ପ୍ରେମିକାଙ୍କୁ ବ୍ରିଜ୍‌ତଳକୁ ଠେଲି କ୍ବାରାଣ୍ଟାଇନରେ ପ୍ରେମିକ

ବରଗଡ଼ ଅଫିସ୍‌,୧।୮-ପ୍ରେମିକାଙ୍କୁ ବ୍ରିଜ୍‌ ତଳକୁ ଠେଲି ଦେଇ ଜଣେ ଯୁବକ ଏକ ଟିଏମ୍‌ସିରେ କ୍ବାରାଣ୍ଟାଇନରେ ରହିବା ଘଟଣା ଏବେ ବରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପକ୍ଷେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବତୀ ଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ, ବରଗଡ଼ ଜିଲା ଦେଓଗାଁ ନିକଟ ହାଲୁପାଲି ଗ୍ରାମର ଜଣେ ଯୁବକ ଛତିଶଗଡ଼ ଅଞ୍ଚଳର ନିଜ ପ୍ରେମିକାଙ୍କୁ ନେଇ ଅହମ୍ମଦାବାଦରେ ରହୁଥିଲେ। ଶୁକ୍ରବାର ସେମାନେ ହାଲୁପାଲିକୁ ଫେରୁଥିଲେ। ଫେରିବା ବାଟରେ ଯୁବକ ଜଣକ ଉକ୍ତ ଯୁବତୀଙ୍କୁ ବରଗଡ଼ ସହର ଉପକଣ୍ଠ ବରଡୋଲ-ଦେଓଗାଁ ରାସ୍ତାର ଗ୍ରୀସୁଲ ନଦୀ ବ୍ରିଜ୍‌ ଉପରୁ ତଳକୁ ଠେଲି ଦେଇଥିଲେ। ବ୍ରିଜ ତଳେ ଅର୍ଥାତ୍‌ ଗ୍ରୀସୁଲ ନଦୀରେ ଗୁରୁତର ଅବସ୍ଥାରେ ଯୁବତୀ ଜଣକ ପଡ଼ିଥିବା ଶନିବାର ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବରପାଇ ସ୍ବେଚ୍ଛାସେବୀ ବିକାଶ ଅଗ୍ରୱାଲ, ଶେଷଦେବ ପ୍ରଧାନ, ନିଲେଶ ପ୍ରଧାନ, ଜି. ରମେଶ ପ୍ରମୁଖ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ଯୁବତୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଯୁବତୀଙ୍କଠାରୁ ଏକ ଆଧାର କାର୍ଡ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନେଇ ଗୁଜବ: ୭ ତୁଳସୀପତ୍ର ଖାଇବାକୁ ପ୍ରଚାର

ପୁରୀ ଅଫିସ,୬।୩: କରୋନାକୁ ନେଇ ଆରମ୍ଭ ହୋଇଯାଇଛି ବିଭିନ୍ନ ପ୍ରକାର ଗୁଜବ। ଏହି ପ୍ରାଣଘାତୀ ଭାଇରସ୍‌ କବଳରୁ କିପରି ରକ୍ଷା ପାଇହେବ ସେଥିଲାଗି ସୋସିଆଲ ମିଡିଆରେ...

ପ୍ରତିବାଦ ରାଜନୀତି ଅଣ୍ଡାଫିଙ୍ଗା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟରେ ଏବେ ଶାସକ, ବିରୋଧୀ ପରସ୍ପରକୁ ଅଣ୍ଡାମାଡ଼ କରିବା ରାଜନୀତିରେ ମାତିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଦଳ ନିଜର ଆକ୍ରମଣ ଆଭିମୁଖ୍ୟକୁ...

୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ପୋଲିସ-ଆନ୍ଦୋଳନକାରୀ ଧସ୍ତାଧସ୍ତି, ୫୦ ଅଟକ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦେବା ଦାବିରେ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ପୋଲିସ ଓ ନବନିର୍ମାଣ...

ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଭୂପେନ୍ଦ୍ର ସିଂହ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭୂପେନ୍ଦ୍ର ସିଂହ ପୁନିଆ। ୨୦୦୮ ବ୍ୟାଚ...

ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର, ୮।୪(ବ୍ୟୁରୋ): ଭୁବନେଶ୍ୱର ସତ୍ୟନଗରକୁ ବୁଧବାର ବିଏମ୍‌ସି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ...

ଆଇସ୍‌କ୍ରିମ କାଠିରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା...

ନିର୍ବାଚନ ହାରୁଥିବା ଲୋକେ ଦଳ ଛାଡ଼ୁଛନ୍ତି: ତାରା

ଭୁବନେଶ୍ୱର,୬।୧୧(ବ୍ୟୁରୋ): ନବରଙ୍ଗପୁରର ପୂର୍ବତନ କଂଗ୍ରେସ ଏମ୍‌ପି ପ୍ରଦୀପ ମାଝି ଆଜି ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଦୀପ ଓ ତାଙ୍କ...

୫ ଜିଲାରେ ପ୍ରବଳ ବର୍ଷା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ବର,୨୭।୬: ରାଜ୍ୟର କିଛି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟର ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ...

Advertisement
Archives

Model This Week