ମା’ବାପା କୋଳକୁ ଫେରିଲା ଶିଶୁପୁତ୍ର

ନୟାଗଡ଼ ଅଫିସ,୧୨ା୨: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ବିକ୍ରି ହୋଇଥିବା ନବଜାତ ଶିଶୁପୁତ୍ର ଉଦ୍ଧାର ହେବାର ୧୪ ଦିନ ପରେ ମା’ବାପାଙ୍କ କୋଳକୁ ଶୁକ୍ରବାର ଫେରିଛି। ମା’ବାପାଙ୍କ ଆମତ୍ାହୁତି ଧମକ ‘ଧରିତ୍ରୀ’ ଶିରୋନାମାରେ ଶୁକ୍ରବାର ପ୍ରକାଶ ପାଇବା ପରେ ପ୍ରଶାସନ ବାଧ୍ୟହୋଇ ନବଜାତ ଶିଶୁକୁ ମା’ବାପାଙ୍କୁ ହସ୍ତାନ୍ତର କରିଛି। ଜିଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଜିଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲୁସି), ଜିଲା ଶିଶୁ ସୁରକ୍ଷା ୟୁନିଟ୍‌, ନୟାଗଡ଼ ଟାଉନ ଥାନା ପୋଲିସ ସହାୟତା କରିଥିଲା। ନୟାଗଡ଼ ଟାଉନ ଥାନା ପୋଲିସ ଇଟାମାଟି ଥାନାର ନୋତ୍ତର ଗଁାକୁ ଯାଇ ରବୀନ୍ଦ୍ର ସ୍ବାଇଁ ଓ ସ୍ତ୍ରୀ ଜଲିଙ୍କୁ ପୋଲିସ ଭ୍ୟାନ୍‌ରେ ନୟାଗଡ଼ ଆଣିଥିଲା। ଶିଶୁପୁତ୍ରକୁ ପ୍ରଶାସନ ହସ୍ତାନ୍ତର କରିବା ପରେ ପୁଣି ଘରକୁ ନେଇ ଛାଡିଥିଲା।
ଜାନୁୟାରୀ ୨୮ରେ ନୋତ୍ତର ଗଁାର ଜଲି ସ୍ବାଇଁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ହେଲେ ଆଶା, ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଲେବରରୁମ୍‌ର ୱାର୍ଡ ଇନ୍‌ଚାର୍ଜ ଓ ୱାର୍ଡ ଆଟେଣ୍ଡାଣ୍ଟ ପ୍ରମୁଖ ମଲାଝିଅ ଜନ୍ମ ହୋଇଛି କହି ପୁଅକୁ ଗାଏବ କରି ବିକ୍ରିକରି ଦେଇଥିଲେ। ତେବେ ଶିଶୁପୁତ୍ର ବିକ୍ରି ନେଇ ମା’ବାପା ଫେବୃୟାରୀ ୨ରେ ଅଭିଯୋଗ କରିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ନୟାଗଡ ଟାଉନ ଥାନା ପୋଲିସ ମାମଲା ରୁଜୁ ନ କରି ୩ ତାରିଖରେ ଶିଶୁପୁତ୍ରକୁ ଭୁବନେଶ୍ୱରରୁ ଉଦ୍ଧାର କରିଥିଲା। ଶିଶୁପୁତ୍ର ଉଦ୍ଧାର ପରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ସିଡବ୍ଲୁସିରେ ହାଜର କରାଇଥିଲା। ସିଡବ୍ଲୁସିର ନିର୍ଦ୍ଦେଶ ଅନୁସାରେ, ଶିଶୁଟି ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ହେପାଜତରେ ଥିଲା। ହେଲେ ମା’ବାପାଙ୍କୁ ଶିଶୁପୁତ୍ର ଦିଆଯାଇ ନ ଥିଲା। ଏପରି କି ଦେଖାକରିବାର ସୁଯୋଗ ଦେଇ ନ ଥିଲେ। ଶିଶୁପୁତ୍ରକୁ ହସ୍ତାନ୍ତର କରା ନ ଯିବାରୁ ମା’ବାପା ଜିଲାପାଳଙ୍କ ଅଫିସ ସମ୍ମୁଖରେ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଥିଲେ। ଏ ନେଇ ରବୀନ୍ଦ୍ର ଓ ଜଲି କୁହନ୍ତି, ପିଲାକୁ ପାଇ ଆମ୍ଭେ ବହୁତ ଖୁସି। ଆମ୍ଭ ପୁଅକୁ ଆମକୁ ଦେବାକୁ ପ୍ରଶାସନ ହଇରାଣ କରୁଥିଲା। ଧରିତ୍ରୀରେ ଖବର ପ୍ରକାଶନ ପରେ ପ୍ରଶାସନ ଯାହାହେଉ ଆମ୍ଭ ଶିଶୁକୁ ଶୀଘ୍ର ଫେରାଇଦେଲା ବୋଲି କହି ଧନ୍ୟବାଦ ଦେଇଛନ୍ତି। ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ଅଧିକାରୀ ଉପେନ୍ଦ୍ରନାଥ ବଡ଼ଜେନା କୁହନ୍ତି, ଜିଲାପାଳ ଓ ସିଡବ୍ଲୁସିଙ୍କ ନିର୍ଦ୍ଦେଶ ଅନୁସାରେ ଶିଶୁପୁତ୍ରକୁ ମା’ବାପାଙ୍କୁ ହସ୍ତାନ୍ତର କରାଯାଇଛି। ମା’ବାପାଙ୍କ ପାଖକୁ ଶିଶୁକୁ ହସ୍ତାନ୍ତର କରି ପ୍ରଶାସନ ତା’ର ଦାୟିତ୍ୱ ଶେଷ କରିଛି ବୋଲି କହିଛନ୍ତି।
ଆଶା, ଆଟେଣ୍ଡାଣ୍ଟ, ନର୍ସ ବହିଷ୍କୃତ, ନିଲମ୍ବନ
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଲେବର ରୁମ୍‌ର ନର୍ସ ତଥା ୱାର୍ଡ ଇନ୍‌ଚାର୍ଜ ନୟାଗଡ଼ ଟାଉନ ଥାନା ଚଣ୍ଡିବସ୍ତ ଗଁାର କମଳା ଦେଈ(୫୨) ନିଲମ୍ବନ ହୋଇଛନ୍ତି। ସେହିପରି ଜିଲା ମୁଖ୍ୟ ଚିକିସତ୍ାଳୟ ଲେବର ରୁମ୍‌ର ୱାର୍ଡ ଆଟେଣ୍ଡାଣ୍ଟ ଓଡ଼ଗଁା ଆଦର୍ଶ ଥାନା ଦଲକସାହିର ପୁଷ୍ପାଞ୍ଜଳି ପଣ୍ଡା(୪୨) ଓ ଆଶାକର୍ମୀ ଇଟାମାଟି ଥାନା ନୋତର ଗଁାର ଭାନୁମତି ନାୟକ (୪୬) ବହିଷ୍କୃତ ହୋଇଛନ୍ତି। ପ୍ରକାଶ ଯେ, ଜାନୁୟାରୀ ୨୮ରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁପୁତ୍ର ବିକ୍ରି ଘଟଣାରେ ଏହି ୩ ମହିଳା ୮ ତାରିଖରେ ଜେଲ ଯାଇଥିଲେ। ଜେଲରେ ୪୮ ଘଣ୍ଟା ରହିବା ପରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହୋଇଛି। ଏ ନେଇ ସିଡିଏମ୍‌ଓ ମକରନ୍ଦ ବେଉରା କୁହନ୍ତି, ନର୍ସ କମଳା ଦେଈଙ୍କୁ ମୁଁ ଗୁରୁବାର ନିଲମ୍ବନ କରିଥିଲି। ଶୁକ୍ରବାର ବଡ଼ପଣ୍ଡୁସର ମେଡିକାଲ ଅଫିସର ଆଶାକର୍ମୀ ଭାନୁମତି ନାୟକ ଓ ୱାର୍ଡ ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡାଙ୍କୁ ଜିଲାପାଳଙ୍କ ସୁପାରିସ୍‌ରେ ଶୁକ୍ରବାର ବହିଷ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri