ଉପରାଷ୍ଟ୍ରପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

କାବୁଲ, ୯।୯: ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅମରୁଲ୍ଲା ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ ସହିତ ଯାଉଥିବାବେଳେ ଆତଙ୍କବାଦୀମାନେମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ଅମରୁଲ୍ଲା ଘରୁ ବାହାରି କାର୍ଯ୍ୟାଳୟକୁ ଯାଉଥିବା ସମୟରେ ବିସ୍ଫୋରଣ ଘଟାଇଥିଲେ। ଏଥିରେ ଅମରୁଲ୍ଲାଙ୍କ ୩ ଜଣ ସୁରକ୍ଷାକର୍ମୀଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବହୁ ୫୦ରୁ ଅଧିକ ସାଧାରଣ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳକୁ ପୋଲିସ ଘେରି ରହିଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପ୍ରବକ୍ତା ତାରିକ୍‌ ଆରିଆନ୍‌ ସୂଚନା ଦେଇଛନ୍ତି। ପୋଲତଳେ ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡ଼ି ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ଯୋଗୁ ନିକଟରେ ଥିବା ଗ୍ୟାସ୍‌ ସିଲିଣ୍ଡର ଦୋକାନରେ ମଧ୍ୟ ଜଳି ଉଠିଥିଲା। ଆକ୍ରମଣ ପରେ ଅମରୁଲ୍ଲାଙ୍କର ଏକ ଭିଡ଼ିଓ ଜାରି କରାଯାଇଛି। ଆକ୍ରମଣ ହାକ୍କାନି ସଂଗଠନ କରିଥିବା ନେଇ ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ଘୋଷଣା: ଜାଣନ୍ତୁ କାହାକୁ ମିଳିଲା ସର୍ବୋଚ୍ଚ ସମ୍ମାନ

ଷ୍ଟକହୋମ,୭।୧୦: ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଛି । ବୈଜ୍ଞାନିକ ହେନ୍ରି ବି. କାଗାନ୍ ଓ କେନ୍ସୋ ସୋଆଇଙ୍କୁ ପ୍ରଦାନ କରାଯାଇଛି । ରସାୟନ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?