Posted inଫୁରସତ

୨୭ ବର୍ଷୀୟା ଛାତ୍ରୀଙ୍କ ପ୍ରେମରେ ୫୪ ବର୍ଷୀୟ ପ୍ରଫେସର

କଥାରେ ଅଛି ପ୍ରେମ ସ୍ଥାନ, କାଳ ପାତ୍ର କିଛି ମାନେନା। ପ୍ରେମ ଦେଖେନା ବୟସ କି ଜାତି ନୀତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ଜର୍ମାନୀର ଜଣେ ମନୋବିଜ୍ଞାନ ଛାତ୍ରୀଙ୍କ କ୍ଷେତ୍ରରେ। ଛାତ୍ରୀ ଜଣଙ୍କ ୟୁଟ୍ୟୁବ୍‌ରେ ପ୍ରଫେସରଙ୍କ ଭିଡିଓ ଦେଖି ପ୍ରେମରେ ପଡ଼ିଯାଇଛନ୍ତି। ପ୍ରଫେସରଙ୍କୁ ୫୪ ବର୍ଷ ହୋଇଥିବା ବେଳେ ଛାତ୍ରୀଙ୍କୁ ବର୍ତ୍ତମାନ୨୭ ବର୍ଷ।

ଜେନା ନାମକ ଏହି ଛାତ୍ରୀ ଜଣକ କେବେ ଭାବି ନ ଥିଲେ ଯେ ୟୁଟ୍ୟୁବ୍‌ ସାହାଯ୍ୟରେ ତାଙ୍କ ପ୍ରେମସମ୍ପର୍କ ଆରମ୍ଭ ହେବ। ଯେତେବେଳେ ତାଙ୍କୁ ୧୮ ବର୍ଷ ହୋଇଥିଲା, ସେ ମନୋବିଜ୍ଞାନ ପ୍ରଫେସର ପିଟର ହେନ୍‌ରିଚଙ୍କ ଏକ ଭିଡିଓ ଦେଖିଥିଲେ। ଏହା ପରେ ଦୁହେଁ ଇମେଲ ମାଧ୍ୟମରେ ଚାଟିଂ ଆରମ୍ଭ କରିଥିଲେ। ପ୍ରାୟ ତିନିମାସ ପରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା। ସେମାନେ ଡିସେମ୍ବର ୨୦୧୭ରେ ପ୍ରଥମ ଥର ପାଇଁ ଭେଟିଥିଲେ। ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଇଥିଲେ।

ଜେନା କୁହନ୍ତି, ମୁଁ ବିଶ୍ୱବିଦ୍ୟାଳୟରେ ଦର୍ଶନ କିମ୍ବା ସାଇକୋଲୋଜି ଅଧ୍ୟୟନ କରିବାକୁ ଚାହୁଁଥିଲି। କାରଣ ମୁଁ ଏହି ଦୁଇଟି ବିଷୟ ପ୍ରତି ବହୁତ ଆଗ୍ରହୀ ଥିଲି। ଏହି କାରଣରୁ, ମୁଁ ମୋର ଖାଲି ସମୟରେ ଏହି ବିଷୟଗୁଡ଼ିକ ସହିତ ଜଡ଼ିତ ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଥାଏ। କିଛି ବର୍ଷ ତଳେ ମୁଁ ଏପରି ଏକ ଭିଡିଓ ଦେଖିଥିଲି ଏବଂ ଏହି ଭିଡିଓରେ ପ୍ରଫେସରଙ୍କ କଥା ମତେ ବହୁତ ପ୍ରଭାବିତ କରିଥିଲା। ମୁଁ ତାଙ୍କ ସ୍ବର ଏବଂ ଶୈଳୀକୁ ପସନ୍ଦ କରି ତାଙ୍କୁ ଇମେଲ କରିଥିଲି।

ତେବେ ଏହି ସମ୍ପର୍କକୁ ନେଇ ଜେନା ଏବଂ ପିଟର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ଏହି ସମ୍ପର୍କ ହେତୁ ଜେନାଙ୍କ ମାତାପିତା ସେମାନଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। ଏଥିସହିତ, ପିଟରଙ୍କ ମାତାପିତା ଜେନାଙ୍କ ବିଷୟରେ ଭଲ ଭାବେ ଜାଣି ନାହାନ୍ତି। ଏହି ପରିପ୍ରେକ୍ଷୀରେ, ଜେନା କହିଛନ୍ତି ଯେ, ବୟସର ବ୍ୟବଧାନ ହେତୁ ସେ ଅନେକ ନକାରାତ୍ମକତାର ଶିକାର ହେବାକୁ ପଡୁଛି।

ଜେନା ଏବଂ ପିଟର ବର୍ତ୍ତମାନ ପରସ୍ପରଠାରୁ ବହୁତ ଦୂରରେ ରହୁଛନ୍ତି। ଜେନା କହିଛନ୍ତି, ଯେତେ ଦୂରରେ ଥିଲେ ବି ପିଟରଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ଜେନା ଏହା ମଧ୍ୟ କହିଛନ୍ତି ଯେ, ପିଟରଙ୍କ ସହ ତାଙ୍କର ବୁଝାମଣା ବହୁତ ଭଲ। ଏହି କାରଣରୁ ସେ ସମାଜକୁ ଖାତିର ନ କରି ତାଙ୍କ ହୃଦୟ ଜିଣିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri