ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି।ବିଭିନ୍ନ ପଦପଦବୀ  ପାଇଁ ସମୁଦାୟ ୨୩ ଛାତ୍ରୀଛାତ୍ର ସେମାନଙ୍କ ନାମାଙ୍କନ ଦାଖଲ କରିଥିବା ବେଳେ ଯାଞ୍ଚ ପରେ ସମସ୍ତ ପ୍ରାର୍ଥିପତ୍ର ଗୁଡ଼ିକୁ ବୈଧ ଘୋଷିତ କରାଯାଇଥିଲା।ଶନିବାର ନିର୍ଦ୍ଧାରତ ସମୟ ସୁଦ୍ଧା କେହି ଜଣେ ହେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନଥିବାରୁ ନିର୍ବାଚନ ମଇଦାନ ରେ ୧୪ ପ୍ରାର୍ଥି ଙ୍କ ମଧ୍ୟରେ ଦ୍ଵି- ମୁଖି ପ୍ରତିଦ୍ବନ୍ଦିତା ନିଶ୍ଚିତ ବୋଲି ଜଣାପଡିଛି।ଏନେଇ ଅପରାହ୍ନରେ କଲେଜ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।ବୈଧ ପ୍ରାର୍ଥି ଙ୍କ ମଧ୍ୟରେ ସଭାପତି ପଦବୀ ପାଇଁ ରାଜେନ୍ଦ୍ର ସେଠୀ, ଡି.ସଞ୍ଜୀବ କୁମାର ଦୋରା,ଉପସଭାପତି ପଦବୀ ପାଇଁ ଇସାନ୍ ନାୟକ,ରାଧାରାଣୀ ପାଣିଗ୍ରାହୀ,ସମ୍ପାଦକ – କଇଫସ ମାଝୀ,ରାହୁଲ ବିଷୋୟୀ,ସହ – ସମ୍ପାଦକ ପାଇଁ ଟୁକୁନା ଶବର, ଅନିଲ ସେଠୀ,କ୍ରୀଡା ସମ୍ପାଦକ ପାଇଁ ସୁବ୍ରତ କୁମାର ପାଣିଗ୍ରାହୀ, ବି.ବାଲାଜୀ ରେଡ୍ଡୀ, ଡିଏସଏ ସମ୍ପାଦକ ପାଇଁ ସୁଧାଂଶୁ ଗୌଡ଼,ଏସ.ନିଶା ଦୋରା,ଗାର୍ଲ୍ସ କମନ୍ ରୁମ୍ ସମ୍ପାଦକ ପଦବୀ ପାଇଁ ପ୍ରିୟଙ୍କା ପ୍ରଧାନ ଏବଂ ଟି. ଦିଲ୍ଲୀପା ଦୋରା ଙ୍କ ମଧ୍ୟରେ ସିଧାସଳଖ ଦ୍ଵି – ମୁଖି ପ୍ରତିଦ୍ବନ୍ଦିତା ହେବ ବୋଲି ଜଣାପଡିଛି।ସେହିପରି କ୍ରୀଡା ସହ – ସମ୍ପାଦକ ପାଇଁ ନିକୁନ୍ ଗୌଡ଼, ନାଟ୍ୟ ସଂସଦ ସମ୍ପାଦକ ପାଇଁ ବରୁଣ ସେଠୀ,ନାଟ୍ୟ ସହ ସମ୍ପାଦକ ପାଇଁ ଜି.ମୋନାଲିସା ଦୋରା, ଡିଏସଏ ସହ – ସମ୍ପାଦକ ପାଇଁ ସୁମିତ୍ ବିଷୋୟୀ,ଯୁକ୍ତ ୩ ପ୍ରଥମବର୍ଷ କଳା ପାଇଁ ଶ୍ରେଣୀ ପ୍ରତିନିଧି ପାଇଁ ଏମ.ରାଜେଶ ପାତ୍ର,ଯୁକ୍ତ ୩ ଦ୍ଵିତୀୟ ବର୍ଷ ଶ୍ରେଣୀ ପ୍ରତିନିଧି ପାଇଁ ବାଦଲ ପାଢ଼ୀ,ଯୁକ୍ତ ୩ ବିଜ୍ଞାନ ବିଭାଗ ଶ୍ରେଣୀ ପ୍ରତିନିଧି ପାଇଁ ରାଜେଶ ପାଇକ,ଏସଏସଜି ସମ୍ପାଦକ ପାଇଁ ବିକାଶ କୁମାର ଜେନା ଏବଂ ବାଳକ କମନରୁମ୍ ସମ୍ପାଦକ ପଦବୀ ପାଇଁ ଆର. ରୁଦ୍ର ପାତ୍ର କେବଳ ଜଣେ ଲେଖାଏଁ ପ୍ରାର୍ଥୀ ଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବାରୁ ସେମାନେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା କୁ ବାକି ଅଛି।ଆସନ୍ତା ଗୁରୁବାର କଲେଜ କ୍ୟାମ୍ପସ ରେ ‘ମୁଁ କାହିଁକି ଠିଆ ହୋଇଛି ‘ ସଭା ଅନୁଷ୍ଠିତ କରାଯିବ ବୋଲି ଛାତ୍ର ସଂସଦ ନିର୍ବାଚନ ଆବାହକ ତଥା ଅଧ୍ୟାପକ ଡ଼. ସନ୍ତୋଷ କୁମାର ସାହୁ କହିଛନ୍ତି।ଶୁକ୍ରବାର ସକାଳ ୮ ଟାରୁ ଅପରାହ୍ନ ୨ଟା ଯାଏଁ ଛାତ୍ରୀଛାତ୍ର ବୃନ୍ଦ ମତଦାନ କରିବା ପରେ ସନ୍ଧ୍ୟାସୁଦ୍ଧା ଫଳାଫଳ ଘୋଷଣା କରାଯିବ। ଛାତ୍ରୀଛାତ୍ର ବୃନ୍ଦ ଶାନ୍ତି ଶୃଙ୍ଖଳାର ସହ ମତଦାନ କରିବା ପାଇଁ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ପରାମର୍ଶ ଦେଇଛନ୍ତି। ଶନିବାର ପୂର୍ବାହ୍ନ ୧୧ ଟାରେ ନବନିର୍ବାଚିତ ଛାତ୍ର ପ୍ରତିନିଧି ବୃନ୍ଦ ଶପଥ ଗ୍ରହଣ କରିବେ ବୋଲି ସେ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ମହିଳା ମହାବିଦ୍ୟାଳୟର ୩୫ ପ୍ରାର୍ଥିନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲା…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?