କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ତେବେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ନ ହୋଇଥିବାରୁ ଏବେ ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେବାକୁ କୁହାଯାଉଛି। ଆଉ ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ଥାଇଲାଣ୍ଡରେ। ଦୀର୍ଘ ପ୍ରାୟ ୩ ମାସ ପରେ ସେଠାରେ ସ୍କୁଲ ଖୋଲିଥିବା ବେଳେ ପିଲାମାନଙ୍କୁ ସ୍କୁଲରେ ପ୍ରବେଶ କରିବା ପୂର୍ବରୁ ସାନିଟାଇଜେଶନ, ସୋସିଆଲ ଡିଷ୍ଟାନସିଂ, ମାସ୍କ ବ୍ୟବହାର, ଶରୀରର ତାପମାତ୍ରା ଆଦିକୁ ପ୍ରାଧାନ୍ୟ ଦିଆଯାଉଛି। ଏମିତି ପରିସ୍ଥିତିରେ ଥାଇଲାଣ୍ଡର ପାନ୍ଥମ ଥାନିରେ ଥିବା ସମଖୋକ ସ୍କୁଲରେ ପିଲାମାନଙ୍କୁ ଏକ କାର୍ଡବୋର୍ଡ ବକ୍ସ ପଛରେ ବସି ପାଠ ପଢିବାକୁ ପଡୁଛି। ଏହା କରୋନାଠାରୁ ଦୂରେଇ ରଖିବାର ଭଲ ମାଧ୍ୟମ ବୋଲି ସେହି ସ୍କୁଲର ଶିକ୍ଷକ ମତ ଦିଅନ୍ତି। ସୁଚନାଯୋଗ୍ୟ, କରୋନା ସଂକ୍ରମଣରେ ଉକ୍ତ ସ୍କୁଲର ୫୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩,୧୭୩ ଜଣ ସଂକ୍ରମିତ ହୋଇଥିବା କୁହାଯାଏ। ତେଣୁ ଛୋଟ ଛୋଟ ପିଲାଙ୍କୁ କରୋନାଠାରୁ ଦୂରେଇ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ମନ୍ଦିରରେ ଦେବୀ ରୂପରେ ପୂଜାପାଆନ୍ତି ମାଛର ହାଡ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାରତରେ ଏପରି କିଛି ମନ୍ଦିର ଅଛି, ଯାହାର ସ୍ବତନ୍ତ୍ର ପରମ୍ପରା ରହିଛି। ଏହି ମନ୍ଦିରମାନଙ୍କୁ ନେଇ ଅନେକ କିମ୍ବଦନ୍ତୀ ମଧ୍ୟ ରହିଛି। ଆପଣ କ’ଣ ଏପରି...

ପାରା-କୁକୁର ଛୁଆ ବନ୍ଧୁତ୍ୱ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନ୍ୟୁୟର୍କ,୧୯।୨: ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହେବା ସାଧାରଣ କଥା। ତେବେ ଭିନ୍ନ ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦେଖାଯିବା ଏକ ନିଆରା...

ବିଶ୍ୱର ସବୁଠୁ ଲମ୍ବା ଓ୍ବାଟର ସ୍ଲାଇଡ୍‌ : ୧୧୪୦ ମିଟରକୁ ୪ ମିନିଟ୍‌ରେ କରିବେ ଅତିକ୍ରମ

ବିଶ୍ୱବାସୀଙ୍କୁ ଆକର୍ଷିତ କରିବା ପାଇଁ ମାଲେସିଆର ଏସ୍‌କେପ୍‌ ଥିମ୍‌ ପାର୍କରେ ୧୧୪୦ ମିଟରର ଏକ ଓ୍ବାଟର ସ୍ଲାଇଡ୍‌ ନିର୍ମାଣ କରାଯାଇଛି। ଯାହା ବିଶ୍ୱର ସବୁଠୁ ଲମ୍ବା...

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ଆମେରିକା: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭୂତାଣୁ...

ଠିକଣା ଦେଖିଲେ ଲାଗୁଛି ଡର

କାନପୁର: ଏବେ କରୋନା ଭାଇରସ୍‌ ପାଇଁ ସବୁଆଡେ ଭୟର ବାତାବରଣ। ପାଖ ପଡ଼ିଶା ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବମାନଙ୍କୁ ବି ଲୋକେ ଘରେ ପୁରାଇବାକୁ ରାଜି...

ଶୁଖୁଛି ବିଶ୍ୱର ଏହି ଜଳପ୍ରପାତ

ଲୁସାକା: ବିଶ୍ୱର ପ୍ରମୁଖ ଜଳପ୍ରପାତ ମଧ୍ୟରୁ ଦକ୍ଷିଣଆଫ୍ରିକାର ଜାମ୍ବିଆ ଏବଂ ଜିମ୍ବାଓ୍ବେକୁ ବିଭାଜନ କରୁଥିବା ଭିକ୍ଟୋରିଆ ଜଳପ୍ରପାତ ଅନ୍ୟତମ। ୩୫୫ ଫୁଟ ଉଚ୍ଚର ଏହି ଜଳପ୍ରପାତ...

ଆଉ ରକ୍ଷା ନାହିଁ, ଏବେ ଏଭଳି ବ୍ୟାପୁଛି କରୋନା…

ଓ୍ବାଶିଂଟନ/ଲଣ୍ଡନ,୧୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ପୂର୍ବରୁ କରୋନା ଭୁତାଣୁ...

Advertisement
Archives

Model This Week