ଡିଜିଟାଲ ମହାମାରୀ

ଜୁଲାଇ ୧୯ରେ ବିଶ୍ୱବ୍ୟାପୀ କମ୍ପ୍ୟୁଟର ଅଚଳ ହୋଇପଡ଼ିବା ଯୋଗୁ ସବୁକିଛି ଠପ୍‌ ହୋଇଗଲା। ବିମାନ ଚଳାଚଳ, ବ୍ୟାଙ୍କସେବା, ସ୍ବାସ୍ଥ୍ୟସେବା, ରେଳ ଚଳାଚଳରେ ବିଭ୍ରାଟ ସୃଷ୍ଟିହେବା ସହ ପୁଞ୍ଜି ବଜାରରେ ପ୍ରଭାବ ପଡ଼ିଲା। ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ସର୍ବାଧିକ ବ୍ୟବହୃତ ମାଇକ୍ରୋସଫ୍ଟ ସଫ୍ଟଓ୍ବେରରେ ତ୍ରୁଟି ଦେଖାଯିବା ଯୋଗୁ ବିଶ୍ୱବ୍ୟାପୀ ଏପରି ଅଚଳାବସ୍ଥା ସୃଷ୍ଟିହେଲା ବୋଲି କୁହାଯାଉଛି। ସମ୍ପ୍ରତି ଆମର ଜୀବନ, ରୋଜଗାର, ସଫଳତା, ପରିଚୟ ସବୁକିଛି କମ୍ପ୍ୟୁଟର ସହ ଯୋଡି ହୋଇଯାଇଛି। ଜୁଲାଇ ୧୯ର ବିଶ୍ବର ଏହି ସର୍ବବୃହତ ସମସ୍ୟାକୁ କୁହାଯାଉଛି ଗ୍ଲୋବାଲ ଟେକ୍‌ନିକାଲ ପ୍ରୋବ୍ଲେମ।
ମାଇକ୍ରୋସଫ୍ଟ ସଫ୍ଟଓ୍ବେରରେ ଏକ ତ୍ରୁଟି ଦେଖାଗଲା ଓ ତା’ ପରେ ୧୭୦ ଦେଶର ୮୫ ଲକ୍ଷ କମ୍ପ୍ୟୁଟର ଅଚଳ ହୋଇଗଲା। ଏହା ଥିଲା ଡିଜିଟାଲ ମହାମାରୀର ଏକ ଛୋଟ ନମୁନା। ଏହି ତ୍ରୁଟି ସାଇବର ଆକ୍ରମଣଜନିତ ନୁହେଁ, ବରଂ କ୍ରାଉଡ ଷ୍ଟାଇକବଗର ପ୍ରଭାବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଏହି ଗଡ଼ବଡ଼ ପଛରେ ମାନବୀୟ ତ୍ରୁଟିକୁ ଦାୟୀ କରାଯାଉଛି, ମାତ୍ର ଏହା ଭବିଷ୍ୟତ ପାଇଁ ଏକ ସତର୍କ ଘଣ୍ଟି। ଆମେ ସମସ୍ତେ ଜାଣିଛୁ ଯେ କମ୍ପ୍ୟୁଟରକୁ ଯେପରି କୌଣସି ଭାଇରସ୍‌ ନ ଆସେ ବା କୌଣସି ସାଇବର ଆକ୍ରମଣ ନ ହୁଏ, ସେଥିପାଇଁ କମ୍ପ୍ୟୁଟରରେ ଆଣ୍ଟି ଭାଇରସ୍‌ ରଖାଯାଏ। ଏକ କମ୍ପାନୀ ଅଛି ଯାହାର ନାମ କ୍ରାଉଡଷ୍ଟ୍ରାଇକ ଫାଲକନ, ଯାହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାସ୍ଥିତ ଅଷ୍ଟିନରେ। ଏହା ସାଇବର ଆକ୍ରମଣ ବା ଯେ କୌଣସି ଭାଇରସ୍‌ ଉପସ୍ଥିତିର ସଙ୍କେତ ଓ ସୁରକ୍ଷା ଦେଇଥାଏ। ଏହି କମ୍ପାନୀରେ କାର୍ଯ୍ୟରତ ଦଶ ହଜାରରୁ ଊର୍ଦ୍ଧ୍ୱ ବୈଷୟିକ କର୍ମଚାରୀଙ୍କ ମଧ୍ୟରୁ ଜଣେ ସଫ୍ଟଓ୍ବେରକୁ ଅପଡେଟ ପ୍ରସ୍ତୁତ କଲେ ଓ ଏହାକୁ ବିସ୍ତାରିତ କରିଦେଲେ ଯାହାକୁ କି ଲୋକମାନେ ଗ୍ରହଣ କରିନେଲେ। ଏହାପରେ କମ୍ପ୍ୟୁଟରର ସ୍କ୍ରିନ ନୀଳ ହୋଇଗଲା ଯାହାକୁ କି କମ୍ପ୍ୟୁଟର ଭାଷାରେ ବ୍ଲୁ ସ୍କ୍ରିନ୍‌ ଅଫ୍‌ ଡେଥ୍‌ କୁହାଯାଏ। ଏହା ପରେ କମ୍ପ୍ୟୁଟର ସମ୍ପୂର୍ଣ୍ଣ ଅଚଳ। ମାଇକ୍ରୋସଫ୍ଟ ଅପରେଟିଂ ସିଷ୍ଟମ ବିଶ୍ବରେ ସର୍ବାଧିକ ବ୍ୟବହୃତ ହୁଏ ଓ କ୍ରାଉଡ ଷ୍ଟ୍ରାଇକ ଫାଲକନ କମ୍ପାନୀ ମାଇକ୍ରୋସଫ୍ଟ କମ୍ପାନୀର ସାଇବର ସୁରକ୍ଷା ଦାୟିତ୍ୱରେ ରହିଛି। କଥାରେ ଅଛି, ଯଦି ବାଡ଼ ଫସଲ ଖାଇବ, ତେବେ ଫସଲକୁ କିଏ ରକ୍ଷା କରିବ। ଠିକ୍‌ ଏହି ଘଟଣା ମାଇକ୍ରୋସଫ୍ଟ କ୍ଷେତ୍ରରେ ହେଲା, ଯାହାର ପରିଣାମ ସମଗ୍ର ବିଶ୍ବ ଭୋଗିଲା। ଯଦି ଏହା କୌଣସି ସାଇବର ଅପରାଧ ହୋଇଥାନ୍ତା ତେବେ ଏତେ ଚିନ୍ତା କରିବାର ଆବଶ୍ୟକତା ନ ଥାନ୍ତା। କରଣ ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ବ୍ୟବସ୍ଥା ଅଛି। କିନ୍ତୁ ଏହି ତ୍ରୁଟି ସାଇବର ଅପରାଧକୁ ରୋକିବା ବ୍ୟବସ୍ଥାରୁ ହିଁ ସୃଷ୍ଟି ହେଲା ଯାହାକୁ କି ଆତ୍ମଘାତୀ କୁହାଯାଇପାରେ।
ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି କିଛି ସମୟ ପାଇଁ କମ୍ପ୍ୟୁଟର ଅଚଳ ହୋଇଗଲା ତେବେ ସାଧାରଣ ମଣିଷଟିଏ କାହିଁକି ହଇରାଣ ହେବ। କିନ୍ତୁ ଏହା ସତ୍ୟ ଯେ ବର୍ତ୍ତମାନ ସମୟରେ ଆମେ ସଭିଏ କମ୍ପ୍ୟୁଟର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। କୃଷି କ୍ଷେତ୍ରରେ କାମ କରୁଥିବା ଶ୍ରମିକଠାରୁ ଆରମ୍ଭକରି ମେଟ୍ରୋ ସିଟିରେ ସଫ୍ଟଓ୍ବେରରେ କାର୍ଯ୍ୟ କରୁଥିବା ଇଞ୍ଜିନିୟର ସମସ୍ତେ ଏହା ଦ୍ବାରା କବଳିତ । ବ୍ୟାଙ୍କିଙ୍ଗ୍‌, ରେଲ୍‌ୱେ, ସ୍ବାସ୍ଥ୍ୟ, ବିମାନ ଚଳାଚଳ, ଆଧାର କାର୍ଡ, ବିଜୁଳି ସେବା ଓ ପ୍ରତିରକ୍ଷା ବ୍ୟବସ୍ଥା ସହ ଟେଲିଭିଜନ ପ୍ରସାରଣ, ମୋବାଇଲ ଫୋନ ଆଦି ପ୍ରତ୍ୟେକ କ୍ଷେତ୍ର କମ୍ପ୍ୟୁଟର ସହ ଯୋଡି ହୋଇରହିଛି। ଏହି ସବୁ କ୍ଷେତ୍ରରେ ବ୍ୟବହୃତ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରୁଛି ମାଇକ୍ରୋସଫ୍ଟ କମ୍ପାନୀ। କମ୍ପ୍ୟୁଟର ନ ଥିଲା ବେଳେ ଏହିସବୁ କାମ ଚଳୁଥିଲା। କିନ୍ତୁ ଏହିସବୁ ସେବା ବ୍ୟବସ୍ଥାକୁ ସହଜ ଓ ସରଳ କରିବା ପାଇଁ ସମୟକ୍ରମେ କମ୍ପ୍ୟୁଟର ଉପଯୋଗ କରାଗଲା। ବିଭିନ୍ନ ସଫ୍ଟଓ୍ବେର ବିକଶିତ ହେଲା।
ବର୍ତ୍ତମାନ ସମଗ୍ର ବିଶ୍ବ ଏହି ସଫ୍ଟଓ୍ବେର ଉପରେ ନିର୍ଭରଶୀଳ ଓ ଏହିସବୁ ସଫ୍ଟଓ୍ବେର ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହେଁ। ଯଦି ସାମାନ୍ୟ ତ୍ରୁଟି ପାଇଁ ସମଗ୍ର ବିଶ୍ବରେ ଅଚଳାବସ୍ଥା ସୃଷ୍ଟି ହୋଇପାରୁଛି, ତେବେ ଭବିଷ୍ୟତରେ ସାଇବର ଅପରାଧ ଯୋଗୁ ଏହି ଘଟଣା ଅଧିକ ତୀବ୍ର ହୋଇପାରେ ବୋଲି ଆଶଙ୍କା କରାଯାଇପାରେ। ଯେ କୌଣସି ଆପରାଧିକ ସଂଗଠନ କୌଣସି ଦେଶର କମ୍ପ୍ୟୁଟର ସିଷ୍ଟମ୍‌କୁ ଅଚଳ କରି ସେମାନଙ୍କର ଦାବି ଉପସ୍ଥାପନ କରିପାରନ୍ତି। ପାଠକଙ୍କର ମନେଥିବ ଜାପାନର ଭୟଙ୍କର ସୁନାମି ବେଳର କଥା। ସେଠାରେ ଅନେକଙ୍କର ଘର ଡିଜିଟାଲ ତାଲାରେ ବନ୍ଦ ହୋଇଥାଏ। ସୁନାମି ବେଳେ ସେଠାରେ ବିଜୁଳି ଚାଲିଗଲା ଓ ଲୋକମାନଙ୍କର ସ୍ବୟଂଚାଳିତ ଘର ଆଉ ଖୋଲି ପାରି ନ ଥିଲା। ଯାହା ଦ୍ବାରା ଲୋକମାନେ ଘର ଭିତରକୁ ପ୍ରବେଶ କରିପାରି ନ ଥିଲେ କି ଘରୁ ବାହାରକୁ ଆସିପାରି ନ ଥିଲେ। ହଜାର ହଜାର ଲୋକ ପାଣିରେ ଭାସିଗଲେ।
ଆଜିର ମଣିଷ ନିଜର କାର୍ଯ୍ୟକୁ ସହଜ, ସରଳ ତଥା ନିଜର ସୁଖପ୍ରଦ ଜୀବନ ପାଇଁ ବୈଷୟିକ ଜ୍ଞାନ କୌଶଳକୁ ବିକଶିତ କରୁଛି। ଏବେ ତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତାକୁ ପ୍ରୟୋଗ କରି ନିଜକୁ ମଣିଷ ସମ୍ପୂର୍ଣ୍ଣ ଅଚଳ କରିବାକୁ ବସିଲାଣି। ଟେକ୍ନୋଲୋଜି ଡାଳେ ଡାଳେ ଗଲେ କମ୍ପ୍ୟୁଟର ଭାଇରସ୍‌ ଓ ସାଇବର ଅପରାଧୀ ପତ୍ରେ ପତ୍ରେ ଯାଉଛନ୍ତି। ଏହାର ପ୍ରମାଣ ହେଉଛି ବିଶ୍ୱବ୍ୟାପୀ କ୍ରମାଗତ ବୃଦ୍ଧି ପାଉଥିବା ସାଇବର ଅପରାଧ। ପ୍ରକାଶ ଯୋଗ୍ୟ ଯେ ବିଶ୍ବରେ ପ୍ରତିବର୍ଷ ପ୍ରାୟ ୩୦ କୋଟି ବ୍ରାଣ୍ଡେଡ୍‌ କମ୍ପ୍ୟୁଟର ବିକ୍ରୟ ହେଉଛି ଓ ଏହାର ଅନେକ ଗୁଣ ସ୍ମାର୍ଟ ମୋବାଇଲ ଫୋନ ବିକ୍ରି ହେଉଛି। ବିଶ୍ବର ପ୍ରାୟ ୯୦ ପ୍ରତିଶତ କମ୍ପାନୀ ମୁଖ୍ୟ ସର୍ଭର ସହ ଯୋଡି ହୋଇରହିଛନ୍ତି।
ବ୍ୟାଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ବିଭାଗ ସବୁ କିଛି ସର୍ଭର ସହ ଯୋଡି ହୋଇରହିଛି ଓ ନିୟମିତ ଅପ୍‌ଡେଟ୍‌ ହେଉଛି। ଏଥିରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହେଲେ ତାହା ଗୁରୁତର ବିଭ୍ରାଟ ସୃଷ୍ଟି କରିପାରେ। ପ୍ରକାଶଯୋଗ୍ୟ ଯେ ସାଇବର ଆକ୍ରମଣରେ ଜର୍ଜରିତ ହେଉଥିବା ଦେଶ ମଧ୍ୟରେ ଭାରତ ଏକ ଅଗ୍ରଣୀ ଦେଶ। ଆପ୍ଲିକେଶନ ସୁରକ୍ଷା କମ୍ପାନୀ ଇଣ୍ଡସଫେସ୍‌ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତୀୟ ୱେବ୍‌ସାଇଟ ଓ ଆପ୍ସ ଉପରେ ଦୈନିକ ପ୍ରାୟ ୧କୋଟି ସାଇବର ଆକ୍ରମଣ ହୋଇଥାଏ। ବିଶେଷ କରି ଉତ୍ତର କୋରିଆ ଓ ଚାଇନାର ହ୍ୟାକରମାନେ ଅଧିକାଂଶ ଅପରାଧ ଘଟାଇଥାନ୍ତି। ଚିନ୍ତାଜନକ କଥା ହେଲା ଭାରତର ୪୦ ପ୍ରତିଶତ କମ୍ପାନୀ ସାଇବର ଅପରାଧକୁ ରୋକିବାରେ ସଫଳ ନୁହନ୍ତି।
ସାଇବର ଅପରାଧକୁ ଡରି କେତେ ଦସ୍ତାବିଜର ନକଲ ରଖିବା, ଘରେ ଓ କାର୍ଯ୍ୟାଳୟରେ କେତେ ବ୍ୟାକ୍‌ଅପ୍‌ ରଖିବା। ଚିନ୍ତାଜନକ କଥା ହେଲା ଯଦି ଏହିପରି ସଫ୍ଟଓ୍ବେର ଆକ୍ରମଣ ବା ତ୍ରୁଟି ଅବ୍ୟାହତ ରୁହେ, ତେବେ ଷ୍ଟାର ୱାର ସିନେମାର ପ୍ରତିଟି ଦୃଶ୍ୟ ଭବିଷ୍ୟତରେ ବାସ୍ତବ ରୂପ ନେଇପାରେ। ଯୁଦ୍ଧ ମଇଦାନରେ ନୁହେଁ, କମ୍ପ୍ୟୁଟରରେ ହେବ। ଏଥିପାଇଁ ଆମେ କେତେ ପ୍ରସ୍ତୁତ? ଆମେ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଆମର ଶକ୍ତିକୁ କମ୍ପ୍ୟୁଟର ପରିଚାଳନା କରିବ। ଆଉ କମ୍ପ୍ୟୁଟର ଯଦି ବିଶ୍ୱାସଘାତକତା କରେ? ବିଶିଷ୍ଟ ବିଜ୍ଞାନୀ ଷ୍ଟିଫେନ ହାକିଂ ଠିକ୍‌ କହିଥିଲେ। ସେ କହିଥିଲେ ଯେ ପର୍ଯ୍ୟନ୍ତ ମାନବ ଜାତି ନିଜର ଜେନେଟିକ ମେକ୍‌ଅପ୍‌ ଓ ଡିଏନ୍‌ଏକୁ ବଦଳ କରି ନିଜର ନୂତନ ଡିଜାଇନ ନ କରିଛି, ତେବେ ଏହା ନିଶ୍ଚିତ ଯେ କମ୍ପ୍ୟୁଟର ପ୍ରସ୍ତୁତ ରୋବ ଆମର ଦୁନିଆକୁ ଦିନେ କବ୍‌ଜା କରିଦେବ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?