ପ୍ରଶ୍ରୟ ଦେଉଛି ପ୍ରଶାସନ

ବଇଣ୍ଡା,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି। ବ୍ଲକ ପ୍ରଶାସନ ସବୁବେଳେ ସମିତିସଭ୍ୟମାନଙ୍କୁ ଅଣଦେଖା କରି କୁଜି ନେତାଙ୍କ ଜରିଆରେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ କେତେଜଣ ସମିତି ସଭ୍ୟ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏଥିସହ ୬ ମାସ ପରେ ବ୍ଲକ ପ୍ରଶାସନ ବୈଠକ ଡାକୁଥିବାରୁ ଏହି ପଞ୍ଚାୟତ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି କି ବୈଠକରେ ହଟ୍ଟଗୋଳ କରିବା ସହ କେତେଜଣ ସମିତି ସଭ୍ୟ ଅଧାରୁ ଉଠି ପଳାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, କିଶୋରନଗର ବ୍ଲକ ସଭାଗୃହରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ବସିଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସୈରେନ୍ଦ୍ରୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ବିଡିଓ ବିନୋଦ ବିହାରୀ ବେହେରା, ଏବିଡିଓ ଦିଲୀପ କୁମାର ସାହୁ, ଜିଲା ପରିଷଦ ସଦସ୍ୟ ବିଷ୍ଣୁପ୍ରିୟା ପ୍ରଧାନ, ଅନୁପମା ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କାଳନ୍ଦୀ ଚରଣ ପ୍ରଧାନଙ୍କ ସମେତ ୨୩ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ହେଲେ ବୈଠକ ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଥିଲା। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ବସୁ ନ ଥିବା ଯୋଗୁ ପଞ୍ଚାୟତ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇଯାଇଥିବା ଓ କୁଜି ନେତାମାନଙ୍କୁ ନେଇ ଦୁର୍ନୀତି କରାଯାଉଥିବା ଅଭିଯୋଗ କରି ହଣ୍ଡପା, ଠେଲକନାଳୀ, ଗାଁ ବଇଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟମାନେ ଏକ ଅଭିଯୋଗପତ୍ର ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ। ଉକ୍ତ ଅଭିଯୋଗକୁ ତର୍ଜମା କରି ବୈଠକରେ ସ୍ପଷ୍ଟୀକରଣ ରଖିବା ପାଇଁ ସମିତିମାନେ ଦାବି କରିଥିଲେ। ଏହାକୁ ନେଇ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଜଣେ ସରପଞ୍ଚ ଅଭିଯୋଗକାରୀ ସମିତି ସଭ୍ୟମାନଙ୍କୁ ବିରୋଧ କରି ବୈଠକରୁ ବାହାରି ଯିବା ପାଇଁ କହିଥିଲେ। ଏହାକୁ ନେଇ ସମିତି ସଭ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କେତେଜଣ ସମିତି ସଭ୍ୟ ବୈଠକ ଅଧାରୁ ଉଠି ପଳାଇଥିଲେ। ଦୀର୍ଘଦିନ ପରେ ବୈଠକ ବସିଥିଲେ ହେଁ ପଞ୍ଚାୟତ ପ୍ରତିନିଧିମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ବ୍ଲକ ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଥିଲା। ଏ ନେଇ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?