୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍‌ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା

ବଲିଉଡ୍‌ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍‌ ଦିନ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ହେତୁ ତାଙ୍କର ଏକାଧିକ ଫିଲ୍ମ ରିଲିଜ ନ ହୋଇ ଅଟକି ରହିଛି। ଏବେ ସେ ସ୍କର୍ଟଲ୍ୟାଣ୍ଡରେ ନିଜ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ପରିଶ୍ରମ ଓ ନିଷ୍ଠା ବଳରେ ଅକ୍ଷୟ ସୁପରଷ୍ଟାର ପାଲଟିଛନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କମ୍‌ ବଜେଟର ହେଉଥିଲେ ସୁଦ୍ଧା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥାଏ। ଫଳରେ ଦିନକୁ ଦିନ ଏହି ହିରୋଙ୍କ ଚାହିଦା ବଢ଼ିବାରେ ଲାଗିଛି। ଫୋବ୍ସ ଦ୍ୱାରା ଜାରି କରାଯାଇଥିବା ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟ ସାମିଲ ହୋଇଛନ୍ତି।
ଏକ ମଧ୍ୟବିତ ପରିବାରରେ ଜନ୍ମଲାଭ କରିଥିଲେ ଅକ୍ଷୟ। ହେଲେ ଏବେ ସବୁକିଛି ବଦଳିଯାଇଛି। ଏକ ହଜାର କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ସେ। ମୁମ୍ବାଇର ଜୁହୁ ବେଳାଭୂମିରେ ଅକ୍ଷୟଙ୍କ ୮୦ କୋଟି ଟଙ୍କାର ବଙ୍ଗଳା ରହିଛି। ଏହା ଅକ୍ଷୟଙ୍କ ପ୍ରିୟ ସ୍ଥାନ । ଏହି ଘରୁ ଯେ କେହି ଆରବ ସାଗରର ଦୃଶ୍ୟ ଦେଖିପାରିବେ।

ଅକ୍ଷୟଙ୍କ ଏକ ପ୍ରାଇଭେଟ୍‌ ଜେଟ୍‌ ରହିଛି। ଏହାର ମୂଲ୍ୟ ୨୬୦ କୋଟି ଟଙ୍କାର ଅଧିକ। ଏହାଛଡ଼ା ଅକ୍ଷୟଙ୍କ ପାଖରେ ଗୋଟିଏରୁ ବଳି ଗୋଟିଏ ମହଙ୍ଗା ଗାଡ଼ି ରହିଛି। ତାଙ୍କ ପାଖରେ ଥିବା ରୋଲ୍ସ ରୋୟନ୍ସ ଫ୍ୟାଣ୍ଟମ କାର୍‌ର ମୂଲ୍ୟ ୩.୩୪ କୋଟି ଟଙ୍କା। ଏଭଳି କାର୍‌ ବଲିଉଡର ଚାରିଜଣ ଅଭିନେତାଙ୍କ ପାଖରେ ରହିଛି। ସେମାନେ ହେଲେ ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌ ଏବଂ ପ୍ରିୟଙ୍କା ଚୋପ୍ରା। କେବଳ ଏତିକି ନୁହେଁ ଅକ୍ଷୟ ଅନେକ ମହଙ୍ଗା କାର ଏବଂ ବାଇକ୍‌ର ସଉକ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri