ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର

ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ ଚିତ୍ର ଅନୁଧ୍ୟାନ ଓ କ୍ଷୟକ୍ଷତି ଆକଳନ କରିବା ପାଇଁ ବୁଧବାର ଏକ ୮ ଜଣିଆ କେନ୍ଦ୍ରୀୟ ଟିମ୍ ପୁରୁଷୋତ୍ତମପୁର ଗସ୍ତ କରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି।

କେନ୍ଦ୍ରୀୟ ଟିମ୍‌ର ସଦସ୍ୟମାନେ ବ୍ଲକ୍‌ର ଆଛୁଲି, ହାଣ୍ଡିଘର, ପ୍ରତାପୁର, ପୁରୁଷୋତ୍ତମପୁର ଏନ୍‌ଏସି, ଭୀମପୁର, ପାଣ୍ଡିଆ, ସିଏଚ୍‌ସି ନୂଆଗାଁ, ମୋରାବାଇ ଓ ଅନ୍ତରିଗାଁ ଆଦି ଅଞ୍ଚଳ ବୁଲି ବନ୍ୟାରେ ଭାଙ୍ଗିଯାଇଥିବା ଘରଦ୍ୱାର, ରାସ୍ତାଘାଟ, ନଦୀଘାଟ, ଚାଷଜମି ଓ ନଷ୍ଟ ହୋଇଥିବା ଫସଲର ସ୍ଥିତି ସମୀକ୍ଷା କରିଥିଲେ। ଏହାସହ ହନୁମାନପଲ୍ଲୀଠାରେ କ୍ଷତିଗ୍ରସ୍ତ ଋଷିକୁଲ୍ୟା ନଦୀର ଆନିକଟ ଓ ହିରାଧରବାଟି କେନାଲ ପରିଦର୍ଶନ କରି ଭୂମିସ୍ତରରେ କ୍ଷୟକ୍ଷତିର ପରିମାଣ ପରଖିଥିଲେ।

ବନ୍ୟାରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ କିପରି ତ୍ୱରାନ୍ୱିତ କରାଯିବ, ସେ ନେଇ ସଙ୍ଗେ ସଙ୍ଗେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରୀୟ ଟିମ୍ ଆଲୋଚନା କରିଥିଲେ। ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯିବ ବୋଲି କେନ୍ଦ୍ରୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହି ପରିଦର୍ଶନ ସମୟରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପଚନ୍ଦ୍ର ନାୟକ, ବରିଷ୍ଠ ଭାଜପା ନେତା ଅନିଲକୁମାର ପଣ୍ଡା, ଦକ୍ଷିଣାଞ୍ଚଳ ଆର୍‌ଡିସି ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ପ୍ରୋବେସନରି ଆଇଏଏସ୍ ସାରନ୍ୟା, ଛତ୍ରପୁର ଉପଜିଲ୍ଲାପାଳ ଡଃ ଶିବାଶିଷ ବରାଳ, ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…

ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ…

ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?

ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ…

ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଛି । ମାତ୍ର ୫୧ ବଲ୍‌ରେ ୧୩ଟି…

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଆର୍ଥିକ ଅନିୟମିତତା: ପୂର୍ବତନ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳର ଯାଞ୍ଚ ଆରମ୍ଭ

ପାଟଣା,୪ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ହୋଇଥିବା ବ୍ୟାପକ ଆର୍ଥିକ ହେରଫେର ଅଭିଯୋଗର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାବିଦ୍ୟାଳୟର…

ଦୀପାବଳି ପୂର୍ବରୁ ଝଟକା; ମହଙ୍ଗା ହେଲା ଚିନି, ମାସକରେ ବଢ଼ିଲା ଏତିକି ଟଙ୍କା

ନୂଆଦିଲ୍ଲୀ,୪।୧୧: ପାର୍ବଣ ଋତୁରେ ଚିନିର ଯୋଗାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଖୁଚୁରା ଓ ପାଇକାରୀ ବଜାରରେ ଚିନି ଦର ବୃଦ୍ଧି ପାଇଛି…

ଡଲାବାଡ଼ିକୁ ପାନୀୟ ଜଳ ଯୋଗାଣ ଦାବିରେ ଏକାଠି ହେଲେ ଗ୍ରାମବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ…

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ…

ଧନତେରସରେ ଲକ୍ଷ୍ମୀ ନାରାୟଣ ରାଜଯୋଗ: ୩ ରାଶିକୁ ଫାଇଦା ହିଁ ଫାଇଦା, ପ୍ରଚୁର ଧନଲାଭ!

ଧନତେରସର ପର୍ୱ ଏଥର ଜ୍ୟୋତିଷୀୟ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଅବସରରେ ବୁଧ ଏବଂ ଶୁକ୍ରଙ୍କ ଯୁତି ଫଳରେ…

ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା

ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?