ହାଣ୍ଡି ଉପରେ ମାଡ଼

ସାଧାରଣତଃ ଭୁଲ କାମ ପାଇଁ ମାଡ଼ ଥାଏ । ମାଡ଼ ବସେ ।ପିଲାଙ୍କ କାନମୋଡି ପିଲାଙ୍କ ଗାଲରେ ସରୁ ଚଟକଣି ବସାଇ ଦୁଷ୍ଟ ନ ହେବା ପାଇଁ ପିଲାଙ୍କୁ ଆକଟ କରିବାକୁ ଚେଷ୍ଟା କରନ୍ତି ମା’ବାପା ଗୁରୁଜନ। ମା’ଙ୍କ ଗାଳିମାଡ଼ ପିଲାଙ୍କ ପାଇଁ ଦାଣ୍ଡର ଧୂଳି ଚନ୍ଦନ ଭଳି ।ବାପାଙ୍କ ଅଭିଭାବକପଣିଆ ଅନୁଭୂତ ହୁଏ ପିଲାଙ୍କୁ ମାଡ଼ ଦେଇ ଆକଟ କରିବାରେ । ସେ ମାଡ଼ ପିଲାଙ୍କୁ ଠିକ୍‌ ବାଟକୁ ବି ଆଣିଥାଏ ।ମାଡ଼କୁ ନେଇ ସେମିତି ଲେଖାଯାଇଛି ଅନେକ ଲେଖା, ଅନ୍ୟକୁ କେବଳ ସୁଧାରିବା ପାଇଁ। କୁହାଯାଏ ସେମିତି ଅନେକ କଥା। ତନ୍ମଧ୍ୟରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ କାଳଜୟୀ ସୃଷ୍ଟି ‘ମାଡ଼ହାଣ୍ଡି କଥା’ ଉଲ୍ଲେଖଯୋଗ୍ୟ। ସେଇ ମାଡ଼ହାଣ୍ଡିର କାହାଣୀ ଯିଏ ପଢ଼ିଛି, ସେ ନିଶ୍ଚୟ ନ ହସି ରହି ନ ଥିବେ।
ମାଡ଼କୁ ନେଇ ଆଜି ବି ଲେଖାଚାଲିଛି ଗୀତ, କବିତା, ପ୍ରବନ୍ଧ ଗଳ୍ପ । ଆମ ପିଲାବେଳେ ସ୍କୁଲରେ ଯେଉଁ ମାଡ଼ ଥିଲା, ଏବେ ସେ ମାଡ଼ ଆଉ ନାହିଁ ସ୍କୁଲରେ। ସ୍କୁଲସବୁକୁ କରାଯାଇଛି ‘ଦଣ୍ଡମୁକ୍ତ ଅଞ୍ଚଳ’। ସେଠି ପିଲାଙ୍କ ପିଠିରେ ପାହାର ବସିବା ପୂରା ମନା ହୋଇଛି। ଏ କଥା ବି ମିଛ ନୁହେଁ ମାଡ଼ ଉଠିଯାଇଥିବାରୁ କିଛି ପିଲା ଖୁବ୍‌ ଅମନଯୋଗୀ ରହନ୍ତି ଆଜିର ଦିନରେ। ଗୋପାଳ ଚନ୍ଦ୍ରଙ୍କ ମାଡ଼ହାଣ୍ଡି କାହାଣୀରେ ହାଣ୍ଡି ଉପରେ ମାଡ଼ ପଡ଼ିନି, ହେଲେ ହାଣ୍ଡି ଭିତରେ ଢଙ୍କାଯାଇ ହାଣ୍ଡି ମୁହଁ ବନ୍ଦ କରି ରଖାଯାଇଥିଲା ବିବିଧ ପ୍ରକାର ମାଡ଼(ମାଡ଼କୁ ହାଣ୍ଡିରେ ରଖାଯିବା ସମ୍ଭବ କେବଳ ଗପରେ)। ଅଳସୁଆ ପୁଅ ପୂର୍ବଭଳି ଢଙ୍କାଯାଇ ରଖାଯାଇଥିବା ମହମହ ସ୍ବାଦିଷ୍ଟ ଖାଦ୍ୟ ଆଶାରେ ଯେତେବେଳେ ପାଣିରେ ଭାସୁଥିବା ହାଣ୍ଡିକୁ ଆଣି ହାଣ୍ଡିମୁହଁକୁ ଖୋଲି ଦେଇଛି ତା’ପରେ ବିବିଧ ପ୍ରକାର ମାଡ଼ହାଣ୍ଡି ଭିତରୁ ବାହାରି ଆସି ଅଳସୁଆ ଉପରେ ଦୁଲ୍‌ଦାଲ୍‌,ଠୋ ଠା ଲଦି ଦେଇଥିଲେ। ଖାଦ୍ୟ ଲୋଭରେ ପୁଅ ଭଲ କରି ପାଇଲା ପାନେ । ତଥାପି ହାଣ୍ଡି ମୁହଁକୁ ତରବରରେ ବାନ୍ଧି ଦେବାରୁ ଅଧିକ ମାଡ଼ ଖାଇବାରୁ ଅଳସୁଆ ବର୍ତ୍ତିଗଲା। ଆଉ ସେଇ ହାଣ୍ଡିକୁ ନେଇ ଘର କୋଣରେ ରଖିଦେଲା ଯେମିତି ଆଗରୁ ରଖୁଥିଲା ବଳକା ଖାଦ୍ୟ ତା’ ମାଆ ଖାଇବା ପାଇ। ଏଥରକ ତା’ ମାଆର ଭାଗ୍ୟ ଭଲ। ସେ ଦେଖିବା ପୂର୍ବରୁ ଆଗରୁ ଘର ଭିତରେ ଲୁଚିଛପି ରହିଥିବା ଭୋକିଲା ଚୋର ଦଳଙ୍କ ନଜରରେ ସେ ହାଣ୍ଡିଟା ପଡ଼ିଲା। ସେମାନେ ଖାଦ୍ୟ ଥିବ ଭାବି ହାଣ୍ଡିର ବନ୍ଦଥିବା ମୁହଁକୁ ଖୋଲିଦେବାରୁ ବିଧା, ଚାପୁଡ଼ା ଗୋଇଠା ଆଦି ବିଭିନ୍ନ ପ୍ରକାର ମାଡ଼ ଚୋରମାନଙ୍କ ଉପରେ ନିର୍ଘାତ ହେଲା। ଚୋର ଦଳ ଚୋରି କରିଥିବା ମୂଲ୍ୟବାନ ଜିନିଷ ସବୁକୁ ସେଠି ଛାଡ଼ିଦେଇ ଜୀବନ ବିକଳରେ ସେଠୁ ଦୌଡ଼ି ପଳାଇଥିଲେ । ମାଆ ପୁଅ ଭାଗ୍ୟରେ ଲେଖାଥିବା ଚୋରି ସମ୍ପତ୍ତି ପାଇ ତା’ପରେ ଖୁସିରେ ଚଳିଥିଲେ। ଏହା ହେଉଛି ମାଡ଼ହାଣ୍ଡିର କଥାବସ୍ତୁ। କାହାଣୀ ବର୍ଣ୍ଣିତ ହାଣ୍ଡିଭର୍ତ୍ତି ବିବିଧ ମାଡ଼ ଅଳସୁଆ ପୁଅ ଓ ଚୋର ଦଳକୁ ଯାହା ଖୁବ୍‌ ଛେଚିଥିଲେ ।
ଏବେ ପୁଣି ହାଣ୍ଡି ଉପରେ ମାଡ଼ ପଡ଼ିବା ନେଇ ଚର୍ଚ୍ଚା ହୁଏ। ମାଡ଼ ମାନେ ମହଙ୍ଗା ମାଡ଼। ହାଣ୍ଡି ଉପରେ ଠେଙ୍ଗା ମାଡ଼ କରାଗଲେ ତ ହାଣ୍ଡି ଭାଙ୍ଗି ଖପରାରେ ପରିଣତ ହେବ। ଏଠି (ଗ୍ୟାସ୍‌) ହାଣ୍ଡି ଦର ବଢୁଛି । ହାଣ୍ଡିରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ପାଇଁ ଲୋଡ଼ା ସାମଗ୍ରୀ ଦର ବି ବେଲଗାମ ବଢ଼ିଚାଲିଛି। ସବୁଠୁ ବେଶି ମହଙ୍ଗା ମାଡ଼ ସହୁଛନ୍ତି ଗରିବଗୁରୁବା। ଚାକିରିଆଙ୍କୁ ହେଲେ ମିଳୁଛି ମହଙ୍ଗା ଭତ୍ତା । ତାଙ୍କର ନ ଥାଏ ଏତେ ଦରବୃଦ୍ଧି ଚିନ୍ତା। ତିନିଶହ ଚାରିଶହ ଟଙ୍କାର ପରିବା ବ୍ୟାଗଭର୍ତ୍ତି ହୋଇପାରୁନି। ଆଳୁ ବି ପହଞ୍ଚ ହୋଇପାରେନି କେତେକଙ୍କ ପାଇ। ବଜାରରେ ଦୋକାନୀ ଦର ଡାକୁଛନ୍ତି କେଜି ଦରରେ ନୁହେଁ, ପାଏ ହିସାବରେ। ପାଏ କୋଡ଼ିଏ ପଚିଶ କହିଲେ ଗ୍ରହଣୀୟ ହୁଏ। କେଜି ଅଶୀ ଶହେ କହିଲେ ମନରେ ଛନକା ପଶେ। ଯଦିଚ ପାଏକୁ କୋଡ଼ିଏ ଯାହା, କେଜିକୁ ଅଶୀ ଦର ତାହା । ଖାଲି କେଜି ଦରକୁ ମନ ଛୁଏଁନି, ପାଏକୁ ଛୁଏଁ ଗ୍ରହଣ କରେ । ଯେମିତି ବାଟା କମ୍ପାନୀ ଚପଲ ଦର ରଖେ ୯୯,୧୯୯,୨୯୯,୩୯୯,୪୯୯ ଟଙ୍କା। ଶହେ ଓ ଅନେଶତ ଭିତରେ ବିଶେଷ କିଛି ଫରକ ଅଛି ନା ଏବେ ନିକିତି ତଉଲା ଜୀବନ ପାଏକୁ ଖସି ଆସିଛି ପ୍ରାୟତଃ ତଳତଳିଆ ନ ଥିଲାବାଲାଙ୍କ ପାଇ। ବରଂ ବଡ଼ ବଡ଼ ଥିଲାବାଲାଙ୍କ ପାଇଁ କେଜି ଅଛୁଆଁ ହୁଏନି। ଜାଳେଣି ଗ୍ୟାସ ହାଣ୍ଡି ଦର କମୁନାହିଁ । ଏମିତି ବିଭିନ୍ନ ହାଣ୍ଡି ଯଥା ରୋଷେଇ ହାଣ୍ଡି, ଗ୍ୟାସ୍‌ ହାଣ୍ଡି, ଗାଡ଼ିର ଇଞ୍ଜିନ ହାଣ୍ଡି ଉପରେ ମହଙ୍ଗା ମାଡ଼ ବଢ଼ିଚାଲିଛି ସିନା କମିବାର ନାଁ ନାହିଁ ।
ବଉଦରାଜ, ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?