Posted inଜାତୀୟ

ହରିୟାଣାରେ ମୁସଲିମ୍‌ ବ୍ୟବସାୟୀଙ୍କୁ ଟାର୍ଗେଟ୍‌

ନୂଆଦିଲ୍ଲୀ, ୪ା୭: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ପୂର୍ବତନ ଭାଜପା ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତକର ପରିବେଶ ରହିଛି। ଏହାଦ୍ୱାରା ହିନ୍ଦୁ-ମୁସଲିମ୍‌ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହୋଇଛି। ରାଜସ୍ଥାନର ଉଦୟପୁରରେ ଜଣେ ଦରଜି ଏବଂ ମହାରାଷ୍ଟ୍ରର ଅମରାବତୀରେ ଔଷଧ ଦୋକାନୀଙ୍କୁ ନୂପୁରଙ୍କୁ ସମର୍ଥନ ପାଇଁ କେତେଜଣ ମୁସଲମାନ ହତ୍ୟା କରିଛନ୍ତି। ଏଭଳିସ୍ଥଳେ ହରିୟାଣାର ମାନେସରଠାରେ ‘ହିନ୍ଦୁ ସୋସାଇଟି’ ଦ୍ୱାରା ଆୟୋଜିତ ଏକ ପଞ୍ଚାୟତ(ବୈଠକ)ରେ ମୁସଲମାନ ବ୍ୟବସାୟୀଙ୍କୁ ଅର୍ଥନୈତିକ ବାସନ୍ଦ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି। ଏଥିପାଇଁ ଗ୍ରାମ ସ୍ତରରେ କମିଟି ଗଠନ କରାଯାଇ ମୁସଲମାନ ଦୋକାନୀ ଏବଂ ବେପାରୀଙ୍କଠାରୁ କୌଣସି ସାମଗ୍ରୀ ନ କିଣିବା ପାଇଁ ଅଭିଯାନ ଚଳାଇବାକୁ ପଞ୍ଚାୟତରେ ନିଷ୍ପତ୍ତି ନିଆଯାଇଛି।

ମାନେସରର ଏକ ମନ୍ଦିରରେ ରବିବାର ଆୟୋଜିତ ଉକ୍ତ ପଞ୍ଚାୟତରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିଲେ। ସେଥିମଧ୍ୟରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ସମେତ ମାନେସର, ଧରୁହେରା, ଗୁରୁଗ୍ରାମ ଆଖପାଖ ଗ୍ରାମରୁ ଲୋକ ଥିଲେ। ବେଆଇନ ଭାବେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିହ୍ନଟ କରି ବିତାଡ଼ିତ କରିବା ପାଇଁ ପଞ୍ଚାୟତ ସଦସ୍ୟମାନେ ଏକ ସ୍ମାରକପତ୍ର ମାଧ୍ୟମରେ ସ୍ଥାନୀୟ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦାବି କରିଛନ୍ତି। ଅନୁପ୍ରବେଶକାରୀମାନେ ଧର୍ମାନ୍ତରୀକରଣରେ ନିୟୋଜିତ ଥିବାରୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ମାରକପତ୍ରରେ ଦର୍ଶାଯାଇଛି।
ମାନେସରର ବିଶ୍ୱହିନ୍ଦୁ ପରିଷଦ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସିଂ କହିଛନ୍ତି ଯେ, ହିନ୍ଦୁମାନଙ୍କୁ ହତ୍ୟା କରାଯାଉଛି। ଅନେକ ରୋହିଙ୍ଗ୍ୟା, ବାଂଲାଦେଶୀ, ପାକିସ୍ତାନୀ ନିଜ ଅସଲ ପରିଚୟ ଲୁଚାଇ ବେଆଇନ ଭାବେ ମାନେସର ଏବଂ ଗୁରୁଗ୍ରାମରେ ରହିିି ବିଭିନ୍ନ କ୍ଷେତ୍ରରେ ବ୍ୟବସାୟ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରଶାସନକୁ ଏକ ସପ୍ତାହ ସମୟ ଦିଆଯାଇଛି। କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ହିନ୍ଦୁ ସୋସାଇଟି ପଦକ୍ଷେପ ନେବ ବୋଲି ସିଂ କହିଛନ୍ତି। ମୁସଲମାନ ବ୍ୟବସାୟୀମାନେ ଜୁସ୍‌, ସାଲୁନ ଭଳି କେତେକ ଦୋକାନ ହିନ୍ଦୁ ଦେବଦେବୀଙ୍କ ନଁାରେ ଚଳାଉଛନ୍ତି। ଏହା ଏକ ଷଡ଼ଯନ୍ତ୍ର। ତେଣୁ ଅର୍ଥନୈତିକ ବାସନ୍ଦ ହିଁ ଏକମାତ୍ର ସମାଧାନ ବୋଲି ପଞ୍ଚାୟତରେ ଅନେକ ବକ୍ତା କହିଛନ୍ତି।
ସୂଚନାଥାଉ କି, ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗତ ବୁଧବାର ବଜରଙ୍ଗ ଦଳ ଏବଂ ବିଶ୍ୱହିନ୍ଦୁ ପରିଷଦ ସଦସ୍ୟମାନେ ଏକ ଶୋଭାଯାତ୍ରା ବାହାର କରିଥିଲେ। ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ବଢ଼ାଇବା ଭଳି ଅପମାନଜନକ ଭାଷାରେ ସ୍ଲୋଗାନ ଦିଆଯାଇଥିବାରୁ ଗୁରୁଗ୍ରାମ ପୋଲିସ ଶୋଭାଯାତ୍ରା ଆୟୋଜନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଜାମା ମସ୍‌ଜିଦ୍‌ ନିକଟରେ ମୁସଲିମ୍‌ ସମ୍ପ୍ରଦାୟ ବିରୋଧରେ ଉତ୍ତେଜକ ସ୍ଲୋଗାନ ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?