‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଜନସାଧାରଣଙ୍କ ଉନ୍ନତି ଓ ସରକାରୀ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ସେବା ସେତୁ ଶିବିର ଅନୁଷ୍ଠିତ ହୋଇଥିଲା।

ଏଥିରେ ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବା ସଂକଳ୍ପ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ପ୍ରଶାସନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ଉପଯୁକ୍ତ ସରକାରୀ ସେବା ଯୋଗାଇଦେବା ବୋଲି କହିଥିଲେ। ବିଡିଓ ଭାରତୀ ଦେବୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସିଡିପିଓ ମିଲିମା କୁମାରୀ ପଣ୍ଡା ଓ ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ।

ଏଥିସହ ବ୍ଲକ କଳାକାର ସଂଘ ପକ୍ଷରୁ ବିଭିନ୍ନ ଦିବସରେ ନାଟକ ମାଧ୍ୟମରେ ଜନସାଧାରଣଙ୍କୁ ସରକାରୀ ଯୋଜନା ଓ ବିଭିନ୍ନ ସାମାଜିକ ପ୍ରସଙ୍ଗ ସମ୍ପର୍କରେ ସଚେତନ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାକୁ ପ୍ରୟାସ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

CJP ବିରୋଧ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ: ’…ଗଣତନ୍ତ୍ରର ସୁଧାର ପୁନର୍ବାର ଆରମ୍ଭ ହେବ’

ନୂଆଦିଲ୍ଲୀ,୧୦।୧୦: CJP ବିରୋଧ ପ୍ରଦର୍ଶନ ମଧ୍ୟରେ, ରାହୁଲ ଗାନ୍ଧୀ ଗତକାଲି ‘ଇଣ୍ଡିଆ’ (INDIA) ମେଣ୍ଟର ନେତାମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ ସେଥିରେ ମୋଦି ସରକାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?