ଆଜି ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଭାଜପା ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉଭୟ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଥିଲେ। ଏହି ପ୍ରସଙ୍ଗ ଭିତରେ ଏବେ ବିଜେବି କଲେଜର ଯୁକ୍ତ ୩ କଳା ବିଭାଗର ଛାତ୍ରୀ ରୁଚିକା ମହାନ୍ତିଙ୍କ ର଼୍ୟାଗିଂ ଅଭିଯୋଗ ଆଣି ଆତ୍ମହତ୍ୟା ଘଟଣା ଯୋଡ଼ି ହୋଇଯାଇଛି। ଏହି ଘଟଣାକୁ ନେଇ ବିଧାନସଭାରେ ଭାଜପା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ସଙ୍ଗେସଙ୍ଗେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ଚେତାବନୀ ଦେଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବୋଲି କହିଥିବା ବେଳେ ଗତ କିଛିଦିନ ହେବ ସରକାରଙ୍କ ବିରୋଧରେ ଭାଜପାର ରାଜନୈତିକ ଆଭିମୁଖ୍ୟ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି। ମୁଖ୍ୟତଃ ଭାଜପା ଏବଂ ବିଜେଡି ମଧ୍ୟରେ ଏକ ଭିତିରି ବୁଝାମଣା ସରିଥିବା କାରଣରୁ ଅନେକ ଦିନ ହେବ ସରକାର ବିରୋଧୀ ଆଭିମୁଖ୍ୟ ପୋଷଣ କରି ଭାଜପା ରାସ୍ତାକୁ ଓହ୍ଲାଉ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ସେପଟେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଭାଜପା ବିଧାୟକ ମୋହନ ଚରଣ ମାଝି କହିଛନ୍ତି, ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ବିଧାନସଭାରେ ଉଠାଯିବ। ଭାଜପା ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ଆକ୍ରମଣାତ୍ମକ ରଖିବ। ଏହି ଘଟଣାକୁ ସେମାନେ ନିନ୍ଦା କରୁଛନ୍ତି। ବାରମ୍ବାର ରାଜ୍ୟରେ ଏଭଳି ଘଟଣା ଘଟୁଛି। ହେଲେ ସରକାର ଏହା ବିରୋଧରେ କୌଣସି ଠୋସ୍‌ ପଦକ୍ଷେପ ନେବାରେ ବିଫଳ ହେଉଛନ୍ତି। ସ୍କୁଲ, କଲେଜ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ଦେବାରେ ସରକାର ଫେଲ୍‌ ମାରିଛନ୍ତି। ଘରୋଇ କଲେଜ ଗୁଡ଼ିକରେ ଏପରି ଘଟଣା ହେବା କଥା ଜଣାଥିଲା, ହେଲେ ସରକାରୀ କଲେଜ ପିଲାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବା କଥା ଜଣା ନ ଥିଲା ବୋଲି ମୋହନ କହିଛନ୍ତି। ଅନ୍ୟପଟେ ଭାଜପା ଏହି ଘଟଣାରେ ରାସ୍ତାକୁ ଓହ୍ଲାଇବ କି ବୋଲି ମୋହନଙ୍କୁ ପଚାରିବାରୁ ସେଏନେଇ କିଛି କହିପାରିବେ ନାହିଁ, ଦଳର ନେତୃତ୍ୱ କହିପାରିବେ ବୋଲି କହିଛନ୍ତି।
ଅନ୍ୟପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ବିଜେବି ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଓଡ଼ିଶା ପାଇଁ ନୂଆ ନୁହେଁ। ଏମିତି ଅନେକ ସମୟରେ ଛାତ୍ରୀଛାତ୍ରମାନେ ର଼୍ୟାଗିଂର ଶିକାର ହେବା ସହିତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଇ ନାହାନ୍ତି। ତଥାପି ପୂର୍ବ ଘଟଣାକ୍ରମରୁ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କିଛି ଶିଖିଲେ ନାହିଁ। ଏକ ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟରେ ଏପରି ଘଟଣା ନିନ୍ଦନୀୟ। ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ। ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଗୃହରେ ଜୋରଦାର ଆନ୍ଦୋଳନ କରିବ। ଯଦି ସରକାର ତୁରନ୍ତ ଦୋଷୀଙ୍କୁ ଖୋଜି କାଢ଼ିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ କଂଗ୍ରେସ ରାସ୍ତା ଉପରେ ଆନ୍ଦୋଳନ କରିବାକୁ ପଛେଇବ ନାହିଁ। ଅନ୍ୟପଟେ ବିଜେଡି ଓ ଭାଜପା ଏକ ମୁଦ୍ରାର ଦୁଇ ପାର୍ଶ୍ୱ ସଦୃଶ। ତେଣୁ ଭାଜପା ଦୀର୍ଘଦିନ ହେଲା ସରକାରଙ୍କ ବିରୋଧରେ ଯେମିତି କଥା କଥାରେ ରାସ୍ତାକୁ ଓହ୍ଲାଇ ପଡୁଥିଲା ଆଉ ସେମିତି କରୁଥିବାର ଦେଖିବାକୁ ମିଳୁନି। ଭାଜପା ଓ ବିଜେଡି ଏକ ବୋଲି ରାଜ୍ୟର ଜନସାଧାରଣ ମଧ୍ୟ ଜାଣିସାରିଲେଣି। କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ନିକଟତର ହୋଇ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବ ବୋଲି ମୋକିମ କହିଛନ୍ତି।
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ବିୟୋଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ କଳାର ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତି ଜଣେ ମେଧାବୀ ଛାତ୍ରୀ ଥିଲେ। ସେ ମହାବିଦ୍ୟାଳୟର ଛାତ୍ରୀନିବାସରେ ରହୁଥିଲେ। ତାଙ୍କ ଅକାଳ ବିୟୋଗରେ ସେ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଏହା ଏକ ସମ୍ବେଦନଶୀଳ ଘଟଣା ଏବଂ ଏହାର ପୋଲିସ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପୂଜାରୀ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?