Posted inଖେଳ

କୋଲକାତାରେ ପୁରସ୍କାର ଗ୍ରହଣ କରିବେ ଦୂତୀ

ଭୁବନେଶ୍ୱର, ୨୮।୮(କ୍ରୀଡ଼ା ପ୍ରତିନିଧି)-
କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ରାଷ୍ଟ୍ରପତି ଭବନରେ ହେବନାହିଁ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ରାଷ୍ଟ୍ରପତି ଭବନରେ ରହି ଭର୍ଚୁଆଲ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ କ୍ରୀଡ଼ାବିତ୍‌ଙ୍କୁ ପୁରସ୍କୃତ କରିବେ। ଓଡ଼ିଶାର ଏକମାତ୍ର ଆଥଲେଟ୍‌ଭାବେ ଦୂତୀ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। କୋଲକାତାରେ ଏକାଧିକ ଆଥଲେଟ୍‌ ପୁରସ୍କୃତ ହେବାର ଥିବାରୁ ଦୂତୀଙ୍କୁ ସେଠାକୁ ଯାଇ ପୁରସ୍କାର ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ତେଣୁ ଦୂତୀ ଗୁରୁବାର କୋଲକାତାରେ ପହଞ୍ଚତ୍ଛନ୍ତି। ଅଗଷ୍ଟ ୨୯ ପୂର୍ବରୁ ପୁରସ୍କାର ଗ୍ରହଣ ସମ୍ପର୍କିତ ରିହର୍ସାଲ କୋଲକାତାରେ ଅନୁଷ୍ଠିତ ହେବ। ଏଥିରେ ଭର୍ଚୁଆଲ କାର୍ଯ୍ୟକ୍ରମରେ କିପରି ପୁରସ୍କାର ପ୍ରଦାନ କରାଯିବ ସେ ସମ୍ପର୍କରେ ଅବଗତ କରାଯିବ। କୋଲକାତା ଯାତ୍ରା ସମୟର ଏକ ଫଟୋ ଦୂତୀ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ତେବେ ବ୍ୟକ୍ତିଗତଭାବେ ସେ କାହାଠାରୁ ପୁରସ୍କାର ଗ୍ରହଣ କରିବେ ସେ ସମ୍ପର୍କରେ ଜାଣିନାହାନ୍ତି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କର ରବିବାର ପରାଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରାଜିନ୍ଦରଙ୍କୁ ୭୭ ବର୍ଷ ହୋଇଥିଲା।...

ନଟରାଜନଙ୍କୁ ମିଳିଲା ସୁଯୋଗ, କଥା ଦେଇ ରଖିପାରିଲେ ନାହିଁ ଅଷ୍ଟ୍ରେଲିଆ ଖେଳାଳି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟରେ ଟି. ନାଟରାଜନ ଭାରତ ପକ୍ଷରୁ ଡେବ୍ୟୁ...

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ...

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ଡେନର୍ବି

ନୂଆଦିଲ୍ଲୀ, ୯।୫:କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସମୟରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ଫିଟ୍‌ନେସ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ୧୭ ବର୍ଷରୁ...

ଟିମ୍‌ ଇଣ୍ଡିଆର କ୍ଲିନ୍‌ ସୁଇପ୍‌

ଅହମ୍ମଦାବାଦ,୧୧।୨: ଅନ୍ତିମ ତଥା ତୃତୀୟ ଦିନିକିଆ ମ୍ୟାଚ୍‌ରେ ବିଜୟ ସହ ସିରିଜ ପୋଛି ନେଲା ଟିମ ଇଣ୍ଡିଆ। ଏଠାରେ ଅନୁଷ୍ଠିତ ଶେଷ ଦିନିକିଆରେ ଜବରଦସ୍ତ ବୋଲିଂ...

ଏହି କ୍ରିକେଟର୍‌ଙ୍କୁ ଡରୁଥିଲେ ଧୋନୀ

୨୦୧୧ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ବିଶ୍ୱକପ୍‌ ଜିତିଥିଲା। ଭାରତ ବିଶ୍ୱଚାମ୍ପିୟନ୍‌ ହେବାରେ ମୁଖ୍ୟ ଭୂମିକା ଗ୍ରହଣ...

ଆର୍ଚରଙ୍କୁ କ୍ଷମାପ୍ରାର୍ଥନା କଲା ନ୍ୟୁଜିଲାଣ୍ଡ କ୍ରିକେଟ

ଓ୍ବେଲିଂଟନ,୨୫।୧୧(ପି.ଟି.)- ଏଠାରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ଅନ୍ତିମ ଦିନରେ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ସହ ଜଣେ ଦର୍ଶକ ବର୍ଣ୍ଣବୈଷମ୍ୟ ଆକ୍ଷେପ...

କୋହଲିଙ୍କ ଏହି କାର୍ଯ୍ୟ ଦେଖି ରାଗିଗଲେ ଗାଭାସ୍କର: କହିଲେ. ତାଙ୍କ ମୁଣ୍ଡରେ…

ସେଞ୍ଚୁରିୟନ୍‌,୩୦।୧୨:ସେଞ୍ଚୁରିୟନର ସୁପରପୋର୍ଟ ପାର୍କରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ମାତ୍ର ୧୮ ରନ...

Advertisement
Archives

Model This Week