Posted inଜାତୀୟ

ମମତାଙ୍କ ଚିଠିର ଉତ୍ତର ଦେଲା କେନ୍ଦ୍ର

ନୂଆଦିଲ୍ଲୀ,୩୧।୮: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ଅଡୁଆରେ ପଡିଛି। ବଳାତ୍କାର ଓ ହତ୍ୟା ଭଳି ଅପରାଧ ପାଇଁ କଠୋର ଆଇନ ଏବଂ ଦଣ୍ଡ ଦାବି କରି ମମତା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ସେ ଗୋଟିଏ ପରେ ଗୋଟିଏ କେନ୍ଦ୍ରକୁ ଲଗାତାର ଦୁଇଟି ଚିଠି ଲେଖିଥିଲେ। ଦ୍ୱିତୀୟ ଚିଠିରେ ମମତା ସମୟ ସୀମା ମଧ୍ୟରେ ବଳାତ୍କାର ଓ ହତ୍ୟା ମାମଲାର ସମାଧାନ ପାଇଁ ଦାବି କରିଥିଲେ। ତେବେ କେନ୍ଦ୍ର ତାଙ୍କ ଚିଠିର ଉତ୍ତର ଦେଇଛି।

ମମତାଙ୍କ ଚିଠିର ଉତ୍ତର କେନ୍ଦ୍ର ଦେଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଭୁଲ ବୋଲି କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ହିଂସା ତଥା ଅପରାଧର ମୁକାବିଲା ପାଇଁ ବିଦ୍ୟମାନ ଆଇନଗୁଡ଼ିକ କଠୋର ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆପଣଙ୍କ ରାଜ୍ୟରେ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (FTSC) ଏବଂ POCSO ର କାର୍ଯ୍ୟରେ‘ବିଳମ୍ବକୁ ଲୁଚାଇବା ’ଏହି ଚିଠିର ଉଦ୍ଦେଶ୍ୟ। ଦେବୀ କହିଛନ୍ତି ଯେ ବଳାତ୍କାର ଏବଂ ପୋକ୍ସୋ ମାମଲାର ମୁକାବିଲା ପାଇଁ ରାଜ୍ୟ ସରକାର ଅତିରିକ୍ତ ୧୧ ଟି ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (FTSCs) କାର୍ଯ୍ୟକାରୀ କରିନାହାଁନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ’କୋଲକାତା ହାଇକୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ କୋଲକାତାରେ ୮୮ଟି ଫାଷ୍ଟ ଟ୍ରାକ କୋର୍ଟ ଗଠନ କରାଯାଇଛି। କିନ୍ତୁ, ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଯୋଜନା କରାଯାଇଥିବା ଆଗାମୀ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (FTSC) ସହିତ ସମାନ ନୁହେଁ । ଉଭୟ ବଳାତ୍କାର ଏବଂ POCSO ମାମଲା ସହ ଜଡିତ ରାଜ୍ୟ କିମ୍ବା ମିଳିତ ଫାଷ୍ଟ ଟ୍ରାକ ସ୍ବତନ୍ତ୍ର କୋର୍ଟ (FTSC) ର ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର POCSO କୋର୍ଟ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲାଣି ବର୍ଷା, ଖୋଲିଲାନି ଧାନମଣ୍ଡି: ମୁଣ୍ଡ ଟେକିଛି ଆନ୍ଦୋଳନ

ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା…

ବିଧାୟକ ହାତପାଣ୍ଠିରେ ବଡ଼ ଗଡ଼ବଡ଼: ୪୭ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ ହୋଇନି ଟଙ୍କାଟିଏ

ଭୁବନେଶ୍ୱର,୨୦।୧୧ (ରବିନାରାୟଣ ଜେନା):ରାଜ୍ୟର ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅଙ୍ଗୀକାରବଦ୍ଧ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମ୍‌ଏଲ୍‌ଏ-ଲାଡ୍‌)ର…

ଆମେରିକା ମାଟିରେ ପୁଣି ‘ଭୋଟ୍‌ ଚୋରି’ ପ୍ରସଙ୍ଗ ଉଠାଇଲେ ରାହୁଲ, ବର୍ଷିଲା ଭାଜପା

ନୂଆଦିଲ୍ଲୀ/ଶିକାଗୋ,୨୦।୧୧(ପି.ଟି.): ଆମେରିକାର ଶିିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ ବୋଲି କହିବା…

କୋଟିଆରେ ସରପଞ୍ଚ ନିର୍ବାଚନ ତାରିଖ ବଦଳାଇଲା ଆନ୍ଧ୍ର: ୨୯ ବଦଳରେ ଡିସେମ୍ବର ୨ରେ ନିର୍ବାଚନ

ପଟ୍ଟାଙ୍ଗି,୨୦ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆ ପଞ୍ଚାୟତର ୩ ଗ୍ରାମରେ ହେବାକୁ ଥିବା ସରପଞ୍ଚ ଏବଂ ଓ୍ବାର୍ଡ ସଦସ୍ୟ ନିର୍ବାଚନ ତାରିଖକୁ ଆନ୍ଧ୍ର ପରିବର୍ତ୍ତନ…

ଭାରତ ବିପକ୍ଷରେ ଐତିହାସିକ କାରନାମା କଲେ ଫିଲ୍ମ:ବିଶ୍ୱର ପ୍ରଥମ ବ୍ୟାଟର ଭାବେ…

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଭାରତ ବିପକ୍ଷରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରି ନୂଆ ଇତିହାସ ରଚିଛନ୍ତି।…

ବାତ୍ୟା ଅକ୍ବାନ; ୨ ଦିନ ଓଡ଼ିଶାରେ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୨୦।୧୧: ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ଆରମ୍ଭ ହୋଇଛି । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିଛି । ତେବେ ଆସନ୍ତା ୨ ଦିନ…

ଏହା ତ କେବଳ ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ସିରାଜଙ୍କୁ ନେଇ ଭବିଷ୍ୟବାଣୀ କଲେ ଅଶ୍ୱିନ

ନୂଆଦିଲ୍ଲୀ,୨୦।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରୁ ଷ୍ଟାର୍‌ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦଳର…

ଜିନପିଙ୍ଗ୍‌ଙ୍କ ଭାଷଣ ବେଳେ ଶୋଇପଡିଲେ ଟ୍ରମ୍ପ! ସୋସିଆଲ ମିଡିଆରେ ଚର୍ଚ୍ଚା

ବେଜିଂ,୨୦।୧୧: ଚାଇନାର ଶେନଝେନ୍‌ରେ ଚାଲିଥିବା APEC ଶିଖର ସମ୍ମିଳନୀରେ ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ଭାଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?