କଂକ୍ରିଟ ରାସ୍ତା ଫାଟି ଆଁ

ବାଲେଶ୍ୱର ଅଫିସ, ୨ ।୪ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ୬୦ନଂ. ଜାତୀୟ ରାଜପଥଠାରୁ ମଧୁପୁରା ପର୍ଯ୍ୟନ୍ତ ୨୦୧୬ରୁ ସମ୍ପୂର୍ଣ୍ଣ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଶୋଚନୀୟ ହୋଇପଡ଼ିଛି। ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଶେଷ ହୋଇ ନ ଥିଲେ ମଧ୍ୟ ଦୁରାବସ୍ଥା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜିଲାର ଚଷାଖଣ୍ଡ ଓ ଓଡ଼ଙ୍ଗୀ ପଞ୍ଚାୟତ ସମେତ ମୟୂରଭଞ୍ଜ ଜିଲାର କୁରୁଣିଆ, ଯାଆଁରଶୁଳ ପଞ୍ଚାୟତର ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯା’ଆସ କରିଥାନ୍ତି। ଉକ୍ତ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବାରୁ ମାତ୍ର କେତେବର୍ଷ ଭିତରେ ବିଭିନ୍ନ ସ୍ଥାନରେ ଖାଲଢ଼ିପ ସୃଷ୍ଟି ହୋଇଛି। ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଗେଟି ଦେଖାଯାଉଛି। କଂକ୍ରିଟ୍‌ ରାସ୍ତା ଫାଟି ଆଁ ହୋଇଗଲାଣି। ଲୋକମାନେ ଯା’ଆସରେ ବିଭିନ୍ନ ସମସ୍ୟା ଦେଖାଦେଇଥିବା ବେଳେ ଛୋଟବଡ଼ ଦୁର୍ଘଟଣାରେ ଶୀକାର ହେଉଛନ୍ତି। ରାସ୍ତା ମରାମତି ପାଇଁ ଚୁକ୍ତି ହୋଇଥିବା ଅବଧି ପୂରଣ ପୂର୍ବରୁ ରାସ୍ତା ପରିସ୍ଥିତି ଶୋଚନୀୟ ହୋଇପଡିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାର ମରାମତି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୦ଲକ୍ଷ ଟଙ୍କା ଦିଆଯାଇ ମରାମତି କରାଯାଇଥିଲା। ଏବେ ପୂର୍ବଭଳି ଅବସ୍ଥା ଲାଗି ରହିଛି।
୬୦ନଂ. ଜାତୀୟ ରାଜପଥ ନିକଟସ୍ଥ ଚଷାଖଣ୍ଡ ପଞ୍ଚାୟତ ଅଧୀନ ମଧୁପୁରା ଗ୍ରାମର ୫କି.ମି. ୬୦୦ମିଟର ରାସ୍ତା ପାଇଁ ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ଟ.୨,୭୧,୫୮୦୫୬.୫୮ ଅଟକଳରେ ରାସ୍ତା ନିର୍ମାଣ ହୋଇଥିଲା। ଗତ ୨୦୧୫ ଜାନୁୟାରୀ ୧୪ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ୨୦୧୬ ଜାନୁୟାରୀ ୧୩ରେ ଶେଷ ହୋଇଥିଲା। ଠିକାଦାରଙ୍କ ଦ୍ୱାରା ୫ବର୍ଷ ପାଇଁ ଉକ୍ତ ରାସ୍ତାର ଗ୍ୟାରେଣ୍ଟି ଅବଧି ଥିଲା। ଯାହା ଗତ ୨୦୨୧ ଜାନୁୟାରୀ ୧୨ତାରିଖରେ ଶେଷ ହୋଇଛି। ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବାରୁ ୨/୩ ବର୍ଷ ପୂର୍ବରୁ ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇ ଖାଲଖମାରେ ପରିପୂର୍ଣ୍ଣ ହୋଇଛି। ବିଭାଗୀୟ ଅଧିକାରୀ କାମଚଳା କାର୍ଯ୍ୟ କରି ପୂର୍ବ ଅବସ୍ଥାରେ ରାସ୍ତାକୁ ଛାଡ଼ି ଦେଇଥିବା ଅଭିଯୋଗ ହେଉଛି। ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଜିଲାପାଳଙ୍କ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।ଏନେଇ ବିଭାଗ ତରଫରୁ କାର୍ଯ୍ୟ ସମ୍ପାଦନା କରୁଥିବା ତତ୍କାଳୀନ ରେମୁଣାର ବିଭାଗୀୟ ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ମିଶ୍ର କହିଛନ୍ତି, ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ବିଧିବଦ୍ଧ ଭାବେ ଏବଂ ଠିକ୍‌ ସମୟରେ ସମ୍ପନ୍ନ ହୋଇଛି। ବନ୍ୟା ଓ ବାତ୍ୟା ଯୋଗୁ ଉକ୍ତ ରାସ୍ତାର କେତେକ ସ୍ଥାନରେ ଖାଲଢ଼ିପ ସୃଷ୍ଟି ହୋଇଥିଲା। ଏଫ୍‌ଡିଆର୍‌ ଫଣ୍ଡସ୍‌ରୁ ଟଙ୍କା ମଞ୍ଜୁର କରାଯାଇ ମରାମତି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ହୋଇଥିବା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?