ଡାର୍କ ସର୍କଲ ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଆଖିତଳେ କଳାଦାଗ ବା ଡାର୍କ ସର୍କଲ ଅନେକଙ୍କୁ ସମସ୍ୟାରେ ପକାଇଥାଏ। ସମୟର ଅଭାବରୁ ଅନେକ ନିଜ ଶରୀରର ଯତ୍ନ ନେଇପାରନ୍ତି ନାହିଁ। ଫଳରେ ଆଖି ତଳେ ଦେଖାଯାଏ ଡାର୍କ ସର୍କଲ। ଏହା ସୃଷ୍ଟି ହେବାର ବିଭିନ୍ନ କାରଣ ରହିଛି। ରାତିରେ ଭଲ ନିଦ ନ ହେବା, ଶରୀରରେ ଭିଟାମିନ କିମ୍ବା ଅନ୍ୟପୋଷକ ତତ୍ତ୍ୱର ପରିମାଣରେ ହ୍ରାସ, ମାନସିକ ଅବସାଦ କିମ୍ବା ବଂଶଗତ କାରଣରୁ ମଧ୍ୟ ଦେଖାଯାଇଥାଏ ଏପରି ସମସ୍ୟା । ଆଖିତଳୁ ଏଭଳି କଳାଦାଗ ହଟାଇବା ପାଇଁ କିଛି ସାଧାରଣ ଉପଚାର କରିବା ଆବଶ୍ୟକ। ସବୁଠାରୁ ବଡ କଥା ହେଲା ପ୍ରଥମେ ନିଜ ଆଖିକୁ ପ୍ରର୍ଯ୍ୟାପ୍ତ ସମୟ ଆରାମ ଦେଲେ ଏହା ହୋଇ ନ ଥାଏ। ଶରୀରରେ ପାଣିର ଅଭାବ ପରିଲକ୍ଷିତ ହେଲେ ଡିହାଇଡ୍ରେସନ ହୋଇଥାଏ। ଫଲରେ ଦେଖାଯାଇଥାଏ ଡାର୍କ ସର୍କଲ ଭଳି ସମସ୍ୟା । ଦିନକୁ୧୨ ରୁ ୧୫ ଗ୍ଲାସ ପାଣି ପିଇଲେ ଶରୀରରେ ଜଳୀୟ ଅଂଶ ପରିମାଣ ଠିକ୍‌ ରହିଥାଏ। ସେହିପରି ଆଖି ତଳର କଳା ଦାଗକୁ କମାଇବା ପାଇଁ ବାଦାମ ତେଲ ବେଶ ଉପକାରୀ ବୋଲି ବିୟୁଟିସିଆନ୍‌ମାନେ କହିଥାନ୍ତି। ଏହା ସହିତ ଖାଦ୍ୟରେ କ୍ଷୀର, ଦହି, ଡାଲି,ସବୁଜ ପନିପରିବା ଏବଂ ଗଜାମୁଗ ଓ ଗଜାବୁଟ ଆଦି ଗ୍ରହଣ କରିବା ଆବଶ୍ୟକ। କଳାପଡ଼ିଥିବା ଅଂଶରେ ଆଳୁ ଓ କାକୁଡିକୁ ଗୋଲ ଗୋଲ କରି କାଟି ରଖିଲେ ସୁଫଳ ମିଳିଥାଏ। କଳାଦାଗ ହଟାଇବା ଲାଗି କମଳା ଓ ଗାଜରର ରସକୁ ବାହାର କରି ତାକୁ ତୁଳାରେ କିଛି ସମୟ ପର୍ଯ୍ୟନ୍ତ ଆଖି ଉପରେ ମାଲିସ୍‌ କରି ପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଦ୍ୱାରଦେଶରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri