୨୬୦ କୋଟିର ପ୍ରାଇଭେଟ୍‌ ଜେଟ୍‌, ୮୦ କୋଟି ବଙ୍ଗଳାର ମାଲିକ ହେଉଛନ୍ତି ବଲିଉଡ୍‌ର ଏହି ଅଭିନେତା: ମୋଟ ସମ୍ପତ୍ତିର ମୂଲ୍ୟ ହଜାରେ କୋଟିରୁ ଅଧିକା

ବଲିଉଡ୍‌ର ଖିଲାଡି କିଙ୍ଗ ଭାବେ ପରିଚିତ ଅକ୍ଷୟ କୁମାରଙ୍କର ଆଜି ଜନ୍ମଦିନ। ୧୯୬୭ ସେପ୍ଟେମ୍ବର ୯ରେ ଅମୃତସରରେ ଅକ୍ଷୟ ଜନ୍ମଗ୍ରହଣ କରିଥିଲେ। ଏହି ଖାସ୍‌ ଦିନ ପାଇଁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ହେତୁ ତାଙ୍କର ଏକାଧିକ ଫିଲ୍ମ ରିଲିଜ ନ ହୋଇ ଅଟକି ରହିଛି। ଏବେ ସେ ସ୍କର୍ଟଲ୍ୟାଣ୍ଡରେ ନିଜ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ପରିଶ୍ରମ ଓ ନିଷ୍ଠା ବଳରେ ଅକ୍ଷୟ ସୁପରଷ୍ଟାର ପାଲଟିଛନ୍ତି। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କମ୍‌ ବଜେଟର ହେଉଥିଲେ ସୁଦ୍ଧା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥାଏ। ଫଳରେ ଦିନକୁ ଦିନ ଏହି ହିରୋଙ୍କ ଚାହିଦା ବଢ଼ିବାରେ ଲାଗିଛି। ଫୋବ୍ସ ଦ୍ୱାରା ଜାରି କରାଯାଇଥିବା ଦୁନିଆର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତାଙ୍କ ତାଲିକାରେ ଅକ୍ଷୟ ସାମିଲ ହୋଇଛନ୍ତି।
ଏକ ମଧ୍ୟବିତ ପରିବାରରେ ଜନ୍ମଲାଭ କରିଥିଲେ ଅକ୍ଷୟ। ହେଲେ ଏବେ ସବୁକିଛି ବଦଳିଯାଇଛି। ଏକ ହଜାର କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ସେ। ମୁମ୍ବାଇର ଜୁହୁ ବେଳାଭୂମିରେ ଅକ୍ଷୟଙ୍କ ୮୦ କୋଟି ଟଙ୍କାର ବଙ୍ଗଳା ରହିଛି। ଏହା ଅକ୍ଷୟଙ୍କ ପ୍ରିୟ ସ୍ଥାନ । ଏହି ଘରୁ ଯେ କେହି ଆରବ ସାଗରର ଦୃଶ୍ୟ ଦେଖିପାରିବେ।

ଅକ୍ଷୟଙ୍କ ଏକ ପ୍ରାଇଭେଟ୍‌ ଜେଟ୍‌ ରହିଛି। ଏହାର ମୂଲ୍ୟ ୨୬୦ କୋଟି ଟଙ୍କାର ଅଧିକ। ଏହାଛଡ଼ା ଅକ୍ଷୟଙ୍କ ପାଖରେ ଗୋଟିଏରୁ ବଳି ଗୋଟିଏ ମହଙ୍ଗା ଗାଡ଼ି ରହିଛି। ତାଙ୍କ ପାଖରେ ଥିବା ରୋଲ୍ସ ରୋୟନ୍ସ ଫ୍ୟାଣ୍ଟମ କାର୍‌ର ମୂଲ୍ୟ ୩.୩୪ କୋଟି ଟଙ୍କା। ଏଭଳି କାର୍‌ ବଲିଉଡର ଚାରିଜଣ ଅଭିନେତାଙ୍କ ପାଖରେ ରହିଛି। ସେମାନେ ହେଲେ ଅମିତାଭ ବଚ୍ଚନ, ଶାହରୁଖ ଖାନ୍‌ ଏବଂ ପ୍ରିୟଙ୍କା ଚୋପ୍ରା। କେବଳ ଏତିକି ନୁହେଁ ଅକ୍ଷୟ ଅନେକ ମହଙ୍ଗା କାର ଏବଂ ବାଇକ୍‌ର ସଉକ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri