ସହରର ଉନ୍ନତି ପାଇଁ ମତ ଲୋଡ଼ିଲେ ଜିଲାପାଳ

ଅନୁଗୋଳ ଅଫିସ,୨୭।୮: ଅନୁଗୋଳ ପୌରପାଳିକାର କାଉନସିଲ୍‌ ହଲଠାରେ ଶୁକ୍ରବାର ସ୍ପେଶାଲ କାଉନସିଲ ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପନଗରପାଳ ଅନୁପମା ସାହୁ, ୨୩ଟି ଓ୍ବାର୍ଡର ସମସ୍ତ କାଉନସିଲର, ପୌରପାଳିକାର ବରିଷ୍ଠ ଅଧିକାରୀ ଅଟଳ ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ସହରର ଉନ୍ନତି ପାଇଁ ବୈଠକରେ ଜିଲାପାଳ ନଗରପାଳ ଓ କାଉନସିଲରମାନଙ୍କ ମତ ଲୋଡ଼ିଥିଲେ।
ଜିଲାପାଳ କହିଥିଲେ, ସହରରୁ ୪୦ ଏକର ଜାଗା ଜବରଦଖଲ ଉଚ୍ଛେଦ ହେଲାଣି। ଅନ୍ୟ ଜବରଦଖଲ ଉଚ୍ଛେଦରେ ନଗରପାଳ ଓ କାଉନସିଲରମାନେ ସହଯୋଗ କରନ୍ତୁ। ବର୍ଷା ହେଲେ ସହରରେ ପାଣି ଜମୁଥିବାରୁ ଡ୍ରେନ ଉପରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉ। ଜଳଉତ୍ସଗୁଡ଼ିକର ଉନ୍ନତୀକରଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଜଳଉତ୍ସ ନବୀକରଣ ପରେ କାଉନସିଲରମାନେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ନେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନୁଗୋଳ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ କରିବା ସମୟରେ ସମସ୍ତ କାଉନସିଲର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସେଠାରେ ଥିବା ବେଆଇନ ହୋଟେଲ ଉଚ୍ଛେଦ କରିବାକୁ ନଗରପାଳ ପ୍ରସ୍ତାବ ଦେଇଥିଲେ। ପୁରୁଣା ବସଷ୍ଟାଣ୍ଡ ସ୍ଥାନାନ୍ତର ପରେ କମର୍ସିଆଲ ହବ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ମିଶ୍ରପଡା ଅଞ୍ଚଳରେ ସାଇକେଲ କରିଡର ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତି ଓ୍ବାର୍ଡର କାଉନସିଲରମାନେ ଲୋକଙ୍କ ସମସ୍ୟା ବୁଝିବେ। ଏଭଳିକି ପ୍ରତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ କାର୍ଯ୍ୟକାରୀ ହେବ। ଏଥିସହ ଜିଲା ପ୍ରଶାସନ ଭଳି ପୌରପାଳିକାରେ ଭିଜନ୍‌ ୨୦୨୭ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଶିମିଳିପଡାରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ୪ଟି ଓ୍ବାର୍ଡକୁ ମିଶାଇ କ୍ଲଷ୍ଟର ଗଠନ ହେବ। ଏହାପରେ ସେଠାରେ ଛୋଟ ଛୋଟ ମାର୍କେଟ କରାଯିବ। ପାର୍କିଂ କରିବାକୁ ବ୍ୟବସ୍ଥା କରାଯିବ। ମଣ୍ଡପ ଗୁଡିକରେ ପୂର୍ବଭଳି ଗାଡି ପାର୍କିଂ କରାଯିବ। ଏ ନେଇ ସର୍ବ ସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା। ସହରର ହୁଲୁରିସିଂହା ଓ ବୁଢୀ ଠାକୁରାଣୀ ଛକ ମଡେଲ ଛକ ହେବ। ବୁଲା ଗୋରୁଙ୍କ ପାଇଁ ଟ୍ୟାଗ ବ୍ୟବସ୍ଥା ରହିବ। ଏଥିରୁ ଗୋରୁ ମାଲିକଙ୍କ ସମ୍ପର୍କରେ ଜଣାପଡିବ ଓ ସମାନଙ୍କ ନିକଟରୁ ଜରିମାନା ଆଦାୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri