ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସଙ୍କ ନା’ରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର ଅଫିସ ,୨୪।୬- ଗଞ୍ଜାମ ଜିଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧି ତଥା ବଡବଜାର ଥାନା ଅନ୍ତର୍ଗତ ସିତାଢ଼ିମ୍ବିରା ସାହିର କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ( ଏନ୍‌ଏସ୍‌ଏ) ଲାଗିଛି। କୈଳାସଙ୍କ ନାମରେ ୨୦ ରୁ ଊର୍ଦ୍ଧ୍ୱ ହତ୍ୟା,ଡକାୟତି ଭଳି ସଙ୍ଗୀନ ମାମଲା ରହିଛି। ସେହିପରି ହତ୍ୟା ଭଳି ୩ ଟି ମାମଲାରେ ସେ ସଜା କାଟିଛନ୍ତି। କିଛିଦିନ ତଳେ ସୀତାଡିମ୍ବିରା ସାହିରେ ଏକ ବୋମାମାଡ ଘଟଣାରେ ଗିରଫ ହୋଇ ସେ ଜେଲ ଯାଇଛନ୍ତି । ଏଣୁ ପୋଲିସ ପକ୍ଷରୁ କୈଳାସଙ୍କ ବିରୋଧରେ ଏନ୍‌ଏସ୍‌ଏ ଲଗାଇବା ପାଇଁ ଜିଲାପାଳଙ୍କ ନିକଟରେ ଆବେଦନ କରାଯାଇଥିଲା। ବୁଧବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାହାକୁ ମଞ୍ଜୁର କରିଛନ୍ତି ବୋଲି ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ମଞ୍ଜୁରୀ ମିଳିବା ପରେ ପୋଲିସ ଏନେଇ ବ୍ରହ୍ମପୁର ମଣ୍ଡଳ କାରାଗାରର କାରାପାଳଙ୍କୁ ଚିଠି କରି ଜଣାଇଛନ୍ତି।

ସୂଚନାଯୋଗ୍ୟ, ୧୯୯୨ ମସିହାରୁ କୈଳାସ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲେ। ସେ ଏକାଧିକ ସଙ୍ଗୀନ ମାମଲାରେ ସମ୍ପୃକ୍ତ ଥିବା ବେଳେ ଗତ ମେ’ ମାସରେ ସୀତାଡିମ୍ବିରା ସାହିରେ ବୋମାମାଡ କରିବା ସହ ଆତଙ୍କରାଜ ଖେଳାଇଥିଲେ। ବଡବଜାର ପୋଲିସ ମାମଲା ୧୧୪/୨୦ ଅନୁସାରେ ଗତ ମେ’ ୨୦ ତାରିଖରେ କୈଳାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । କୈଳାସ ସେହିଦିନଠାରୁ ମଣ୍ଡଳକାରାଗାରରେ ରହିଥିବା ବେଳେ ଏବେ ତା ବିରୋଧରେ ଏନ୍‌ଏସ୍‌ଏ ଲାଗିଛି । ଯାହାଫଳରେ ସେ ଜେଲରୁ ମୁକୁଳିବା ଏବେ ସମ୍ଭବ ନୁହେଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮୧ କେନ୍ଦ୍ରରେ ପରୀକ୍ଷା ଦେବେ ୧୫ ହଜାର ଛାତ୍ରୀଛାତ୍ର

ଜଗତ୍‌ସିଂହପୁର ଅଫିସ୍‌,୫ା୨: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ରେ ଶେଷହେବ। ଏନେଇ ଜିଲା...

ଅକ୍ଷୟ ତୃତୀୟା,ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ ଅଫିସ,୧୩।୪: ଆସନ୍ତା ମେ’ ୩ରେ ଅନୁଷ୍ଠିତ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଭକ୍ତ। ଏବେ ସଂକ୍ରମଣ କମୁଥିବାରୁ...

ପିକ୍‌ନିକ୍‌ ସ୍ପଟ୍‌: ଦୁର୍ଗାପାଡ଼ୁ ଜଳପ୍ରପାତ

ପ୍ରକୃତିର କୋଳରେ ରହିଛି ରାୟଗଡ଼ା ଜିଲା। ନିଆରା କଳା, ସଂସ୍କୃତି, ଆଦିବାସୀ ପରମ୍ପରା ସହ ଏଠାରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ତଥା ପିକ୍‌ନିକ୍‌ ସ୍ପଟ୍‌।...

ତାମିଲନାଡୁରେ ଫସିଛନ୍ତି ୩୦ ଶ୍ରମିକ: ଫେରାଇ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କୃଷ୍ଣପ୍ରସାଦ,୧୭।୫(ଡି.ଏନ୍‌.ଏ.): କରୋନା ଲାଗି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ୩୦ଶ୍ରମିକ ତାମିଲନାଡୁରେ ଫସି ରହିଛନ୍ତି। ସେମାନଙ୍କ...

ଫୋନ କଲ କରି ଆକାଉଣ୍ଟରୁ ଟଙ୍କା ଠକେଇ

ବ୍ରହ୍ମପୁର ଅଫିସ,୧୩।୬: ସହରରେ ଏବେ ସାଇବର ଠକେଇ ବଢୁଛି। ଅନଲାଇନ, ବ୍ୟାଙ୍କ ଋଣ, ଜମି ବିକ୍ରି, ବିଦେଶୀ ଲିଙ୍କରେ ଚାକରି ନାଁରେ ଗୋଟିଏ ପରେ ଗୋଟିଏ ଠକେଇ...

ଡ୍ରାଇଭରଙ୍କୁ ଜଙ୍ଗଲରେ ବାନ୍ଧି ଟ୍ରକ୍‌ ଲୁଟ୍‌

କାମାକ୍ଷାନଗର/ଭୁବନ, ୨୨।୫(ଡି.ଏନ୍‌.ଏ.): ବୋଲେରୋ, ବାଇକ୍‌ରେ ଆସିଲେ। ରାସ୍ତାରେ ସୃଷ୍ଟି କଲେ ଆତଙ୍କରାଜ। କୋଇଲା ବୋଝେଇ ଟ୍ରକ୍‌କୁ ଅଟକାଇଲେ। ଡ୍ରାଇଭରଙ୍କୁ ଗାଡ଼ିରୁ ଟାଣି ନେଇ ଜଙ୍ଗଲରେ ବାନ୍ଧିଦେଲେ। ଆଉ...

ନାଲ୍‌କୋ କଲୋନିରେ ଜବରଦଖଲ

ବଅଁରପାଳ,୨୫ା୪(ଡି.ଏନ.ଏ.):  ନବରତ୍ନପ୍ରାପ୍ତ ଅନୁଗୋଳ ଜିଲା ନାଲ୍‌କୋ ପ୍ଲାଣ୍ଟର କାର୍ଯ୍ୟରତ କର୍ମଚାରୀମାନଙ୍କ ରହିବା ନିମନ୍ତେ ଟାଉନଶିପ୍‌ରେ ରହିଛି ନାଲ୍‌କୋ କଲୋନି। ଏଠାରେ ୫ ହଜାରରୁ ଅଧିକ କର୍ମଚାରୀ ରହୁଛନ୍ତି।...

ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍‌, ୨ଜଣଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କା...

Advertisement
Archives

Model This Week