ସୁନ୍ଦରଗଡ଼, ରାଜଗାଙ୍ଗପୁର ପୌରାଞ୍ଚଳରେ କଟକଣା ଜାରି

ସୁନ୍ଦରଗଡ଼,୧ା୮(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଉରକେଲା ମହାନଗର ନିଗମ ଅଞ୍ଚଳକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଏଥିସହିତ ଜିଲାର ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁର ପୌରାଞ୍ଚଳରେ ଅଗଷ୍ଟ ୧ରୁ ୧୫ ଯାଏ କଟକଣା ଜାରି କରାଯାଇଛି । ଜିଲାପାଳ ନିଖିଲ ପବନକଲ୍ୟାଣ ଏହି ଘୋଷଣା କରିଛନ୍ତି ା ନିର୍ଦ୍ଧାରିତ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ଦିନ ୨ଟା ଯାଏ ଅତ୍ୟାବଶକୀୟ ସାମଗ୍ରୀ ଯଥା ରାଶନ, ପରିବା, କ୍ଷୀର ଓ ଅଣ୍ଡା ଦୋକାନ ଖୋଲା ରହିବ । ଦିନ ୨ଟା ପରେ ସମସ୍ତ ଦୋକାନ, ବଜାର ବନ୍ଦ ରହିବ ା କୌଣସି ଜରୁରୀ କାମ ନ ଥିଲେ କେହି ପଦାକୁ ବାହାରି ଭିଡ ଜମାଇ ପାରିବେ ନାହିଁ। ହୋଟେଲ ଖୋଲା ରହିବ ହେଲେ ପାର୍ସଲ ନେବାର ବ୍ୟବସ୍ଥା ହେବ । ଏଥିସହିତ ଆମିଷ, ରାସ୍ତାକଡ ଦୋକାନ,ଠେଲା ପ୍ରତିଦିନ ସକାଳ ୬ରୁ ଦିନ ୨ଟାଯାଏ ଖୋଲା ରହିବ। ସମସ୍ତ ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ୍‌, ଔଷଧ ଦୋକାନ ,ଆମ୍ବୁଲାନ୍ସ ସେବା କଟକଣାମୁକ୍ତ ରହିଛି । ଜରୁରୀସେବା ପରିସରଭୁକ୍ତ ପୋଲିସ, ଅଗ୍ନିଶମ ବିଭାଗ, ଜିଲା ଓ ପୌରପ୍ରଶାସନ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ, ଟେଲିସେବା, ଜଳ ଯୋଗାଣ ,ଏଲପିଜି ଗ୍ୟାସ୍‌ ,ପରିମଳ ବିଭାଗ କର୍ମଚାରୀ, ପେଟ୍ରୋଲ ପମ୍ପ, ଗଣମାଧ୍ୟମ ପ୍ରତିନିଧି,ଖବରକାଗଜ ବିତରକଙ୍କୁ କଟକଣାମୁକ୍ତ ରଖାଯାଇଛି। ରାଜପଥରେ ମାଲ୍‌ ପରିବହନ ଚାଲୁ ରହିବ ବୋଲି ଜିଲାପାଳ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଷ୍ମାରେ ଭୟାବହ ସଡ଼କ ଦୁର୍ଘଟଣା: ଟ୍ରଲର ଚକା ତଳେ ଚାଲିଗଲା ମହିଳାଙ୍କ ସମେତ ୨ ଶିଶୁଙ୍କ ଜୀବନ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ରାଉରକେଲା-ସମ୍ବଲପୁର ବିଜୁ ଏକ୍ସପ୍ରେସ୍‌ୱେ’ର ସୁନ୍ଦରଗଡ଼ ଜିଲା ଭଷ୍ମା ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

୫ ମାସ ହେଲା ଅନ୍ତେବାସୀଙ୍କୁ ମିଳିନି ପ୍ରି-ମାଟ୍ରିକ୍ ସ୍କଲାରସିପ୍, ହଷ୍ଟେଲ ଚଳାଇବା ପାଇଁ ପରିଚାଳକ ବାର ଦୁଆର ଶୁଣ୍ଢି ପିଣ୍ଡା

କୁଆଁରମୁଣ୍ଡା,୧୯।୮(ମହେନ୍ଦ୍ର କୁମାର ସାହୁ): ଗଣଶିକ୍ଷା ବିଭାଗ ଅଧୀନ ରେଗୁଲାର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ଗତ ଜୁଲାଇ ମାସରେ ୪ ମାସର ପିଏମଏସ( Pre Matric Scholarship) ମିଳିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri