କଂକ୍ରିଟ ରାସ୍ତା ଫାଟି ଆଁ

ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଶେଷ ହୋଇ ନ ଥିଲେ ମଧ୍ୟ ଦୁରାବସ୍ଥା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜିଲାର ଚଷାଖଣ୍ଡ ଓ ଓଡ଼ଙ୍ଗୀ ପଞ୍ଚାୟତ ସମେତ ମୟୂରଭଞ୍ଜ ଜିଲାର କୁରୁଣିଆ, ଯାଆଁରଶୁଳ ପଞ୍ଚାୟତର ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯା’ଆସ କରିଥାନ୍ତି। ଉକ୍ତ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବାରୁ ମାତ୍ର କେତେବର୍ଷ ଭିତରେ ବିଭିନ୍ନ ସ୍ଥାନରେ ଖାଲଢ଼ିପ ସୃଷ୍ଟି ହୋଇଛି। ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଗେଟି ଦେଖାଯାଉଛି। କଂକ୍ରିଟ୍‌ ରାସ୍ତା ଫାଟି ଆଁ ହୋଇଗଲାଣି। ଲୋକମାନେ ଯା’ଆସରେ ବିଭିନ୍ନ ସମସ୍ୟା ଦେଖାଦେଇଥିବା ବେଳେ ଛୋଟବଡ଼ ଦୁର୍ଘଟଣାରେ ଶୀକାର ହେଉଛନ୍ତି। ରାସ୍ତା ମରାମତି ପାଇଁ ଚୁକ୍ତି ହୋଇଥିବା ଅବଧି ପୂରଣ ପୂର୍ବରୁ ରାସ୍ତା ପରିସ୍ଥିତି ଶୋଚନୀୟ ହୋଇପଡିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଦିଆଯାଇ ମରାମତି କରାଯାଇଥିଲା। ଏବେ ପୂର୍ବଭଳି ଅବସ୍ଥା ଲାଗି ରହିଛି।
୬୦ନଂ. ଜାତୀୟ ରାଜପଥ ନିକଟସ୍ଥ ଚଷାଖଣ୍ଡ ପଞ୍ଚାୟତ ଅଧୀନ ମଧୁପୁରା ଗ୍ରାମର ୫କି.ମି. ୬୦୦ମିଟର ରାସ୍ତା ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟ.୨,୭୧,୫୮୦୫୬.୫୮ ଅଟକଳରେ ରାସ୍ତା ନିର୍ମାଣ ହୋଇଥିଲା। ଗତ ୨୦୧୫ ଜାନୁୟାରୀ ୧୪ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ ଜାନୁୟାରୀ ୧୩ରେ ଶେଷ ହୋଇଥିଲା। ଠିକାଦାରଙ୍କ ଦ୍ୱାରା ୫ବର୍ଷ ପାଇଁ ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଥିଲା। ଯାହା ଗତ ୨୦୨୧ ଜାନୁୟାରୀ ୧୨ତାରିଖରେ ଶେଷ ହୋଇଛି। ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବାରୁ ୨/୩ ବର୍ଷ ପୂର୍ବରୁ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ବିଭାଗୀୟ ଅଧିକାରୀ କାମଚଳା କାର୍ଯ୍ୟ କରି ପୂର୍ବ ଅବସ୍ଥାରେ ରାସ୍ତାକୁ ଛାଡ଼ି ଦେଇଥିବା ଅଭିଯୋଗ ହେଉଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଜିଲାପାଳଙ୍କ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।ଏନେଇ ବିଭାଗ ତରଫରୁ କାର୍ଯ୍ୟ ସମ୍ପାଦନା କରୁଥିବା ତତ୍କାଳୀନ ରେମୁଣାର ବିଭାଗୀୟ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ର କହିଛନ୍ତି, ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ବିଧିବଦ୍ଧ ଭାବେ ଏବଂ ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ବନ୍ୟା ଓ ବାତ୍ୟା ଯୋଗୁ ଉକ୍ତ ରାସ୍ତାର କେତେକ ସ୍ଥାନରେ ଖାଲଢ଼ିପ ସୃଷ୍ଟି ହୋଇଥିଲା। ଏଫ୍‌ଡିଆର୍‌ ଫଣ୍ଡସ୍‌ରୁ ଟଙ୍କା ମଞ୍ଜୁର କରାଯାଇ ମରାମତି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ) ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri