୂଙ୍କ...

ରାଜକୋଟ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍‌ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଞ୍ଚାୟତ ଯୋଗିପଲା...

ବେଆଇନ ବାଲି ପରିବହନ କରୁଥିବା ଟ୍ରକକୁ ଅଟକାଇଲେ ମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ

ନୟାଗଡ଼, ୧୪।୧: ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲାର କଣ୍ଟିଲୋ ନିକଟସ୍ଥ ବାରାକୋଲି ଗାଁରେ ବେଆଇନ ବାଲି ପରିବହନରେ ଜଡିତ ଅନେକ ଟ୍ରକକୁ ଖଣି ମନ୍ତ୍ରୀ ବିଭୂତି...

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…

ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri