ଏଇ ଭାରତରେ

ମହାରାଷ୍ଟ୍ରର ସତାରା ଏକ ମରୁଡ଼ିପ୍ରବଣ ଅଞ୍ଚଳ। କିନ୍ତୁ ହୃଷୀକେଶ ଜୟସିଂ ଧାନେ ଏଭଳି ପ୍ରତିକୂଳ ସ୍ଥିତିରେ ଘିକୁଆଁରୀ ଚାଷରେ ସଫଳତା ପାଇପାରିଛନ୍ତି। ହୃଷୀକେଶ ତାଙ୍କ ଗାଁ ପଡଲିରେ ଘିକୁଆଁରୀ ଚାଷ କରି ବର୍ଷକୁ ୩.୫ କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି ଓ ଏଥିରୁ ୩୦% ଲାଭ ପାଉଛନ୍ତି। ସେ ଘିକୁଆଁରୀରୁ ସାବୁନ, ଶାମ୍ପୂ ଏବଂ ଜୁସ୍‌ ପ୍ରସ୍ତୁତ କରୁଛନ୍ତି। ଏଥିରୁ ପ୍ରାକୃତିକ କୀଟନାଶକ ମଧ୍ୟ ତିଆରି ହେଉଛି। ହୃଷୀକେଶଙ୍କ ବୟସ ଏବେ ୪୪। ତାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ପରିବାର ନିକଟରେ ୮ ଏକର ଜିମି ଥିଲେ ବି ମରୁଡ଼ି ଯୋଗୁ ସେଥିରୁ ଯାହା କିଛି ଉପତ୍ାଦନ ହୁଏ ସେଥିରେ ପରିବାର ଚଳିବା କଷ୍ଟକର ହୋଇଥାଏ । ଏଭଳି ସ୍ଥିତିରେ ବହୁ କଷ୍ଟରେ ସେ ୧୦ମ ଯାଏ ପଢ଼ିବା ପରେ ଅର୍ଥାଭାବରୁ ଆଉ ପଢ଼ିପାରିଲେ ନାହିଁ। ଏକ କମ୍ପାନୀରେ ମାର୍କେଟିଂ କାମ କରି ପରେ ତାକୁ ଛାଡ଼ି ପୁଣି କ୍ଷେତକୁ ଫେରିଥିଲେ। କିନ୍ତୁ ସେତେବେଳେ ଗାଁରେ ଲୋକେ ଘିକୁଆଁରୀ ଚାଷ କରି କ୍ଷତି ସହିବା ପରେ ତାହାକ କ୍ଷେତରୁ ଓପାଡ଼ି ଫିଙ୍ଗି ଦେଇଥିଲେ। ସେଥିରୁ ୪, ୦୦୦ ଗଛ ସଂଗ୍ରହ କରି ହୃଷୀକେଶ ସେ ସବୁକୁ ପ୍ରଥମେ ଆମ୍ବ, ଅଁଳା ଗଛ ତଳେ ଲଗାଇଥିଲେ। ଏବେ ଦୁଇ ଏକର ଜମିରେ ଚାଷ କରୁଛନ୍ତି ଓ ଦିନକୁ ଘିକୁଆଁରୀରୁ ୮,୦୦୦ ଲିଟର ଉପତ୍ାଦ ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?