ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି ପ୍ରଶାସନ

ପୁରୀ ଅଫିସ,୮।୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ୍‌ ରଘୁବୀର ଦାଶ କମିଶନଙ୍କ ତଦନ୍ତକୁ ନେଇ କୌଣସି ସୂଚନା ଦେବାକୁ ଜିଲା ପ୍ରଶାସନ ମନା କରିଛି। ପ୍ରକାରାନ୍ତରେ ପ୍ରଶାସନ ଏଭଳି ଭାବେ ତଦନ୍ତ ତଥ୍ୟକୁ ଘଣ୍ଟ ଘୋଡ଼ାଉଛି। ଫଳରେ ଏହି ଘଟଣାର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଚାବି ହଜିବା ପରେ ରାଜ୍ୟ ସରକାର ଏହି ଘଟଣାର ତଦନ୍ତ ପାଇଁ ଜଷ୍ଟିସ ରଘୁବୀର ଦାଶଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। କମିଶନ ପୁରୀ ଆସି ଘଟଣାର ସବିଶେଷ ତଦନ୍ତ କରିବା ସହ ୨୦୧୮ ନଭେମ୍ବର ୨୮ରେ ୩୨୪ ପୃଷ୍ଠାର ଏକ ରିପୋର୍ଟ ରାଜ୍ୟ ଗୃହ ବିଭାଗକୁ ପ୍ରଦାନ କଲେ। ଏହି ଘଟଣାକୁ ୩ବର୍ଷ ପୂରି ସାରିଥିଲେ ମଧ୍ୟ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ନ ହେବା କାରଣରୁ ସାର୍ବଜନୀନ ହୋଇପାରୁନାହିଁ। ତେବେ ରିପୋର୍ଟ ପ୍ରସ୍ତୁତି ପୂର୍ବରୁ ପୁରୀରେ କମିଶନଙ୍କ ଯାଞ୍ଚ ପ୍ରକ୍ରିୟାରେ ଜିଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସହଯୋଗ କରିଥିଲେ। ସମ୍ପ୍ରତି ସୂଚନା ଅଧିକାର ଆଇନ ବଳରେ ଜିଲା ପ୍ରଶାସନକୁ ଏନେଇ ତଥ୍ୟ ମଗାଯାଇଥିବା ବେଳେ ଏନେଇ କୌଣସି ଉତ୍ତର ରଖାଯାଇନାହିଁ। ଜିଲା ପ୍ରଶାସନ କାହିଁକି ଏନେଇ ମୁହଁ ଖୋଲୁନାହିଁ ସେନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ। ସେ କହିଛନ୍ତି, ତଦନ୍ତ କମିଶନଙ୍କୁ ପୁରୀ ଜିଲା ପ୍ରଶାସନ ତରଫରୁ ଯେଉଁ କାଗଜପତ୍ର, ଚିଠି, ରିପୋର୍ଟ ପ୍ରଦାନ କରାଯାଇଛି ତାହାର ନକଲ ଦେବାକୁ ଜିଲା ପ୍ରଶାସନ ନାରାଜ। ଗୋଟିଏ ପଟେ ୨୨ ଲକ୍ଷ ୭୭ ହଜାର ୯୧୮ ଟଙ୍କା ଖର୍ଚ୍ଚ ବିନିମୟରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ସାର୍ବଜନୀନ ହୋଇପାରୁ ନ ଥିବା ବେଳେ ଅନ୍ୟ ପଟେ ପୁରୀ ଜିଲା ପ୍ରଶାସନ ତଦନ୍ତରେ କେଉଁ କେଉଁ ିତଥ୍ୟ ଯୋଗାଇଛି ସେସମ୍ପର୍କରେ ସୂଚନା ଦେବାକୁ ମନା କରୁଛି। ଏଭଳି ସ୍ଥିତିରେ ସାଧାରଣ ଲୋକେ ଦ୍ୱନ୍ଦ୍ୱରେ ରହୁଛନ୍ତି। ରତ୍ନଭଣ୍ଡାର ପ୍ରସଙ୍ଗରେ ସତ୍ୟତା ଜାଣିବାର ଅଧିକାର ଜଗନ୍ନାଥପ୍ରେମୀଙ୍କର ରହିଛି। ସେ ଆହୁରି କହିଛନ୍ତି, ଜିଲା ରେକର୍ଡ ରୁମ୍‌ରୁ ନକଲି ଚାବି ମିଳିବା କଥା ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ମାତ୍ର ନକଲି ଚାବି ମିଳିଥିବା ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରୁ କୌଣସି ଚିଠି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟକୁ ଲେଖାଯାଇନାହିଁ। ଅର୍ଥାତ୍‌ ତଦନ୍ତ କମିଶନଙ୍କୁ ମଧ୍ୟ ଏସମ୍ପର୍କରେ ଜଣାଯାଇ ନ ଥିବା ସନ୍ଦେହକୁ ଆସୁଛି। ଜିଲା ପ୍ରଶାସନ ସମସ୍ତ ଆବଶ୍ୟକ ତଥ୍ୟ ସମ୍ପର୍କରେ ତଦନ୍ତ କମିଶନଙ୍କୁ ଅବଗତ କରାଇଛି ନା କୌଣସି ପ୍ରକାର ଅନିୟମିତତା ହୋଇ ତାହା ଜାଣିବା ପାଇଁ ଜିଲା ପ୍ରଶାସନ ସ୍ପଷ୍ଟ ଭାବେ ସୂଚନା ଦେବା ଦରକାର। ଅନ୍ୟପକ୍ଷରେ ତଦନ୍ତ, ଯାଞ୍ଚ ଓ ରିପୋର୍ଟ ଦାଖଲ ନେଇ କୌଣସି ତଥ୍ୟ ଜିଲା ପ୍ରଶାସନ ପାଖରେ ନାହିଁ ବୋଲି ଜିଲା ସୂଚନା ଅଧିକାରୀ ଗୋପୀନାଥ ମିଶ୍ରଙ୍କଠାରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri