Posted inଜାତୀୟ

ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷା ନେଉ ଭାଜପା

ହାଇଦ୍ରାବାଦ,୪ା୭: ତେଲଙ୍ଗାନା ଓ ପଶ୍ଚିମବଙ୍ଗରେ ବଂଶବାଦ ରାଜନୀତିର ଅନ୍ତ ଘଟାଇବା ପାଇଁ ରବିବାର ଭାଜପା ସଂକଳ୍ପ ନେଇଛି। ଦକ୍ଷିଣ ଭାରତର କର୍ନାଟକ ଓ ପୁଡୁଚେରୀରେ ସୀମିତ ଥିବା ଗୈରିକ ଦଳ ଆଗକୁ ତେଲଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ ମଧ୍ୟ ସାଙ୍ଗଠନିକ ସ୍ଥିତି ମଜଭୁତ କରିବା ପାଇଁ ହାଇଦ୍ରାବାଦରେ ରବିବାର ଉଦ୍‌ଯାପିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ କରିଛି। ସମଗ୍ର ଦକ୍ଷିଣ ଭାରତରେ ମୋଟ ୧୩୦ ଲୋକ ସଭା ଆସନ ଥିବାବେଳେ ସେଥିରୁ ମାତ୍ର ୨୯ଟିକୁ ଏହି ଦଳ ଦଖଲ କରିପାରିଛି।

୨୦୧୪ ସାଧାରଣ ନିର୍ବାଚନରେ ପୂର୍ବ ସଫଳତା ଦୋହରାଇବା ପାଇଁ ଭାଜପା ସଦସ୍ୟମାନେ ବିରୋଧୀଙ୍କ ଭୁଲ୍‌ରୁ ଶିକ୍ଷାଲାଭ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି।
ଦୁଇଦିନିଆ କାର୍ଯ୍ୟକାରିଣୀର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି କହିଛନ୍ତି, ବିରୋଧୀ ଦଳଗୁଡ଼ିକ ତୁଷ୍ଟୀକରଣ ରାଜନୀତିରେ ବ୍ୟସ୍ତ ଥିବାବେଳେ ସଂଖ୍ୟାଲଘୁଙ୍କ ସମେତ ସମାଜର ବଞ୍ଚତ୍ତ ବର୍ଗର ଲୋକଙ୍କ ଉତ୍‌ଥାନ ପାଇଁ ସେମାନଙ୍କ ପାଖରେ ପହଞ୍ଚତ୍ବା ଭାଜପାର ଲକ୍ଷ୍ୟ ହେବା ଉଚିତ। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ୨୦୧୩ରେ ତେଲଙ୍ଗାନାରେ ଦଳ ସରକାର ଗଢ଼ିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

କାର୍ଯ୍ୟକାରିଣୀରେ ୧୯ଟି ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ଯୋଗଦେଇଛନ୍ତି। ତେଲଙ୍ଗାନା କେ.ଚନ୍ଦ୍ରଶେଖର ରାଓ କେନ୍ଦ୍ରକୁ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୈରିକ ଦଳର କେନ୍ଦ୍ରୀୟ ନେତାମନେ ଟିଆର୍‌ଏସ୍‌ର ଗଡ଼ ଭାଙ୍ଗିବା ପାଇଁ ଅଣ୍ଟାଭିଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?