Posted inଖେଳ

ଜାତୀୟ ଚୟନକର୍ତ୍ତା ପଦ ପାଇଁ ଦରଖାସ୍ତ ଆହ୍ବାନ କଲା ବିସିସିଆଇ

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଜାତୀୟ ଚୟନକର୍ତ୍ତା ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆବେଦନ ପତ୍ର ଆହ୍ବାନ କରିଛି। ଜାତୀୟ ସିନିୟର ଚୟନ କମିଟିର ୩ଜଣ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି। ନଭେମ୍ବର ୧୫ ଅର୍ଥାତ ରବିବାରକୁ ଦରଖାସ୍ତ ପଠାଇବାର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୬୦ ରଖାଯାଇଛି। ପ୍ରାର୍ଥୀ ଅତିକମ୍‌ରେ ୩୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ନିହାତି ଜରୁରୀ ବୋଲି କୁହାଯାଇଛି। ତେବେ ପ୍ରାର୍ଥୀଙ୍କର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା (୭ ଟେଷ୍ଟ ଖେଳିଥିବେ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିବେ) ସମ୍ପର୍କରେ କିଛି କୁହାଯାଇନାହିଁ।
ଯେଉଁ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ସେମାନେ ହେଲେ ଦେବାଙ୍ଗ ଗାନ୍ଧୀ (ପୂର୍ବାଞ୍ଚଳ), ସରନଦୀପ ସିଂ (ଉତ୍ତରାଞ୍ଚଳ) ଓ ଯତୀନ ପରନଜାପେ (ପଶ୍ଚିମାଞ୍ଚଳ)। ଜୋନାଲ ପିଲିସିକୁ ବିସିସିଆଇ ଉଚ୍ଛେଦ କରିଛି। ଗତଥର ଏମ୍‌ଏସ୍‌କେ ପ୍ରସାଦଙ୍କ ବଦଳରେ ସମାନ ଜୋନ ସୁନୀଲ ଜୋଶୀଙ୍କୁ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଥିଲା। ସେହିପରି ରେଲଓ୍ବେର ହରବିନ୍ଦର ସିଂଙ୍କ ବଦଳରେ ରାଜସ୍ଥାନର ଗଗନ ଖୋଡା ଗତ ଫେବୃୟାରୀରେ ସେଣ୍ଟ୍ରାଲ ଜୋନ୍‌ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଥିଲେ। ଗତ ପର୍ଯ୍ୟାୟରେ ମୁମ୍ବାଇର ଅଜିତ ଅଗରକର ଓ ଦିଲ୍ଲୀର ମନିନ୍ଦର ସିଂ ଆବେଦନ ପତ୍ର ଦାଖଲ କରିଥିଲେ। ଏମାନଙ୍କ ଦରଖାସ୍ତର ମାନ୍ୟତା ଏଥର ବଜାୟ ରହିବ ବୋଲି ଆଶା କରାଯାଉଛି।
ଜାତୀୟ ଚୟନକମିଟିର ଅଧ୍ୟକ୍ଷ ସର୍ବାଧିକ ସଂଖ୍ୟାରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିବା ଆବଶ୍ୟକ। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୁନୀଲ ଜୋଷୀ ଆଗରେ ରହିବେ। ଜୋଷୀ ୧୫ ଟେଷ୍ଟ ଓ ୬୯ ଦିନିକିଆ ଖେଳିଛନ୍ତି। କିନ୍ତୁ ଯଦି କେହି ଜୋଷୀଙ୍କଠାରୁ ଅଧିକ ମ୍ୟାଚ୍‌ ଖେଳିଥିବେ ତା’ହେଲେ ମଦନ ଲାଲଙ୍କ ନେତୃତ୍ୱରେ କ୍ରିକେଟ ଉପଦେଷ୍ଟା କମିଟି ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଚୟନ କରିବେ। ସିନିୟର ଚୟନ କମିଟି ଭାରତ, ଭାରତ ଏ, ଦୁଲୀପ ଟ୍ରଫି, ଦେଓଧର ଟ୍ରଫି, ଚ୍ୟାଲେଞ୍ଜର ଟ୍ରଫି ଦଳ ଓ ଅବଶିଷ୍ଟ ଭାରତ (ଇରାନୀ ଟ୍ରଫି) ପାଇଁ କୋଚ ଚୟନ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି ସ୍ବଚ୍ଛତାର ସହ ଚୟନ କମିଟି ଦଳ ଚୟନ କରିବା ପାଇଁ ପ୍ରୟାସ କରିବା। କେବଳ ସେତିକି ନୁହେଁ ଜାତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେନ୍ଥ ବୃଦ୍ଧିପାଇଁ ମଧ୍ୟ ଚୟନ କମିଟିର ଗୁରୁ ଦାୟିତ୍ୱ ରହିଛି। ଏଥିପାଇଁ କମିଟି ଯୋଜନା ଓ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଚୟନକର୍ତ୍ତାମାନେ ଟିମ୍‌ ମିଟିଂରେ ଯୋଗ ଦେବା ସହ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖିବା ପାଇଁ ପର୍ଯ୍ୟାପ୍ତ ଭ୍ରମଣ କରିବାର ଆବଶ୍ୟକତା ରହିଛି। ନୋଟିଫିକେଶନ ଅନୁସାରେ ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡକରା ପାଇବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri