ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି। ମା’ବାପାଙ୍କ ଆମତ୍ାହୁତି ଧମକ ‘ଧରିତ୍ରୀ’ ଶିରୋନାମାରେ ଶୁକ୍ରବାର ପ୍ରକାଶ ପାଇବା ପରେ ପ୍ରଶାସନ ବାଧ୍ୟହୋଇ ନବଜାତ ଶିଶୁକୁ ମା’ବାପାଙ୍କୁ ହସ୍ତାନ୍ତର କରିଛି। ଜିଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି), ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ନୟାଗଡ଼ ଟାଉନ ଥାନା ପୋଲିସ ସହାୟତା କରିଥିଲା। ନୟାଗଡ଼ ଟାଉନ ଥାନା ପୋଲିସ ଇଟାମାଟି ଥାନାର ନୋତ୍ତର ଗଁାକୁ ଯାଇ ରବୀନ୍ଦ୍ର ସ୍ବାଇଁ ଓ ସ୍ତ୍ରୀ ଜଲିଙ୍କୁ ପୋଲିସ ଭ୍ୟାନ୍‌ରେ ନୟାଗଡ଼ ଆଣିଥିଲା। ଶିଶୁପୁତ୍ରକୁ ପ୍ରଶାସନ ହସ୍ତାନ୍ତର କରିବା ପରେ ପୁଣି ଘରକୁ ନେଇ ଛାଡିଥିଲା।
ଜାନୁୟାରୀ ୨୮ରେ ନୋତ୍ତର ଗଁାର ଜଲି ସ୍ବାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ହେଲେ ଆଶା, ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଲେବରରୁମ୍‌ର ୱାର୍ଡ ଇନ୍‌ଚାର୍ଜ ଓ ୱାର୍ଡ ଆଟେଣ୍ଡାଣ୍ଟ ପ୍ରମୁଖ ମଲାଝିଅ ଜନ୍ମ ହୋଇଛି କହି ପୁଅକୁ ଗାଏବ କରି ବିକ୍ରିକରି ଦେଇଥିଲେ। ତେବେ ଶିଶୁପୁତ୍ର ବିକ୍ରି ନେଇ ମା’ବାପା ଫେବୃୟାରୀ ୨ରେ ଅଭିଯୋଗ କରିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ନୟାଗଡ ଟାଉନ ଥାନା ପୋଲିସ ମାମଲା ରୁଜୁ ନ କରି ୩ ତାରିଖରେ ଶିଶୁପୁତ୍ରକୁ ଭୁବନେଶ୍ୱରରୁ ଉଦ୍ଧାର କରିଥିଲା। ଶିଶୁପୁତ୍ର ଉଦ୍ଧାର ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ସିଡବ୍ଲୁସିରେ ହାଜର କରାଇଥିଲା। ସିଡବ୍ଲୁସିର ନିର୍ଦ୍ଦେଶ ଅନୁସାରେ, ଶିଶୁଟି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ହେପାଜତରେ ଥିଲା। ହେଲେ ମା’ବାପାଙ୍କୁ ଶିଶୁପୁତ୍ର ଦିଆଯାଇ ନ ଥିଲା। ଏପରି କି ଦେଖାକରିବାର ସୁଯୋଗ ଦେଇ ନ ଥିଲେ। ଶିଶୁପୁତ୍ରକୁ ହସ୍ତାନ୍ତର କରା ନ ଯିବାରୁ ମା’ବାପା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ। ଏ ନେଇ ରବୀନ୍ଦ୍ର ଓ ଜଲି କୁହନ୍ତି, ପିଲାକୁ ପାଇ ଆମ୍ଭେ ବହୁତ ଖୁସି। ଆମ୍ଭ ପୁଅକୁ ଆମକୁ ଦେବାକୁ ପ୍ରଶାସନ ହଇରାଣ କରୁଥିଲା। ଧରିତ୍ରୀରେ ଖବର ପ୍ରକାଶନ ପରେ ପ୍ରଶାସନ ଯାହାହେଉ ଆମ୍ଭ ଶିଶୁକୁ ଶୀଘ୍ର ଫେରାଇଦେଲା ବୋଲି କହି ଧନ୍ୟବାଦ ଦେଇଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଉପେନ୍ଦ୍ରନାଥ ବଡ଼ଜେନା କୁହନ୍ତି, ଜିଲାପାଳ ଓ ସିଡବ୍ଲୁସିଙ୍କ ନିର୍ଦ୍ଦେଶ ଅନୁସାରେ ଶିଶୁପୁତ୍ରକୁ ମା’ବାପାଙ୍କୁ ହସ୍ତାନ୍ତର କରାଯାଇଛି। ମା’ବାପାଙ୍କ ପାଖକୁ ଶିଶୁକୁ ହସ୍ତାନ୍ତର କରି ପ୍ରଶାସନ ତା’ର ଦାୟିତ୍ୱ ଶେଷ କରିଛି ବୋଲି କହିଛନ୍ତି।
ଆଶା, ଆଟେଣ୍ଡାଣ୍ଟ, ନର୍ସ ବହିଷ୍କୃତ, ନିଲମ୍ବନ
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଲେବର ରୁମ୍‌ର ନର୍ସ ତଥା ୱାର୍ଡ ଇନ୍‌ଚାର୍ଜ ନୟାଗଡ଼ ଟାଉନ ଥାନା ଚଣ୍ଡିବସ୍ତ ଗଁାର କମଳା ଦେଈ(୫୨) ନିଲମ୍ବନ ହୋଇଛନ୍ତି। ସେହିପରି ଜିଲା ମୁଖ୍ୟ ଚିକିସତ୍ାଳୟ ଲେବର ରୁମ୍‌ର ୱାର୍ଡ ଆଟେଣ୍ଡାଣ୍ଟ ଓଡ଼ଗଁା ଆଦର୍ଶ ଥାନା ଦଲକସାହିର ପୁଷ୍ପାଞ୍ଜଳି ପଣ୍ଡା(୪୨) ଓ ଆଶାକର୍ମୀ ଇଟାମାଟି ଥାନା ନୋତର ଗଁାର ଭାନୁମତି ନାୟକ (୪୬) ବହିଷ୍କୃତ ହୋଇଛନ୍ତି। ପ୍ରକାଶ ଯେ, ଜାନୁୟାରୀ ୨୮ରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ବିକ୍ରି ଘଟଣାରେ ଏହି ୩ ମହିଳା ୮ ତାରିଖରେ ଜେଲ ଯାଇଥିଲେ। ଜେଲରେ ୪୮ ଘଣ୍ଟା ରହିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ନର୍ସ କମଳା ଦେଈଙ୍କୁ ମୁଁ ଗୁରୁବାର ନିଲମ୍ବନ କରିଥିଲି। ଶୁକ୍ରବାର ବଡ଼ପଣ୍ଡୁସର ମେଡିକାଲ ଅଫିସର ଆଶାକର୍ମୀ ଭାନୁମତି ନାୟକ ଓ ୱାର୍ଡ ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଜିଲାପାଳଙ୍କ ସୁପାରିସ୍‌ରେ ଶୁକ୍ରବାର ବହିଷ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ଆଉ ଜଣେ IPS ଦେଲେ ଇସ୍ତଫା, ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୧୧।୭: ଭୁବନେଶ୍ୱର DCP ଜଗମୋହନ ମୀନାଙ୍କ ସ୍ବେଚ୍ଛାକୃତ ଅବସର ଚର୍ଚ୍ଚା ଥମିନଥିବା ବେଳେ ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri