Posted inଜାତୀୟ

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି ଦେଇ ନ ଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ବିରୋଧ କରାଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ଏଭଳି ଆଦେଶ ଦିଆଯାଇ ନାହିଁ। ଏହିି ସର୍କୁଲାର ନକଲି। ପଶ୍ଚିମବଙ୍ଗବାସୀ ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ ବୋଲି ପଶ୍ଚିମବଙ୍ଗ ପୋଲିସ କହିଛି। ଏହାଛଡ଼ା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ସେ ୧୦୦ ଥର ଉଠବସ୍‌ ହେବେ।

ଗୋଟିଏ ପଟେ ଦୁର୍ଗାପୂଜା ପଶ୍ଚିବଙ୍ଗ ଲୋକଙ୍କ ଅଗାଧ ଶ୍ରଦ୍ଧାର ପ୍ରତୀକ ହୋଇଥିବା ବେଳେ ଏଭଳି ଗୁଜବ ପ୍ରଚାର କରିବା ଭାଜପାର କାମ ବୋଲି ଟିଏମ୍‌ସି କହିଛି। ମମତାଙ୍କ ବିରୋଧରେ କହିବା ପାଇଁ ଭାଜପା ପାଖରେ କୌଣସି ପ୍ରସଙ୍ଗ ଆଉ ନାହିଁ। ଏଣୁ ସେ ଏଭଳି ଉପାୟ ଆପଣାଉଛି। ହେଲେ ଦୁର୍ଗାପୂଜା ବନ୍ଦ କରିବା ଲାଗି କୌଣସି ପ୍ରକାର ଆଦେଶ ଦିଆଯାଇ ନାହିଁ। ସୋସିଆଲ ମିଡିଆରେ କେବଳ ଗୁଜବ ପ୍ରଚାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀପୁର ହିଂସା, ୪୫ ଲକ୍ଷ କ୍ଷତି ପୂରଣରେ ପ୍ରଶାସନ-କୃଷକଙ୍କ ମଧ୍ୟରେ ସହମତି…

ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ସହମତି ହୋଇଛି। ୪ ମୃତକଙ୍କ ପରିବାରଙ୍କୁ ୪୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା...

ସେପ୍ଟେମ୍ବର ୩୦ରେ ଭୋପାଳରେ ହେବ ଏୟାର ଶୋ

ଭୋପାଳ,୮।୯: ସେପ୍ଟେମ୍ବର ୩୦ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଆୟୋଜିତ ହେବାକୁ ଥିବା ଏୟାର ଶୋ ପାଇଁ ଏୟାର ମାର୍ଶଲ ବିଭାଗ ପାଣ୍ଡେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ...

କାର୍ଯ୍ୟାନୁଷ୍ଠାନ ନ ନେଲେ ଅଦାଲତ ଅବମାନନା

ନୂଆଦିଲ୍ଲୀ,୨୨ା୧୦: ଦେଶରେ ଦିନକୁ ଦିନ ଘୃଣିତ ମନ୍ତବ୍ୟ ଘଟଣା ବଢ଼ୁଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଏକବିଂଶ ଶତାବ୍ଦୀ, ଅଥଚ ଧର୍ମ ନାମରେ...

ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ୨୫ ବିଧାୟକ ଦିଲ୍ଲୀରେ…

ଚଣ୍ଡିଗଡ଼,୩୧।୫: ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ସରକାରଙ୍କ ଉପରେ ଏବେ ବିପଦ ଘନେଇବାରେ ଲାଗିଛି। ରାଜ୍ୟ କଂଗ୍ରେସରେ ବିଦ୍ରୋହ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ...

କରୋନା ସଂକ୍ରମଣ ଆତଙ୍କ: ସଂସଦର ଶୀତ ଅଧବେଶନ ବାତିଲ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ଥର ହେବାକୁ ଥିବା ସଂସଦର ଶୀତ ଅଧବେଶନକୁ ବାତିଲ...

କଂଗ୍ରେସର ‘ହାତ’ ଛାଡି ପଦ୍ମ ଧରିଲେ ରାଜନନ୍ଦିନି

ବେଙ୍ଗାଲୁରୁ,୧୨।୪: କର୍ନାଟକ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ବୁଧବାର ଅର୍ଥାତ୍‌ ୧୨ ଏପ୍ରିଲରେ କଂଗ୍ରେସକୁ  ଝଟକା...

ଭାରତୀୟ ହେଲେ ୟାହୁର ନିର୍ଦ୍ଦେଶକ

ଓ୍ବାଶିଂଟନ,୨୯।୨: ଆମେରିକାର ସିଲିକନ ଭ୍ୟାଲି ସ୍ଥିତ ୟାହୁ ଡଟ୍‌ ଇନ୍‌ର ନିର୍ଦ୍ଦେଶକ ଭାବେ ଜଣେ ଭାରତୀୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଗୋରଖପୁରର...

ସମ୍ବିଧାନ ଦିବସ ଅବସରରେ ସଂସଦର କେନ୍ଦ୍ରୀୟ କକ୍ଷରେ ସମ୍ବୋଧନ ଦେବେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧୧: ସାରା ଦେଶରେ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି । ୧୯୪୯ ମସିହା ନଭେମ୍ବର ୨୬ରେ ସମ୍ବିଧାନ ସଭାରେ ଆମର...

Advertisement
Archives

Model This Week