Posted inଖେଳ

ଶେଷ ବଲ୍‌ରେ ୧୨ ରନ୍‌, କିଛି ଏଭଳି ଖେଳି ମ୍ୟାଚ୍‌ ଜିତାଇଲେ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୧: କ୍ରିକେଟ ଇତିହାସରେ ଏଭଳି ଅନେକ ଘଟଣା ଘଟିଛି, ଯେଉଁଠି ମ୍ୟାଚ୍‌ ଶେଷରେ କର ବା ମର ସ୍ଥିତି ଉପୁଜିଛି। ହେଲେ ବ୍ୟାଟ୍ସମ୍ୟାନ୍‌ମାନେ ଶେଷ ବଲ୍‌ରେ ଚଉକା ନଚେତ ଛକା ମାରି ମ୍ୟାଚ୍‌କୁ ଜିତିନେଇଛନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ ମ୍ୟାଚ୍‌ରେ ଶେଷ ବଲ୍‌ରେ ୧୨ ରନ୍‌ର ଆବଶ୍ୟକତା ରହିଥିଲା। ପଡ଼ିଆରେ ଥିବା ବ୍ୟାଟ୍ସମ୍ୟାନ୍‌ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ।

୧୪ ବର୍ଷ ପୂର୍ବେ ନ୍ୟୁଜିଲାଣ୍ଡର ଘରୋଇ ଟି୨୦ ଟୁର୍ନାମେଣ୍ଟରେ ଏଭଳି ମୁକାବିଲା ଦେଖିବାକୁ ମିଳିଥିଲା। ଏଥିରେ ନର୍ଦନ ଡିଷ୍ଟ୍ରିକ୍ଟସ୍‌ ଏବଂ ଅକ୍‌ଲାଣ୍ଡର ଟିମ୍‌ଙ୍କ ମଧ୍ୟରେ ଖେଳ ଚାଲୁଥିଲା। ମ୍ୟାଚ୍‌ରେ ଅନେକ ଷ୍ଟାର ଅନ୍ତରାଷ୍ଟ୍ରୀୟ କ୍ରିକେଟର ଖେଳୁଥିଲେ। ସେଥିରୁ ଜଣେ ଥିଲେ ଆନ୍ଦ୍ରେ ଆଡମ୍‌ସ। ନର୍ଦନ ଡିଷ୍ଟ୍ରିକ୍ଟସ୍‌ ଟିମ୍‌ ଟସ୍‌ ଜିତି ୧୬୦ ରନ୍‌ କରିଥିଲେ। ଅକ୍‌ଲାଣ୍ଡକୁ ଜିତିବା ପାଇଁ ୧୬୧ ରନ୍‌ର ଆବଶ୍ୟକତା ରହିଥିଲା। ଜବାବରେ ଅକଲ୍ୟାଣ୍ଡ ଟିମ୍‌ ୯୭ରନ୍‌ରେ ୫ ଉଇକେଟ ହରାଇଥିଲା। ତାଙ୍କୁ ୩୪ ବଲ୍‌ରେ ୬୪ ରନ୍‌ ଆବଶ୍ୟକତା ରହିଥିଲା। ରୋବ ନିକୋଲ ଏବଂ କିଲି ଟୋଡ୍‌ଙ୍କ ଯୋଡ଼ି ଶେଷ ଓଭର ପର୍ଯ୍ୟନ୍ତ ଖେଳକୁ ନେଇଥିଲେ। ହେଲେ ଶେଷ ଓଭରର ଦ୍ୱିତୀୟ ବଲ୍‌ରେ କିଲି ଟୋଡ୍‌ ଆଉଟ୍‌ ହୋଇଯାଇଥିଲେ। ସେତେବେଳେ ୧୪୭/୬ ସ୍କୋର ରହିଥିଲା। ପରେ ଟିମ୍‌କୁ ୪ ବଲ୍‌ରେ ୧୪ ରନ୍‌ ଏବଂ ଶେଷରେ ଗୋଟିଏ ବଲ୍‌ରେ ୧୨ ରନ୍‌ କରିବା ଆବଶ୍ୟକତା ଥିଲା।

ଟିମ୍‌ର ଷ୍ଟାର ବୋଲର୍‌ ଗ୍ରେମ୍‌ ଏଲଡ୍ରିଜ୍‌ ଶେଷ ବଲ୍‌ ପକାଇବା ବେଳକୁ ତାହା ଏକ ନୋ-ବଲ୍‌ ହୋଇଥିଲା। ଏଥିରେ ଚଉକା ମାରିଥିଲେ ଆଡମ୍ସ। ନ୍ୟୁଜିଲାଣ୍ଡ ଘରୋଇ କ୍ରିକେଟରେ ନୋ ବଲ୍‌ରେ ୨ ରନ୍‌ ମିଳୁଥିବାରୁ ମୋଟ ୬ ରନ୍‌ ମିଳିଥିଲା। ପରେ ଗୋଟିଏ ବଲ୍‌ରେ ୬ ରନ୍‌ କରିବାକୁ ରହିଥିଲା। ଛକାର ଆବଶ୍ୟକତା ଥିବା ବେଳେ ଆଡମ୍ସ ତାହା କରିଦେଖାଇଥିଲେ। ଏହିଭଳି ଭାବେ ସେ ଗୋଟିଏ ବଲ୍‌ରେ ୧୨ ରନ୍‌ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri