ଦେଶରେ କମୁଛି ଇନ୍ଧନ ଚାହିଦା

ଭୁବନେଶ୍ୱର, ୧୪ା୩: ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଲଗାତର ବୃଦ୍ଧି ଯୋଗୁ ଏହାର ବ୍ୟବହର ବ୍ୟାପକ ମାତ୍ରାରେ କମିଛି। ଫଳରେ ପ୍ରତି ମାସ ଏହାର ଚାହିଦା ହ୍ରାସ ପାଉଥିବା ସୂଚନା ମିଳିଛି। ଫେବୃୟାରୀରେ ଇନ୍ଧନ ଚାହିଦା ପ୍ରାୟ ୫% ପର୍ଯ୍ୟନ୍ତ ହ୍ରାସ ପାଇଛି। ଗତ ସେପ୍ଟେମ୍ବର ପରେ ଦେଶରେ ତୈଳ ଚାହିଦାର ଏହା ସର୍ବନିମ୍ନ ସ୍ତର ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟଙ୍କ ପେଟ୍ରୋଲିୟମ ଯୋଜନା ଓ ବିଶ୍ଲେଷଣ ପ୍ରକୋଷ୍ଠ(ପିପିଏସି) ପକ୍ଷରୁ ଆକଳନ କରାଯାଇଛି। ପିପିଏସିଙ୍କ ସୂଚନା ଅନୁସାରେ ଫେବୃୟାରୀରେ ପେଟ୍ରୋଲିୟମ ଉତ୍ପାଦର ମୋଟ ଉପଯୋଗ ହାର ୪.୯% ହ୍ରାସ ହୋଇଛି। ଚଳିତ ବର୍ଷର ପ୍ରଥମ ସପ୍ତାହରୁ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ଗତ ୨ ମାସ ମଧ୍ୟରେ ଦେଶର ଉଭୟ ପେଟ୍ରୋଲିୟମ ପଦାର୍ଥର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିସାରିଥିଲା। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ୧୦୦ଟଙ୍କା ଟପି ସାରିଥିବା ବେଳେ ଆଉ କେତେକ ରାଜ୍ୟରେ ତା’ର ପାଖାପାଖି କାରବାର ହେଉଛି। ଦେଶରେ ସବୁଠୁ ଅଧିକ ଉପଯୋଗ ହେଉଥିବା ଇନ୍ଧନ ଡିଜେଲର ଚାହିଦା ଫେବୃୟାରୀରେ ୮.୫% ହ୍ରାସ ହୋଇ ୬୫.୫ଲକ୍ଷ ଟନ୍‌କୁ ପହଞ୍ଚିଛି। ସେହିପରି ପେଟ୍ରୋଲ ବିକ୍ରି ୬.୫ % ହ୍ରାସ ହୋଇ ୨୪ଲକ୍ଷ ଟନ୍‌ରେ ରହିଛି। ତେବେ ନାପଥା ଚାହିଦା ଓ ବିକ୍ରିରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ବେଳେ ସଡ଼କ ନିର୍ମାଣରେ ଉପଯୋଗ ହେଉଥିବା ବିଟୁମେନ୍‌ର ଚାହିଦା ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି। ଦେଶରେ ଇନନ୍ଧ ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଏହି ସମୟ ମଧ୍ୟରେ ରୋଷେଇ ଗ୍ୟାସ୍‌ ଏଲ୍‌ପିଜି ବିକ୍ରିରେ ୭.୬% ଅଭିବୃଦ୍ଧି ହୋଇଛି। ଅନ୍ୟପକ୍ଷରେ ଅଶୋଧିତ ତୈଳ ଯୋଗାଣକାରୀ ସମୂହ ଓପେକ୍‌ ଏଇ ନିକଟରେ ଜାରି କରିଥିବା ରିପୋର୍ଟରେ ଦର୍ଶାଇଛି ଯେ ଭାରତର ତୈଳ ଚାହିଦା ୨୦୨୧ରେ ବୃଦ୍ଧି ହେବ ବୋଲି ଆକଳନ କରାଯାଇଛି। ଏଥିରେ ଦେଶର ଅଶୋଧିତ ତୈଳ ଚାହିଦା ୧୩.୬ % ବଢ଼ିବ ବୋଲି ଆକଳନ କରାଯାଉଥିବା ବେଳେ ଦୈନନ୍ଦିନ ଚାହିଦା ୪୯.୯ଲକ୍ଷ ବ୍ୟାରେଲରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। କୋଭିଡ୍‌-୧୯ ସମୟରେ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା । ମହାମାରୀ ଯୋଗୁ ଦେଶର ତୈଳ ଚାହିଦା ୨୦୨୦ରେ ହ୍ରାସ ହୋଇଥିବା ବେଳେ ଦୈନିକ ୪୪ଲକ୍ଷ ବ୍ୟାରେଲକୁ ଖସି ଆସିଥିଲା ବୋଲି ରିର୍ପୋଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କୋଟପାଡ଼ରେ ବନ୍ୟା ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ, ପୀଡ଼ିତଙ୍କୁ ନେଇ କଲେ ବଡ଼ ଘୋଷଣା

କୋରାପୁଟ,୨୭।୯(ଅମିତାଭ ବେହେରା ): କୋରାପୁଟ ଜିଲାର ବନ୍ୟା ପ୍ରଭାବିତ କୋଟପାଡ଼ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

Amazon-Flipkart- JioMartକୁ ବଡ଼ ଝଟକା, ଗଣିବେ ଏତେ ଲକ୍ଷ ଲକ୍ଷ ଟଙ୍କାର ଜରିମାନା!

ନୂଆଦିଲ୍ଲୀ,୨୭।୯: ଅନଲାଇନ ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଆମାଜନ (Amazon), ଫ୍ଲିପକାର୍ଟ (Flipkart) ଏବଂ ଜିଓମାର୍ଟ (JioMart)…

ଲିଟର ପିଛା ମାତ୍ର ୨୫ ଟଙ୍କାରେ ଚାଲିବ କାର୍‌; ବଡ଼ ଘୋଷଣା କଲେ ନୀତିନ ଗଡ଼କରୀ, ଅକ୍ଟୋବରରୁ…

ନୂଆଦିଲ୍‌ଲୀ,୨୭।୯: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଇଥାନଲକୁ ନେଇ ଏକ ନୂଆ ସ୍ୱପ୍ନ ଦେଖାଇଛନ୍ତି। ତାଙ୍କ କହିବା କଥା ହେଉଛି, ଅକ୍ଟୋବର ମାସରୁ ହିଁ…

ଅକ୍ଟୋବର ୨ରେ ଚାଲିବନି UPI! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍‌ଲୀ,୨୭।୯: ୨ ତାରିଖରେ ଦେଶବ୍ୟାପୀ ‘ନୋ UPI ଡେ’ ପାଳନ ହେବା ନେଇ ମିଡିଆରେ ଯେଉଁ ଖବର ପ୍ରକାଶ ପାଇଛି ତାହା ସମ୍ପୂର୍ଣ୍ଣ ମିଛ। ଏଭଳି କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?