Posted inଖେଳ

ଥାଇଲାଣ୍ଡ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ: ସହଜ ଡ୍ର’ରେ ସିନ୍ଧୁ, ସାଇନାଙ୍କ ପାଇଁ କଷ୍ଟସାଧ୍ୟ

ନୂଆଦିଲ୍ଲୀ, ୩୧।୧୨(ପି.ଟି.)- କୋଭିଡ-୧୯ ମହାମାରୀ ପାଇଁ ପାଖାପାଖି ୧୦ ମାସର ବ୍ରେକ୍‌ ପରେ ଭାରତର ଦୁଇ ତାରକା ମହିଳା ଖେଳାଳି ପି.ଭି. ସିନ୍ଧୁ ଓ ସାଇନା ନେହ୍ବାଲ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନକୁ ଫେରିବାକୁ ଯାଉଛନ୍ତି। ଥାଇଲାଣ୍ଡରେ ହେବାକୁ ଯାଉଥିବା ଟୁର୍ନାମେଣ୍ଟ ପାଇଁ ସିନ୍ଧୁ ସହଜ ଡ୍ର’ରେ ସ୍ଥାନ ପାଇଛନ୍ତି। ମାତ୍ର ସାଇନାଙ୍କୁ କଷ୍ଟସାଧ୍ୟ ଡ୍ର’ ମିଳିଛି। ଗତ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ ପରେ ବ୍ୟାଡ୍‌ମିଣ୍ଟନ ଇଭେଣ୍ଟଗୁଡ଼ିକୁ ସ୍ଥଗିତ ରଖାଯାଇଥିଲା। ଏହାପରେ ନିକଟରେ ହୋଇଥିବା ୨ଟି ଇଭେଣ୍ଟ ଡେନମାର୍କ ଓପନ ସୁପର ୭୫୦ ଓ ସାର୍ଲୋର୍ଲକ୍ସ ସୁପର ୧୦୦ରେ ସିନ୍ଧୁ ଓ ସାଇନା ଖେଳି ନ ଥିଲେ। ଆଗାମୀ ବର୍ଷ ପ୍ରାରମ୍ଭରେ ଦୁଇଟି ସୁପର ୧୦୦୦ ଇଭେଣ୍ଟ ଉପରେ ସମସ୍ତଙ୍କ ନଜର ରହିଛି। ଜାନୁୟାରୀ ୧୨ରୁ ୧୭ ୟୋନେକ୍ସ ଥାଇଲାଣ୍ଡ ଓପନ ଏବଂ ୧୯ରୁ ୨୪ ଟୋୟୋଟା ଥାଇଲାଣ୍ଡ ଓପନ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗ ନେବେ। ବିଶ୍ୱ ଚାମ୍ପିୟନ ୬ଷ୍ଠ ସିଡ୍‌ ସିନ୍ଧୁ ନିଜ ପ୍ରଥମ ମ୍ୟାଚରେ ଡେନ୍‌ମାର୍କର ମିଆ ବିକ୍‌ଫିଲ୍ଡଙ୍କୁ ଭେଟିବେ। ମାତ୍ର ନିକଟରେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସାଇନା ଜାପାନର ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ନୋଜୋମି ଓକୁହାରାଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ଓକୁହାରା ତୃତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି।
ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଥିବା ସିନ୍ଧୁ ପରବର୍ତ୍ତୀ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମୃଙ୍ଗପାନଙ୍କୁ ଭେଟିବେ। ସିନ୍ଧୁ ଗତ ୨ ମାସଧରି ଲଣ୍ଡନରେ ଟ୍ରେନିଂ ନେଉଛନ୍ତି। ସେହିପରି ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ମେଡାଲିଷ୍ଟ ସାଇନା ଥାଇଲାଣ୍ଡର ତାରକା ଖେଳାଳି ୪ର୍ଥ ସିଡ୍‌ ରାଚାନୋକ୍‌ ଇନ୍ଥାନନଙ୍କ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବେ। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ମଙ୍ଗଳବାର ଘୋଷିତ ଡ୍ର ଅନୁସାରେ ଉଭୟ ଟୁର୍ନାମେଣ୍ଟ ପାଇଁ ୨୫ ବର୍ଷୀୟା ସିନ୍ଧୁ ୬ଷ୍ଠ ସିଡ୍‌ର ମାନ୍ୟତା ପାଇଛନ୍ତି।
ପୁରୁଷ ବିଭାଗରେ ପୂର୍ବତନ ନମ୍ବରଓ୍ବାନ କିଡାମ୍ବି ଶ୍ରୀକାନ୍ତ, ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନକାରୀ ବି. ସାଇ ପ୍ରଣୀଥ, ଯୁବ ପ୍ରତିଭା ଲକ୍ଷ୍ୟ ସେନ୍‌ଙ୍କ ସମେତ ୭ ଜଣ ଏହି ଟୁର୍ନାମେଣ୍ଟରେ ଖେଳିବେ। ଏହି ଦୁଇଟି ଯାକ ଟୁର୍ନାମେଣ୍ଟରେ ଚାଇନା ଖେଳାଳିମାନେ ଖେଳିପାରିବେ ନାହିଁ। ଚାଇନା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ସିବିଏ) ଉଭୟ ଟୁର୍ନାମେଣ୍ଟ ପାଇଁ ଦଳ ପ୍ରତ୍ୟାହାର କରି ନେଇଥିବା ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ଏସୀୟ କ୍ରୀଡ଼ା: ଭାରତୀୟ ମହିଳା ହକି ଦଳର ବଡ଼ ବିଜୟ, ସିଙ୍ଗାପୁରକୁ ହରାଇ ସେମିରେ ସ୍ଥାନ ପକ୍କା

କାକାମିଗାହାରା,୨୭ା୯: ସୁନେଲିତା ଟପ୍ପୋଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୭-୦ ଗୋଲରେ ସିଙ୍ଗାପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି। ଭାରତ ପାଇଁ ଅଧିନାୟିକା…

ଗମ୍ଭୀରଙ୍କ ସହ ସିରାଜଙ୍କ ଝଗଡ଼ା! କ୍ରିକେଟ ଜଗତରେ ଛାଇଗଲା ଖବର, ଏହି କାରଣ ପାଇଁ…

ନୂଆଦିଲ୍ଲୀ,୨୭।୯: ଥିରଭାନନ୍ତପୁରମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ବୋଲରମାନେ ଦଳକୁ ଭଲ ଆରମ୍ଭ ଦେଇପାରିନଥିଲେ। ଏହାରି…

ଟିମ ଇଣ୍ଡିଆରୁ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ବୈଭବ

ନୂଆଦିଲ୍ଲୀ,୨୭।୯: ଏସିଆନ ଗେମ୍ସରେ ମହିଳା କ୍ରିକେଟ ଟିମ ଜବରଦସ୍ତ ପ୍ରଦର୍ଶନ କରିଛି। ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତୀୟ ମହିଳା ଟିମ ସ୍ବର୍ଣ୍ଣ ପଦକ ଜିତିଛି। ଏବେ…

ବିରାଟଙ୍କ ନାଁରେ ବଡ଼ ଉପଲବ୍ଧି, ଏହି ଖେଳାଳିଙ୍କ ୨୮ ବର୍ଷର ରେକର୍ଡ ଭାଙ୍ଗି ରଚିଲେ ଇତିହାସ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ODI ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାଇବା ସହ ନୂଆ ଇତିହାସ ରଚିଛନ୍ତି ବିରାଟ କୋହଲି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ୍‌ ଷ୍ଟାଡିୟମ୍‌ରେ…

ସଚିନ ତେନ୍ଦୁଲକରଙ୍କ ୧୯ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ବିରାଟ, ଅପେକ୍ଷାରେ ଦର୍ଶକେ

ନୂଆଦିଲ୍ଲୀ,୨୭।୯: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରବିବାର ତିରୁଭାନନ୍ତପୁରମରେ ଖେଳାଯିବ। ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅପରାହ୍ନ ୨ଟାରେ ଏହି ମ୍ୟାଚ ଆରମ୍ଭ ହେବାର…

ମୁଥୁଟ ଫିନକର୍ପ (Muthoot Fincorp) ସହିତ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି BCCI, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୨୭।୯: ଭାରତୀୟ କ୍ରିକେଟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ‘ମୁଥୁଟ ଫିନକର୍ପ ଲିମିଟେଡ’ (Muthoot Fincorp Limited) ଭାରତରେ ଖେଳାଯାଉଥିବା ଘରୋଇ କ୍ରିକେଟ ମ୍ୟାଚଗୁଡ଼ିକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?