ଚନ୍ଦ୍ରରେ ପ୍ରଥମେ ପାଦ ଥାପିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ଘର ବିକ୍ରି ହେବ

ୱାପାକୋନେଟା, ଓହିୟୋ, ୬ା୮ (ଏ.ପି.): ଚନ୍ଦ୍ରପୃଷ୍ଠରେ ପ୍ରଥମ ମାନବ ଭାବେ ପାଦ ଥାପି ଇତିହାସ ରଚିଥିବା ନୀଲ୍‌ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପିଲାଦିନର ସ୍ବପ୍ନ ଓ ଉଡ଼ାଣର ମୂଳଦୁଆ ପଡ଼ିଥିବା ଆମେରିକାର ଓହିୟୋସ୍ଥିତ ଦୁଇମହଲା ବାସଭବନଟି ଏବେ ବିକ୍ରି ହେବାକୁ ଯାଉଛି। ଗତ ପ୍ରାୟ ୪୦ ବର୍ଷ ଧରି ଏହି ଐତିହାସିକ ଘରଟିକୁ ଜଣେ ଅବସରପ୍ରାପ୍ତ ଇତିହାସ ଶିକ୍ଷୟିତ୍ରୀ ନିଜ ଅଧୀନରେ ରଖି ଏହାର ମୂଳ ସୌନ୍ଦର୍ଯ୍ୟ ଓ ସ୍ମୃତିକୁ ସଂରକ୍ଷିତ କରି ରଖିଥିଲେ।
ଓହିୟୋର ୱାପାକୋନେଟାସ୍ଥିତ ‘୬୦୧ ଡବ୍ଲ୍ୟୁ. ବେଣ୍ଟନ୍‌ ଷ୍ଟ୍ରିଟ୍‌’ର ଏହି ଘରଟି ଆର୍ମଷ୍ଟ୍ରଙ୍ଗ୍‌ଙ୍କ ଜୀବନର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଥିଲା। ୧୯୪୪ରେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ପରିବାର ଏହି ଘରକୁ କିଣିଥିଲେ। ଏହି ଘରର ଡାଇନିଂ ରୁମ୍‌ରେ ବସି ନୀଲ୍‌ କାଠ ଓ ଗୋନ୍ଦ ସାହାଯ୍ୟରେ ବିମାନ ମଡେଲ ତିଆରି କରୁଥିଲେ ଏବଂ ନିଜ ଶୋଇବା ଘରର ପଛ ଝରକା ଦେଇ ସେଗୁଡ଼ିକୁ ଉଡ଼ାଉଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମ କରି ଏକାକୀ ବିମାନ ଉଡ଼ାଇ ପାଇଲଟ ଲାଇସେନ୍ସ ପାଇଥିଲେ।
୧୯୮୮ ମସିହାରେ କାରେନ ମାଇକ୍ସେଲ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଏହି ଘରଟିକୁ କିଣିଥିଲେ। ଏହା ଆର୍ମଷ୍ଟ୍ରଙ୍ଗଙ୍କ ଘର ବୋଲି ଜାଣିବା ପରେ ସେ ଏହାର ପୁରାତନ ଶୈଳୀକୁ ଅକ୍ଷୁଣ୍ଣ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଗତ କିଛି ଦଶନ୍ଧି ମଧ୍ୟରେ ଏହି ଘରକୁ ୯ ଜଣ ମହାକାଶଚାରୀ ପରିଦର୍ଶନରେ ଆସିଛନ୍ତି। ୧୯୬୯ ମସିହାର ଆପୋଲୋ-୧୧ ମିଶନ୍‌ରେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ସହଯାତ୍ରୀ ଥିବା ବଜ୍‌ ଆଲ୍‌ଡ୍ରିିନ୍‌ ୨୦୧୨ରେ ଆର୍ମଷ୍ଟ୍ରଙ୍ଗ୍‌ଙ୍କ ଦେହାନ୍ତ ପରେ ଏହି ଘରର ଉପର ମହଲା ଶୋଇବା ଘରକୁ ଆସି ଭାବବିହ୍ବଳ ହୋଇପଡ଼ିଥିଲେ। ଏହି ଘରେ ରହିବା ସମୟରେ ମାଇକ୍ସେଲ୍‌ଙ୍କୁ ଉପହାର ସ୍ବରୂପ ଚନ୍ଦ୍ରର ଏକ ପଥରଖଣ୍ଡ ଏବଂ ଆପୋଲୋ-୧୧ କ୍ୟାପସୁଲ୍‌ର ସୁନା ଫଏଲ୍‌ର ଏକ ଅଂଶ ମଧ୍ୟ ମିଳିଛି।
ବର୍ତ୍ତମାନ ୮୨ ବର୍ଷୀୟା ମାଇକ୍ସେଲ୍‌ ଏହି ଐତିହାସିକ ଘରର ମୂଲ୍ୟ ୪,୩୦,୦୦୦ ଆମେରିକୀୟ ଡଲାର ରଖିଛନ୍ତି। ବୟସ ଅଧିକ ହେବା କାରଣରୁ ସେ ଏହି ଘରକୁ ବିକ୍ରି କରିବାକୁ ଚାହୁଁଛନ୍ତି। ସେ ଅନୁଭବ କରୁଛନ୍ତି ଯେ ଏହି ଐତିହାସିକ ସମ୍ପତ୍ତିର ଯତ୍ନ ନେବା ଦାୟିତ୍ୱ ଏବେ ଅନ୍ୟ କାହାକୁ ଦେବା ପାଇଁ ସମୟ ଆସିଯାଇଛି। ସ୍ଥାନୀୟ ‘ଆର୍ମଷ୍ଟ୍ରଙ୍ଗ୍‌ ଏୟାର ଆଣ୍ଡ୍‌ ସ୍ପେସ୍‌ ମ୍ୟୁଜିୟମ’ ନିକଟରେ ଏହାକୁ କିଣିବା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ନ ଥିବାରୁ, କୌଣସି କ୍ରେତା ଏହାକୁ କିଣି ମ୍ୟୁଜିୟମକୁ ଦାନ କରନ୍ତୁ କିମ୍ବା ଏହାର ଐତିହାସିକ ମହତ୍ତ୍ୱକୁ ବଜାୟ ରଖନ୍ତୁ ବୋଲି ସେ ଆଶା ପ୍ରକଟ କରିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri