ପିଏଲ୍‌ଏସି ବୈଠକ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କୁ ଆହ୍ବାନ

ଭୁବନେଶ୍ୱର,୨୭ା୮: ସ୍ଥାନୀୟ ଉଦ୍ୟୋଗୀଙ୍କ ପାଇଁ ସାମଗ୍ରୀ ବରାଦ ଗ୍ରହଣ ପ୍ରକ୍ରିୟାକୁ ସରଳ କରିବା ନିମନ୍ତେ ନିୟମିତ ବ୍ୟବଧାନରେ କାରଖାନା ସ୍ତରୀୟ ଉପଦେଷ୍ଟା ବୈଠକ (ପିଏଲ୍‌ଏସି) ଆୟୋଜନ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ବାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଏମ୍‌ଏସ୍‌ଏମ୍‌ଇ ଡିଏଫ୍‌ଓ ପି.କେ. ଗୁପ୍ତା କହିଛନ୍ତି, ନିୟମିତ ବ୍ୟବଧାନରେ ବଡ଼ ସଂସ୍ଥା ଏଭଳି ବୈଠକ ଆୟୋଜନ କଲେ ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସେମାନଙ୍କ ଉପତ୍ାଦ ଆବଶ୍ୟକତାକୁ ଭଲ ଭାବେ ବୁଝିପାରିବେ। ସେହିଭଳି ‘ଏମ୍‌ଏସ୍‌ଏମ୍‌ଇଙ୍କ ପାଇଁ ସାର୍ବଜନୀନ ପ୍ରୋକ୍ୟୁରମେଣ୍ଟ ଓ ସିପିଏସ୍‌ଇମାନଙ୍କ ଭୂମିକା’ଶୀର୍ଷକ ଏକ ସେମିନାରକୁ ସମ୍ବୋଧିତ କରି ଗୁପ୍ତା କହିଥିଲେ, ପିଏଲ୍‌ଏସି ବୈଠକରେ ବଡ଼ ସଂସ୍ଥାର ମୁଖ୍ୟମାନେ ଅଧ୍ୟକ୍ଷତା କରିଥାନ୍ତି ଓ ସ୍ଥାନୀୟ ଉଦ୍ୟୋଗୀ ଓ ଶିଳ୍ପ ସଂଘ ତା’ର ସଦସ୍ୟ ରହିଥାନ୍ତି। ସେହି ବୈଠକ ଆୟୋଜନ କଲେ ନିଷ୍ପତ୍ତି ନେଉଥିବା ବରିଷ୍ଠ ଅଧିକାରୀଙ୍କ ସହ ଉଦ୍ୟୋଗୀମାନେ ସିଧାସଳଖ ଯୋଡ଼ି ହୋଇପାରିବେ ଓ ସେମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଜାଣିପାରିବେ। ସେହି ଅନୁସାରେ ସେମାନେ ଉପତ୍ାଦ ତିଆରି କରିବାକୁ ଉଦ୍ୟମ କରିବେ। ଫଳରେ ସରକାରୀ ବରାଦ ପାଇବା ସେମାନଙ୍କ ପାଇଁ ସହଜ ହୋଇପାରିବ। ଯଥା ସମ୍ଭବ ଶୀଘ୍ର ପିଏଲ୍‌ଏସି ବୈଠକ ଆୟୋଜନ କରିବାକୁ ସେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ନାଲ୍‌କୋ ଭଳି ଅନ୍ୟ ସଂସ୍ଥାଗୁଡ଼ିକ ମଧ୍ୟ ସ୍ଥାନୀୟ ଉଦ୍ୟୋଗୀମାନଙ୍କ ଲାଗି ଡିସ୍‌ପ୍ଲେ ସେଣ୍ଟର ସ୍ଥାପନ କରିବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ମତରେ ଅଧିକାଂଶ ସମୟରେ ଛୋଟ ଉଦ୍ୟୋଗୀମାନେ ବଡ଼ କାରଖାନା କିମ୍ବା କାର୍ଯ୍ୟାଳୟ ଯିବାକୁ ସହଜ ମନେକରନ୍ତି ନାହିଁ। ତେଣୁ ଡିସ୍‌ପ୍ଲେ ସେଣ୍ଟର ସ୍ଥାପନ ହେଲେ ସେମାନେ ସେଠାରେ ଅଧିକାରୀମାନଙ୍କ ସହ ଖୋଲାଖୋଲି କଥାବାର୍ତ୍ତା ହୋଇପାରିବେ। ସମ୍ବନ୍ଧ ପୋର୍ଟାଲରେ ଆବଶ୍ୟକ ପରିବର୍ତ୍ତନ ଲାଗି ମଧ୍ୟ ଯୋଜନା ଥିବା ସେ କହିଛନ୍ତି। ସ୍ଥାନୀୟ ଶିଳ୍ପସଂସ୍ଥା ସାମ୍ନା କରୁଥିବା ସମସ୍ୟା ବିଷୟରେ ମଧ୍ୟ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟକୁ ଅବଗତ କରାଯାଉଛି। ତାହାକୁ ନୀତିରେ ସଂଶୋଧନ ବେଳେ ବିଚାରକୁ ନିଆଯାଇପାରିବ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସମ୍ବନ୍ଧ ପୋର୍ଟାଲ ଜରିଆରେ ୪୦ହଜାର କୋଟି ଟଙ୍କାର ବରାଦକୁ କାର୍ଯ୍ୟକାରୀ କରାଯାଇଛି। ସେଥିରେ ଏମ୍‌ଏସ୍‌ଏମ୍‌ଇର ଅବଦାନ ୩୯% ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୨୫%ଠାରୁ ଅଧିକ। କିନ୍ତୁ ସେଥିପ୍ରତି ଏସ୍‌ସି-ଏସ୍‌ଟି ଓ ମହିଳା ଉଦ୍ୟୋଗୀଙ୍କ ଅବଦାନ ୧%ରୁ କମ୍‌ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୪% (ଏସ୍‌ସି/ ଏସ୍‌ଟି) ଓ ୩% (ମହିଳା ଉଦ୍ୟୋଗୀ) ଠାରୁ କମ୍‌। ଏହି କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ଉନ୍ନତି ଆଣିବାର ବିଶେଷ ସୁଯୋଗ ରହିଥିବା ସେ କହିଛନ୍ତି। ଏହି ପରିପ୍ରେକ୍ଷୀରେ ନାଲ୍‌କୋର ନିର୍ଦ୍ଦେଶକ (ବାଣିଜି୍ୟକ) ସଦାଶିବ ସାମନ୍ତରାୟ କହିଛନ୍ତି, ନିଯୁକ୍ତି ଓ ରପ୍ତାନି ଦୃ୍‌ଷ୍ଟିରୁ ଅର୍ଥନୀତି ପ୍ରତି ଏମ୍‌ଏସ୍‌ଏମ୍‌ଇର ଅବଦାନ ଅନେକ ରହିଛି। ନିଜ ସମସ୍ୟାର ସମୟୋଚିତ ସମାଧାନ ପାଇବା ଲାଗି ସମ୍ବନ୍ଧ ଓ ସମାଧାନ ପୋର୍ଟାଲ ବ୍ୟବହାର କରିବାକୁ ସେ ଉପସ୍ଥିତ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ପ୍ରଚଳିତ ନୀତି ଅନୁସାରେ କୌଣସି ସଂସ୍ଥା ୨୦୦କୋଟି ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀ ଆମଦାନୀ କରିପାରିବେ ନାହିଁ। ସେଥିପାଇଁ ସେମାନଙ୍କୁ ଦେଶ ଭିତରେ ଟେଣ୍ଡର ଆହ୍ବାନ କରିବାକୁ ପଡ଼ିବ, କିନ୍ତୁ ବିଦେଶୀ ସଂସ୍ଥା ସହ ପ୍ରଯୁକ୍ତିକୁ ନେଇ ସହଯୋଗିତା ସ୍ଥାପନ କରି ଦେଶ ଭିତରେ ବିଭିନ୍ନ ସାମଗ୍ରୀ ଉପତ୍ାଦନ କରିବା ଲାଗି ଅନୁମତି ରହିଛି। ସେହି ଉପତ୍ାଦକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କିଣିପାରିବେ। ତେଣୁ ସ୍ଥାନୀୟ ସଂସ୍ଥାଗୁଡ଼ିକ ବିଦେଶୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି।
ଶିଳ୍ପ ସଂଘ ଓମ୍‌ସିର ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଜନତା ମଇଦାନଠାରେ ଆୟୋଜନ କରାଯାଇଥିବା ପ୍ରୋପ୍ୟାକ୍‌ ଓଡ଼ିଶା ୨୦୨୨ ଓ ଏମ୍‌ଏସ୍‌ଏମ୍‌ଇ ଓଡ଼ିଶା ୨୦୨୨ର ଅଂଶ ଭାବେ ଏହି ସେମିନାର ଆୟୋଜନ କରାଯାଇଛି। ଏହି ଅବସରରେ ଆର୍‌ଏସ୍‌ପିର ଇଡି ସୋମନାଥ ତ୍ରିପାଠୀ,ଏମ୍‌ସିଏଲ୍‌ର ଜିଏମ୍‌ ମିହିର ଚନ୍ଦ୍ର, ହାଲ୍‌ର ଇଡି ପ୍ରମୋଦ କୁମାର, ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାଶ ଓ ଓସ୍‌ମିର ମହାସଚିବ ସାତ୍ୱିକ ସ୍ବାଇଁ ଉପସ୍ଥିତ ଥିଲେ। ବିଭିନ୍ନ ସଂସ୍ଥା ପକ୍ଷରୁ ପେପର ମଧ୍ୟ ଉପସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମର ୨ୟ ଦିବସରେ ପ୍ରଯୁକ୍ତି ହସ୍ତାନ୍ତର ଓ ବାଣିଜି୍ୟକକରଣ ଉପରେ ଆଉ ଏକ ସେମିନାର ମଧ୍ୟ ଆୟୋଜନ କରାଯାଇଥିଲା। ଏହି ଅବସରରେ ସଞ୍ଜୀବ ମଲ୍ଲିକ ସ୍ବାଗତ ଭାଷଣ ଦେଇଥିଲେ ଓ ସବ୍ୟସାଚୀ ମାଝି ଅଭିଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବହୁ ଜଣାଶୁଣା ଶିଳ୍ପ, ବ୍ୟକ୍ତିବିଶେଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

ଫିଟିଲା ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ଗୁମର: ମୃତ୍ୟୁ ପୂର୍ବରୁ ବୟଫ୍ରେଣ୍ଡ୍‌ଙ୍କୁ …

ଭୁବନେଶ୍ୱର,୧୩।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍‌ଙ୍କ ମୃତ୍ୟୁ ଘଟଣାରେ ପର୍ଦ୍ଦାଫାଶ ହୋଇଛି। ଭୀମସେନଙ୍କ ପାଇଁ ଚନ୍ଦ୍ରିକାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ତଥ୍ୟ ମିଳିଛି ବୋଲି…

ମମତା ବାନାର୍ଜୀଙ୍କ ଠାରୁ ଅଲଗା ହେବେ କି ବାବୁଲ ସୁପ୍ରିୟୋ? TMC ଏମପି ନିଜେ ଏକ ବିବୃତ୍ତି ଜାରି କରି କହିଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ନିର୍ବାଚନରେ ଭାଜପା ବିପକ୍ଷରେ ଦମନମୂଳକ ପରାଜୟ ପରେ, ଟିଏମସି କ୍ରମାଗତ ଭାବରେ ଭାଙ୍ଗିପଡ଼ିଛି। ମମତା ବାନାର୍ଜୀଙ୍କ ନିକଟତମ ସହଯୋଗୀମାନେ ଗୋଟିଏ ପରେ ଗୋଟିଏ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri