ମୃତକଙ୍କୁ ମିଳୁଛି, ଭିନ୍ନକ୍ଷମଙ୍କୁ ନୁହେଁ

ଯାଜପୁର ଅଫିସ, ୧୧ା୧: ଯାଜପୁର ଜିଲାରେ ମୃତ ବ୍ୟକ୍ତିଙ୍କ ନାମରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଉଠା ଯାଉଥିବାବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚି ହୋଇଛନ୍ତି। ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରସଲପୁର ବ୍ଳକ ଅଧୀନ ମଙ୍ଗରାଜପୁର ପଞ୍ଚାୟତ ଖଣ୍ଡାସ ଗ୍ରାମରେ। ଏହି ଗ୍ରାମର ଦଳିତ ସାହିରେ ବାସକରୁଥିବା ଶ୍ରୀଧର ମଳିକଙ୍କ ପୁଅ ଭୋଳାନାଥ(୧୬)ଶତ ପ୍ରତିଶତ ଭିନ୍ନକ୍ଷମ। ହେଲେ ଏ ଯାଏଁ ଜିଲା ପ୍ରଶାସନଙ୍କ ଦୃଷ୍ଟି ତାଙ୍କ ଉପରେ ପଡିନାହିଁ। ସରକାରୀ ସହାୟତାରୁ ସେ ବଞ୍ଚିତ ହୋଇଛନ୍ତି। ଶ୍ରୀଧର ବହୁଦିନ ହେବ ଚାଳ ଛପର ଘରେ ଜରିପାଲ ପକାଇ ଅତି ଦୟନୀୟ ଅବସ୍ଥାରେ ରହି ଆସୁଛନ୍ତି। ବାପା ଶ୍ରୀଧର ଦିନ ମଜୁରିଆ ଭାବେ କାମ କରନ୍ତି। ସେଥିରୁ ଯେଉଁ ଅର୍ଥ ଉର୍ପାଜନ କରନ୍ତି ସେଥିରେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ୁଛି। ଭୋଲାନାଥ ଜନ୍ମରୁ ଦୁଇ ଆଖି ହରାଇ ଭିନ୍ନକ୍ଷମ ଜୀବନ ବିତାଉଛନ୍ତି। ଭିନ୍ନକ୍ଷମ ଯୋଜନାରେ ଏ ଯାଏଁ ତାଙ୍କୁ ଭତ୍ତା ମିଳିପାରି ନାହିଁ। ବରଂ ବିଞ୍ଝାରପୁର ବ୍ଲକରେ ୨୦ ଜଣ ମୃତ ବ୍ୟକ୍ତିଙ୍କ ନାମରେ ବିଭିନ୍ନ ଯୋଜନାରେ ନକଲି ଟିପ ଚିହ୍ନ ଦେଇ ଭତ୍ତା ଉଠାଯାଉଥିବା ଅଭିଯୋଗ ହୋଇ ସାରିଛି। ଏହି ବ୍ଳକର ସୟଦପୁର ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନା, ବିଧବାଭତ୍ତା ଓ ଭିନ୍ନକ୍ଷମ ଭତ୍ତାର ଆକ୍ୟୁଟାନ୍ସ (ପ୍ରାପ୍ତି ପତ୍ର) ରେଜିଷ୍ଟାରରୁ ଏଭଳି ଦୁର୍ନୀତି ହୋଇଥିବା ସଂକ୍ରାନ୍ତରେ ଗତ ୨୪ ତାରିଖରେ ଧରିତ୍ରୀରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏଯାଏ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରିନାହିଁ।
ଅନ୍ୟପକ୍ଷେ ପିଲାଟି ଦିନରୁ ଭୋଳାନାଥଙ୍କ ବାଦ୍ୟ ଯନ୍ତ୍ର ଉପରେ ଆଗ୍ରହ ଥିବା ହେତୁ ସେ ଭୁବନେଶ୍ୱରସ୍ଥିତ ଲୁଇସ୍‌ ବ୍ରେଲି ସ୍କୁଲରେ ପ୍ରାୟ ୩ ବର୍ଷ ହେବ ନାମ ଲେଖାଇ ତବଲା ବାଦ୍ୟଯନ୍ତ୍ର ଉପରେ ଶିକ୍ଷା ଗ୍ରହଣ କରୁଥିବା ସେ କହିଛନ୍ତି। ଥିଲାବାଲାଙ୍କୁ ସରକାରୀ ସହାୟତା ମିଳୁଥିବା ବେଳେ ଗରିବ ଲୋକଙ୍କୁ ମିଳୁନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି କେବଳ ମିଥ୍ୟା ପ୍ରତିଶ୍ରୁତିରେ ସେ ନୟାନ୍ତ ହୋଇ ଫେରୁଥିବା ପରିବାର ବର୍ଗ କହିଛନ୍ତି। ଏହି ଅସହାୟ ଭିନ୍ନକ୍ଷମ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରାଡମ୍ବରରେ ପାଳିତ ହେଲା ବିଜୁ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ ଅଫିସ,୧୭।୪: ନିରାଡ଼ମ୍ବର ଭାବେ ଶୁକ୍ରବାର ଭଦ୍ରକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କ ବାସଭବନ ପରିସରରେ ସାମାଜିକ...

ଆଧ୍ୟାତ୍ମିକ ସହର ଅସୁରକ୍ଷିତ

ପୁରୀ ଅଫିସ,୨୫।୫: ଦିନକୁ ଦିନ ଆଧ୍ୟାତ୍ମିକ ସହର ପୁରୀ ଅଶାନ୍ତ ଏବଂ ଅସୁରକ୍ଷିତ ହୋଇପଡ଼ୁଛି। ପ୍ରାୟ ପ୍ରତିଦିନ ଦାଦାବଟି, ଲୁଟ, ବ୍ରାଉନସୁଗାର ଓ ଗଞ୍ଜେଇ କାରବାର...

ତାଲିକାରୁ କାଟିଦେଲେ ବୃଦ୍ଧଙ୍କ ଗାଁ

କାମାକ୍ଷାନଗର, ୨ ।୪ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶିପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ତାଲିକାଭୁକ୍ତ...

ଦୁଇ ବର୍ଷରେ ରାଜ୍ୟରେ ଦୂର ହେବ ଡାକ୍ତର ସମସ୍ୟା: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୧୪।୬(ବ୍ୟୁରୋ) : ରାଜ୍ୟରେ ଆଉ ଦେଖାଦେବ ନାହିଁ ଡାକ୍ତର ସମସ୍ୟା। ଆବଶ୍ୟକଠାରୁ ଅଧିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଆଗାମୀ ଦୁଇ ବର୍ଷରେ ଓଡ଼ିଶାରେ ଆବଶ୍ୟକ ତୁଳନାରେ...

୧୯ରେ ଭଙ୍ଗାଯିବ ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା: ଆସିଲା କଣ୍ଟେନର; ଚାଲିବ ସୂଚନା କେନ୍ଦ୍ର, ପୋଲିସ ଫାଣ୍ଡି

ପୁରୀ ଅଫିସ,୧୮।୮: ମେଘନାଦ ପାଚେରି ଚତୁଃପାର୍ଶ୍ୱକୁ ମୁକ୍ତ ରଖିବା ଲାଗି ନିଷ୍ପତ୍ତି ନେଇଛି ଜିଲା ପ୍ରଶାସନ। ମେଘନାଦ ପାଚେରିକୁ ଲାଗି ରହିଥିବା ବେଆଇନ କୋଠା ଆସନ୍ତା...

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ଶତାଧିକ ମହିଳା

ପଦ୍ମପୁର,୨୫।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ୭୬ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଆର୍ଥିକ ଅନିୟମିତତା ଅଭିଯୋଗ କରି...

କମୁଛି ସୁବର୍ଣ୍ଣରେଖା, ବଢୁଛି ଦୁର୍ଦ୍ଦଶା

ବାଲେଶ୍ୱର ଅଫିସ, ୨୩।୮:ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‌ରୁ ମୋଟ୍‌ ୨୦ଟି ଗେଟ୍‌ ଖୋଲାଯାଇଥିବାରୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଉପୁଜିଛି। ରାଜଘାଟସ୍ଥିତ...

ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି।...

Advertisement
Archives

Model This Week