Posted inଖେଳ

ଜାତୀୟ ଚୟନକର୍ତ୍ତା ପଦ ପାଇଁ ଦରଖାସ୍ତ ଆହ୍ବାନ କଲା ବିସିସିଆଇ

ନୂଆଦିଲ୍ଲୀ,୧୧।୧୧(ପି.ଟି.): ଜାତୀୟ ଚୟନକର୍ତ୍ତା ପଦ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆବେଦନ ପତ୍ର ଆହ୍ବାନ କରିଛି। ଜାତୀୟ ସିନିୟର ଚୟନ କମିଟିର ୩ଜଣ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଛି। ନଭେମ୍ବର ୧୫ ଅର୍ଥାତ ରବିବାରକୁ ଦରଖାସ୍ତ ପଠାଇବାର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସସୀମା ୬୦ ରଖାଯାଇଛି। ପ୍ରାର୍ଥୀ ଅତିକମ୍‌ରେ ୩୦ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିବା ନିହାତି ଜରୁରୀ ବୋଲି କୁହାଯାଇଛି। ତେବେ ପ୍ରାର୍ଥୀଙ୍କର ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା (୭ ଟେଷ୍ଟ ଖେଳିଥିବେ କିମ୍ବା ୧୦ ଦିନିକିଆ ଓ ୨୦ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିବେ) ସମ୍ପର୍କରେ କିଛି କୁହାଯାଇନାହିଁ।
ଯେଉଁ ଚୟନକର୍ତ୍ତାଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି ସେମାନେ ହେଲେ ଦେବାଙ୍ଗ ଗାନ୍ଧୀ (ପୂର୍ବାଞ୍ଚଳ), ସରନଦୀପ ସିଂ (ଉତ୍ତରାଞ୍ଚଳ) ଓ ଯତୀନ ପରନଜାପେ (ପଶ୍ଚିମାଞ୍ଚଳ)। ଜୋନାଲ ପିଲିସିକୁ ବିସିସିଆଇ ଉଚ୍ଛେଦ କରିଛି। ଗତଥର ଏମ୍‌ଏସ୍‌କେ ପ୍ରସାଦଙ୍କ ବଦଳରେ ସମାନ ଜୋନ ସୁନୀଲ ଜୋଶୀଙ୍କୁ ମୁଖ୍ୟ ଚୟନକର୍ତ୍ତା ନିଯୁକ୍ତ କରାଯାଇଥିଲା। ସେହିପରି ରେଲଓ୍ବେର ହରବିନ୍ଦର ସିଂଙ୍କ ବଦଳରେ ରାଜସ୍ଥାନର ଗଗନ ଖୋଡା ଗତ ଫେବୃୟାରୀରେ ସେଣ୍ଟ୍ରାଲ ଜୋନ୍‌ ଚୟନକର୍ତ୍ତାଭାବେ ନିଯୁକ୍ତ ହୋଇଥିଲେ। ଗତ ପର୍ଯ୍ୟାୟରେ ମୁମ୍ବାଇର ଅଜିତ ଅଗରକର ଓ ଦିଲ୍ଲୀର ମନିନ୍ଦର ସିଂ ଆବେଦନ ପତ୍ର ଦାଖଲ କରିଥିଲେ। ଏମାନଙ୍କ ଦରଖାସ୍ତର ମାନ୍ୟତା ଏଥର ବଜାୟ ରହିବ ବୋଲି ଆଶା କରାଯାଉଛି।
ଜାତୀୟ ଚୟନକମିଟିର ଅଧ୍ୟକ୍ଷ ସର୍ବାଧିକ ସଂଖ୍ୟାରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିବା ଆବଶ୍ୟକ। ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସୁନୀଲ ଜୋଷୀ ଆଗରେ ରହିବେ। ଜୋଷୀ ୧୫ ଟେଷ୍ଟ ଓ ୬୯ ଦିନିକିଆ ଖେଳିଛନ୍ତି। କିନ୍ତୁ ଯଦି କେହି ଜୋଷୀଙ୍କଠାରୁ ଅଧିକ ମ୍ୟାଚ୍‌ ଖେଳିଥିବେ ତା’ହେଲେ ମଦନ ଲାଲଙ୍କ ନେତୃତ୍ୱରେ କ୍ରିକେଟ ଉପଦେଷ୍ଟା କମିଟି ତାଙ୍କୁ ମୁଖ୍ୟ ଚୟନକର୍ତ୍ତା ଭାବେ ଚୟନ କରିବେ। ସିନିୟର ଚୟନ କମିଟି ଭାରତ, ଭାରତ ଏ, ଦୁଲୀପ ଟ୍ରଫି, ଦେଓଧର ଟ୍ରଫି, ଚ୍ୟାଲେଞ୍ଜର ଟ୍ରଫି ଦଳ ଓ ଅବଶିଷ୍ଟ ଭାରତ (ଇରାନୀ ଟ୍ରଫି) ପାଇଁ କୋଚ ଚୟନ କରିଥାନ୍ତି। ସବୁଠୁ ବଡ଼ କଥା ହେଉଛି ସ୍ବଚ୍ଛତାର ସହ ଚୟନ କମିଟି ଦଳ ଚୟନ କରିବା ପାଇଁ ପ୍ରୟାସ କରିବା। କେବଳ ସେତିକି ନୁହେଁ ଜାତୀୟ ଦଳର ବେଞ୍ଚ୍‌ ଷ୍ଟ୍ରେନ୍ଥ ବୃଦ୍ଧିପାଇଁ ମଧ୍ୟ ଚୟନ କମିଟିର ଗୁରୁ ଦାୟିତ୍ୱ ରହିଛି। ଏଥିପାଇଁ କମିଟି ଯୋଜନା ଓ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି। ଚୟନକର୍ତ୍ତାମାନେ ଟିମ୍‌ ମିଟିଂରେ ଯୋଗ ଦେବା ସହ ବିଭିନ୍ନ ଘରୋଇ ଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଦେଖିବା ପାଇଁ ପର୍ଯ୍ୟାପ୍ତ ଭ୍ରମଣ କରିବାର ଆବଶ୍ୟକତା ରହିଛି। ନୋଟିଫିକେଶନ ଅନୁସାରେ ପ୍ରାର୍ଥୀମାନେ ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଡକରା ପାଇବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI Payment: ଭୁଲ ନମ୍ୱରକୁ କରିଦେଇଛନ୍ତି କି ପେମେଣ୍ଟ? ଜାଣନ୍ତୁ କେମିତି ଫେରି ପାଇବେ ଆପଣଙ୍କ ଟଙ୍କା, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା…

୭ରୁ ୧୩ ସେପ୍ଟେମ୍ୱର ଯାଏ ଏହି ୪ରାଶିଙ୍କୁ ମିଳିବ ବଡ଼ ଲାଭ; ହୁ ହୁ ହୋଇ ବଢିବ ଇନକମ୍‌, ଘରକୁ ଆସିବ ଖୁସି ଖବର

ସେପ୍ଟେମ୍ୱର ମାସର ଦ୍ୱିତୀୟ ସପ୍ତାହ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଏବଂ ସଫଳତାର ଉପହାର ନେଇ ଆସିଛି। ଏହି ସମୟ ମଧ୍ୟରେ ମନମୁତାବକ ଲାଭ ମିଳିବା…

ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମୋଦିଙ୍କ ନଜର, କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୬ା୯: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

ପାଳନ ହେବ ଘୁମୁସର ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ…

ଭଞ୍ଜନଗର,୬ା୯(ବାବୁଲା ପ୍ରଧାନ): ଘୁମୁସର ବିକାଶ ପରିଷଦର ଏକ ବୈଠକ ଭଞ୍ଜନଗରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ କର୍ମକର୍ତ୍ତା ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଘୁମୁସର…

TVK ନେତାଙ୍କୁ ବୀଭତ୍ସ ହତ୍ୟା, କାର୍ଯ୍ୟାଳୟକୁ ଯାଉଥିବା ବେଳେ ହାଣିଦେଲେ

ଚେନ୍ନାଇ,୬।୯: ତାମିଲନାଡୁର ଚେନ୍ନାଇରେ ଜଣେ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ କନ୍ନନ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କନ୍ନନ ନିକଟରେ ଶାସକ…

ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ହେଲେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ:  ଚାରିଆଡୁ ଛୁଟୁଛି ଶୁଭେତ୍ସାର ସୁଅ 

ଦିଗପହଣ୍ଡି,୬|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ଜଣାପଡିଛି।…

ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ…

ବଲାଙ୍ଗୀର,୬ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ରବିବାର ହାଇକୋର୍ଟ ଜ୍ୟୋତିଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଲାଙ୍ଗୀରଠାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri