ଓଏସ୍‌ଆର୍‌ଟିସିକୁ ଟେକ୍ନୋଲୋଜି ସଭା ପୁରସ୍କାର

ଭୁବନେଶ୍ୱର, ୨୬ା୮(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ସମ୍ମାନଜନକ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଟେକ୍ନୋଲୋଜି ସଭା ପୁରସ୍କାର-୨୦୨୦ ହାସଲ କରିଛି। ପରିଚାଳନା ଓ ଦକ୍ଷତାରେ ଉନ୍ନତି ପାଇଁ ଡିପୋ ମ୍ୟାନେଜମେଣ୍ଟ ସିଷ୍ଟମରେ ଆଇଟି ବ୍ୟବହାର ଯୋଗୁ ଏହି ସଫଳତା ମିଳିଛି। ମୁଖ୍ୟତଃ ଏହି ଟେକ୍ନୋଲୋଜି ଦ୍ୱାରା ଓଏସ୍‌ଆର୍‌ଟିସି ଦୈନିକ ତଥା ମାସିକ ଭାବେ ଆୟ, ବ୍ୟୟ, ଯାତ୍ରୀ ଓ ଲଗେଜ୍‌ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥାଏ। ଏଥିସହ ଯାତ୍ରା ବାତିଲ, ଆଗମନ ଏବଂ ଗସ୍ତରେ ବିଳମ୍ବ ସହ ରିପୋର୍ଟ ପ୍ରଦାନ, ବିଶ୍ଳେଷଣ ଓ ଦୁର୍ଘଟଣା ବିବରଣୀ ମଧ୍ୟ ଉପସ୍ଥାପନ କରିଥାଏ। ବର୍ତ୍ତମାନ ଓଡ଼ିଶାରେ ଓଏସ୍‌ଆର୍‌ଟିସିର ୨୩ଟି ବସ୍‌ ଡିପୋ ରହିଛି। ଯାହାକୁ ପରିଚାଳନା କରିବା ଓଏସ୍‌ଆର୍‌ଟିସି ପାଇଁ ଏକ ବଡ଼ ଆହ୍ବାନ। ଏବେ ସମସ୍ତ ଡିପୋରେ ଏହି ଟେକ୍ନୋଲୋଜି ଉପଯୋଗ କରିବା ପାଇଁ ଆମେ ଚେଷ୍ଟିତ ବୋଲି ଓଏସ୍‌ଆର୍‌ଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି। ଉଲ୍ଲେଖଯୋଗ୍ୟ, କୌଣସି ସରକାରୀ ବିଭାଗକୁ ଭାରତୀୟ ଏକ୍ସପ୍ରେସ୍‌ ଟେକ୍ନୋଲୋଜି ସଭା ପୁରସ୍କାର ପ୍ରଦାନ କରାଯାଏ। ଉକ୍ତ ବିଭାଗ ଏକ ନିର୍ଦ୍ଦିଷ୍ଟ ଟେକ୍ନୋଲୋଜିିର ପ୍ରୟୋଗ କରି ହିତାଧିକାରୀଙ୍କ ପାଇଁ ବ୍ୟବହାର କରିଥାଏ। ଏହି କ୍ଷେତ୍ରରେ ଓଏସ୍‌ଆର୍‌ଟିସି ଚଳିତ ବର୍ଷ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବାରୁ ଉକ୍ତ ପୁରସ୍କାର ହାତେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଇଁ ପ୍ରସ୍ତୁତି କର

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଦ୍ୱିତୀୟ ଲହର ଶେଷ ହୋଇନାହିଁ। ପୁଣି ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଲେଣି। ଏହାକୁ ଦୃଷ୍ଟିରେ ରଖି...

ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ପରଲୋକ

କେନ୍ଦୁଝର/ବଡ଼ବିଲ,୧୭।୪(ସ୍ବ.ପ୍ର.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ପୂର୍ବତନ ମନ୍ତ୍ରୀ ତଥା ଚମ୍ପୁଆ ନିର୍ବାଚନମଣ୍ଡଳୀର ପ୍ରାକ୍ତନ ବିଧାୟକ ସହରାଇ ଓରାମଙ୍କ ଶୁକ୍ରବାର ଅପରାହ୍ନରେ ତାଙ୍କ...

ଶୀତ ଗାଏବ

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟରେ ଶୀତ ଗାଏବ ହୋଇଯାଇଛି। ପାରଦ ଉପରମୁହଁା ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିବାରୁ ରାତ୍ରିର ସର୍ବନିମ୍ନ ତାପମାତ୍ରା ତଳକୁ ଖସୁନାହିଁ। ଓଡ଼ିଶା ଉପକୂଳରେ ଟ୍ରପ୍‌ଲାଇନ...

ଆଜି ରାଜ୍ୟରୁ ୨୬୯୭ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ଖୋର୍ଦ୍ଧା

ଭୁବନେଶ୍ୱର,୪ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୬୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୨,୧୦୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଗଞ୍ଜାମ ଜିଲା: ଆଜି ବନ୍ଦ ରହିବ ସ୍କୁଲ, ଅଙ୍ଗନଓ୍ବାଡି

ବ୍ରହ୍ମପୁର ଅଫିସ,୬ା୯- ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ଦିନତମାମ ବର୍ଷା ଯୋଗୁ ଜିଲାର...

ଆଇସିୟୁରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ : ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ(୯୭) ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା...

ପୂର୍ବରୁ ଦୁଇଥର ଗଡ଼ିନି ସର୍ବୋଚ୍ଚ ରଥ

କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀଶ୍ରୀ ବଳଦେବଜୀଉ। ସେ ବଡଠାକୁର ଭାବେ ବିଦିତ ହୋଇଥିଲେବି ଏଠାରେ ତାଙ୍କ ରଥର ନାମ ନନ୍ଦିଘୋଷ। ଚଳିତ ବର୍ଷ କରୋନା ମହାମାରୀକୁ...

ମହାଶିବରାତ୍ରି: ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଅନ୍ତା,୨୧।୨(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠ ୧୬ନଂ. ଜାତୀୟ ରାଜପଥ ନଖରାସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଲକ୍ଷେଶ୍ୱର ମନ୍ଦିରରେ ଜାଗର ଲାଗି ଭକ୍ତଙ୍କ ଭିଡ଼ ଲାଗିଛି। ଶିବରାତ୍ରି ପାଇଁ...

Advertisement
Archives

Model This Week