Posted inଜାତୀୟ

ପ୍ରବାସୀ ଶ୍ରମିକଙ୍କୁ ପୁଣିଥରେ କାମରେ ଯୋଗ ଦେବାକୁ କମ୍ପାନୀ ଦେଉଛି ବିଭିନ୍ନ ଅଫର୍‌

ନୂଆଦିଲ୍ଲୀ,୨୪।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦେଶରେ ହଠାତ୍‌ ଲକ୍‌ଡାଉନ ଜାରି କରାଯାଇଥିଲା। ଫଳରେ ଦେଶରେ ଥିବା ଅଧିକାଂଶ ଦୋକାନ, କଳକାରଖାନା, କମ୍ପାନୀ ବନ୍ଦ ହୋଇଯାଇଥିଲା। ଆଉ ଏଥିରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇଥିଲେ। କାରଣ ରୋଜଗାରର ମାଧ୍ୟମ ବନ୍ଦ ହୋଇଯିବା ପରେ ଏମାନଙ୍କ ପାଖରେ ଆଉ କୌଣସି ଉପାୟ ନ ଥିଲା। ତେବେ ଘରକୁ ଫେରିବା ସମୟରେ ଏମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ କିଏ ଚାଲି ଚାଲି ତ ପୁଣି କିଏ ସାଇକେଲରେ ମାଇଲ ମାଇଲ ବାଟ ଅତିକ୍ରମ କରି ଘରେ ପହଞ୍ଚିଥିଲେ। ଆଉ କେତେକ ପ୍ରବାସୀ ଶ୍ରମିକଙ୍କ ଜୀବନ ମଧ୍ୟ ଯାଇଥିଲା। ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବା ସହ କିଛି କିଛି କମ୍ପାନୀ କାମ ଆରମ୍ଭ କଲେଣି। ହେଲେ ଶ୍ରମିକ ଅଭାବରୁ ଏହା ସମ୍ପୂର୍ଣ୍ଣ ଭାବେ ଚାଲି ପାରୁ ନାହିଁ। ତେଣୁ ଏବେ କମ୍ପାନୀମାନେ ପୁଣିଥରେ ଶ୍ରମିକମାନଙ୍କୁ କାମରେ ଯୋଗ ଯେବାକୁ ଅନୁରୋଧ କରୁଥିବା ବେଳେ ଏମିତିକି ସେମାନଙ୍କୁ ଫେରାଇ ନେବାକୁ ଗାଁ ମୁଖିଆଙ୍କ ସହ କଥା ହେଉଥିବା କୁହାଯାଉଛି। ଅଧିକାଂଶ କମ୍ପାନୀ ଶ୍ରମିକମାନଙ୍କୁ ଫେରାଇ ନେବାକୁ ସେମାନଙ୍କ ଗସ୍ତ ଖର୍ଚ୍ଚ ବହନ କରିବା ସହ ସେମାନଙ୍କ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରାଉଥିବା ଜଣାପଡିଛି। ଏମିତିକି କିଛି ବଡ ବଡ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ମଧ୍ୟ ବିମାନ ଖର୍ଚ୍ଚ ବହନ କରି ଫେରାଇ ଆଣୁଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଠାକ୍‌ରେ-ଆମ୍ବେଡକରଙ୍କ ମେଣ୍ଟର କୌଣସି ପ୍ରଭାବ ପଡ଼ିବ ନାହିଁ: କେନ୍ଦ୍ର ମନ୍ତ୍ରୀ

ମୁମ୍ବାଇ,୨୪।୧:ମୁମ୍ବାଇ ସମେତ ମହାରାଷ୍ଟ୍ରର କେତେକ ସହରରେ ମହାନଗର ନିଗମ ଓ ପୌର ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ(ୟୁବିଟି) ପ୍ରକାଶ...

ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ ସରକାର କରନ୍ତୁ ସ୍ପଷ୍ଟ: ଅଖିଳେଶ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଏନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ...

ସତ୍ୟପାଲଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ସିବିଆଇ ଚଢାଉ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପୂର୍ବତନ ମିଡିଆ ପରାମର୍ଶଦାତା ସୁନକ ବାଲିଙ୍କ ଘରେ ସିବିଆଇ ଚଢାଉ କରିଛି। ସତ୍ୟପାଲଙ୍କ ଅଭିଯୋଗ ଉପରେ ପଞ୍ଜୀକୃତ...

ହାର୍ଟ ଆଟାକ୍‌ ଆଶଙ୍କା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ...

ରୀତିନୀତିରେ ବିବାହ କରିବେ ନଡ୍ଡାଙ୍କ ପୁଅ

ନୂଆଦିଲ୍ଲୀ,୨୫।୧: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପୁଅ ହରିଶଙ୍କର ବିବାହ ଅନୁଷ୍ଠିତ ହେବ। ବୁଧବାର ରାଜସ୍ଥାନର ଜୟପୁରର ରାଜମହଲ ପ୍ୟାଲେସ ହୋଟେଲରେ ବ୍ୟବସାୟୀ ରାମକାନ୍ତ...

ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ଆଇନକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୭।୯ : ବାଲ୍ୟ ବିବାହକୁ ଅମାନ୍ୟ ଘୋଷିତ କରୁଥିବା ହରିୟାଣାର ଏକ ଆଇନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁସାରେ...

ଓ୍ବାକଫ୍‌ ବୋର୍ଡର ବିନା ଅନୁମତିରେ ବିକି ହେଉନି ଜମି

ଚେନ୍ନାଇ, ୧୫।୯: ତାମିଲନାଡୁର ୨୦ଟି ଗ୍ରାମର ଜମି ମାଲିକ ଏବେ ଚିନ୍ତାରେ। ଓ୍ବାକଫ୍‌ ବୋର୍ଡର ବିନା ଅନୁମତିରେ ଗ୍ରାମର କୌଣସି ଜମି ମାଲିକ ନିଜ ସମ୍ପତ୍ତି...

ଦେଶରେ ଦୈନିକ ସଂକ୍ରମଣ ଉପରମୁହାଁ, ଆଜି ୩ ଲକ୍ଷ ୪୭ ହଜାର ୨୫୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୧।୧: କରୋନାର ତୃତୀୟ ଲହର ଦ୍ରୁତ ଗତିରେ ବଢିଚାଲିଛି। ଏବେ ଦୈନିକ ସଂକ୍ରମଣ ୩ଲକ୍ଷ ଉପରେ ରହୁଛି। ତେବେ ଗତ ୨୪ ଘଣ୍ଟାରେ ୩ ଲକ୍ଷ...

Advertisement
Archives

Model This Week